لارا ماج - نظام أخبار ومجلات لارافيل متعدد اللغات

Header
collapse
...
الرئيسية / Odisha / କ୍ଷୟକ୍ଷତି ଆକଳନ କରି ଚାଷୀଙ୍କୁ ଉଚିତ କ୍ଷତିପୂରଣ ଦେବାକୁ ଦାବି

କ୍ଷୟକ୍ଷତି ଆକଳନ କରି ଚାଷୀଙ୍କୁ ