ଭେଣୋଇର ମୃତ ଦେହକୁ ଜଙ୍ଗଲରେ ଲୁଚାଇ ଶିକାରୀ ଫେରାର ମାରିଥିବା ଅଭିଯୋଗ ।
ଘଟଣା ସ୍ଥଳରେ ମାଜିଷ୍ଟ୍ରେଟ,ପୁଲିସ ଓ ଡଗ୍ସସ୍କୁଆଡ ଟିମର ଛାନଭିନ
୨୪ ଘଣ୍ଟା ପରେ ପଥର ଖୋଲ ଭିତରୁ ମିଳିଲା ମୃତ ଦେହ
ପାଟଣାଗଡ଼ : ବଲାଙ୍ଗୀର ଜିଲ୍ଲା ଲରମ୍ଭା ଥାନା ମହଦା ପାହାଡ଼ ପାଦଦେଶରେ ଥିବା ଅନ୍ଧାରୀ ଜଙ୍ଗଲ ଭିତରେ ଗତ କାଲି ରାତ୍ରି ସମୟରେ ଏକ ଦୁଃଖଦ ଘଟଣା ଘଟିଯାଇଛି। ଭେଣୋଇ ଓ ଶାଳୀ ର ପ୍ରେମ ସମ୍ପର୍କ ଭିତରେ ଶାଳୀକୁ ଧରି ଭେଣେଇ ରାତ୍ରି ରେ ଫେରାର ଉଦ୍ୟମ କରୁଥିବା ବେଳେ ଶିକାରୀଙ୍କ ଜୀବନ୍ତ ବିଦ୍ୟୁତ ତାର ବାରାହା ଫାଶରେ ପଡ଼ି ଭେଣେଇ ର ମୃତ୍ୟୁ ଘଟିଛି। ମୃତ ଭେଣେଇ ଜଣକ ହେଲେ ଲରମ୍ଭା ଥାନା ଚନ୍ଦନଜୁରୀ ଗାଁ ର କ୍ଷେତ୍ର ବାଗ ( ୪୫) ଗୁରୁତର ଶାଳୀ ଜଣକ ହେଲେ ଗୁନଞ୍ଚାଡିହି ଗାଁର କେଡା ସୁନାଙ୍କ ଝିଅ ବନିତା ଓରଫ କୁନ୍ଦୀ (୩୫) । ରାତ୍ରି ସମୟର ସୁଯୋଗ ନେଇ ପୁଲିସ ର ଭୟରେ ଶିକାରୀ ମାନେ କ୍ଷେତ୍ରଙ୍କ ମୃତ ଦେହ କୁ ଜଙ୍ଗଲ ଭିତରେ ଲୁଚାଇ ଦେଇଥିବା ଅଭିଯୋଗ ହେଉଛି। ପୁଲିସ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଡଗ୍ସସ୍କୁଆଡ ଟିମ୍ ର ସହାୟତା ନେଇ ଜଙ୍ଗଲ ଭିତରେ ମୃତ ଦେହ କୁ ଖୋଜାଖୋଜି ଜାରି ରଖିଥିଲା । ତେବେ ୨୪ ଘଣ୍ଟା ପରେ ଜଙ୍ଗଲ ଭିତରେ ଥିବା ଏକ ପଥର ଖୋଲ ଭିତରୁ କ୍ଷେତ୍ର ଙ୍କ ମୃତ ଦେହ ପୁଲିସ ଉଦ୍ଧାର କରିଛି। 
ସୂଚନା ଅନୁସାରେ, ଆଜକୁ ୬ ବର୍ଷ ପୂର୍ବେ କ୍ଷେତ୍ର କେଡା ଙ୍କ ବଡ ଭାଇଙ୍କ ଝିଅଙ୍କୁ ବିବାହ କରିଥିଲେ। ଏହା ପୂର୍ବରୁ କ୍ଷେତ୍ର ଅନ୍ୟ ଗାଁର ଦୁଇଜଣ ଝିଅଙ୍କୁ ପ୍ରେମ ଜାଲରେ ଫଶାଇ ବିବାହ ହୋଇଥିଲେ । କ୍ଷେତ୍ର ଉତ୍ତର ପ୍ରଦେଶର ବନାରସ ଭୁଦେଇ ର ଏକ ଘରୋଇ କମ୍ପାନୀରେ ଶ୍ରମିକ ଭାବରେ କାମ କରନ୍ତି। ଏହି ଘଟଣା ଟି ଲୋକ ଲୋଚନକୁ ଆସିବା ପରେ କ୍ଷେତ୍ରଙ୍କ ଅସଲ କାରାନାମା ପଦାରେ ପଡିଥିବା ବେଳେ ବର୍ତ୍ତମାନ ସେ ବିବାହ ହୋଇଥିବା ୩ ଜଣ ଯାକ ଝିଅ ତାଙ୍କ ସାଙ୍ଗରେ ରହୁନଥିବା ସହ ସେମାନଙ୍କର କୌଣସି ଖୋଜଖବର ମଧ୍ୟ ନ ଥିବା ଗ୍ରାମବାସୀମାନେ ଅଭିଯୋଗ ଆଣିଛନ୍ତି। ଗତ କାଲି ରାତ୍ରି ସମୟରେ କ୍ଷେତ୍ର ତାଙ୍କ କାକା ଶଶୁର ଙ୍କ କଥା କହିପାରୁନଥିବା ମୁକ ଦିବ୍ୟାଙ୍ଗ ଝିଅ କୁ ଭୁତେଇ ପ୍ରେମ ଜାଲରେ ଫଶାଇ ତାଙ୍କୁ ଜଙ୍ଗଲ ବାଟରେ ନେଇ ଚାଳି କି ଫେରାର ମାରୁଥିଲେ। ଏହି ସମୟରେ ମହଦା ପାହାଡ଼ ପାଦଦେଶରେ ଥିବା ଅନ୍ଧାରୀ ଲାହେରଜୁରୀ ଗାଁ ଜଙ୍ଗଲ ଭିତରେ ଶିକାରୀ ଙ୍କ ବାରାହ ଫାଶରେ ପଡ଼ି ମୃତ୍ୟୁ ବରଣ କରିଥିଲେ। ତାଙ୍କ ସହିତ ଯାଇଥିବା ଝିଅ ଜଣକ ଗୁରୁତର ଅବସ୍ଥାରେ ପାଣ୍ଡେସର ଗାଁ ମୁଣ୍ଡରେ ଥିବା ଏକ କୁକୁଡା ଫାର୍ମ କୁ ପହଞ୍ଚିଥିଲେ। ଫାର୍ମ ରେ କାର୍ଯ୍ୟରତ କର୍ମଚାରୀ ଓ ଗ୍ରାମବାସୀ ଝିଅଟିକୁ ପଚରାଉଚରା ପରେ ପୁଲିସ କୁ ଖବର ଦେଇଥିଲେ । ପୁଲିସ ପହଞ୍ଚି ଝିଅ ଟିକୁ ପ୍ରଥମେ ଘସିଏନ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ଚିକିତ୍ସା ପାଇଁ ନେଇଥିଲା। ଝିଅ ଟିଏ ସ୍ବାସ୍ଥ୍ୟ ଅବସ୍ଥାରେ ସାମାନ୍ୟ ସୁଧାର ଆସିଥିବା ବେଳେ ସକାଳୁ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଡଗ୍ସସ୍କୁଆଡ ଟିମ୍ କୁ ନେଇ କ୍ଷେତ୍ର ଙ୍କ ମୃତ ଦେହ ପୁଲିସ ଖୋଜାଖୋଜି କରୁଥିଲା । ସନ୍ଧ୍ୟା ସମୟରେ ଜଙ୍ଗଲ ରେ ଥିବା ଏକ ପଥର ଖୋଲ ଭିତରୁ ଯୁବକ ଙ୍କ ମୃତ ଦେହ ପୁଲିସ ଠାବ କରିଥିଲା। ପ୍ରକାଶ ଥାଉ କି କିଛି ମାସ ପୂର୍ବେ ଶିକାରୀ ଙ୍କ ବିଦ୍ୟୁତ ତାର ଫାଶରେ ପଡ଼ି ଏକ ଦନ୍ତାହାତୀ ର ମୃତ ହୋଇଥିଲା। ଏହି ଘଟଣାରେ ବନ ବିଭାଗ ଅଞ୍ଚଳର ଦୁଇ ଜଣ ପେସାଦାର ଶିକାରୀ ଙ୍କୁ କୋର୍ଟ ଚାଲାଣ କରିଥିଲା। ସେମାନେ ଜାମିନରେ ଆସିବା ପରେ ପୁଣି ବାରାହା ଶିକାର ରେ ସକ୍ରିୟ ଥିବା ଗ୍ରାମବାସୀ ଅଭିଯୋଗ ଆଣିଛନ୍ତି।
Leave a comment
Your email address will not be published. Required fields are marked *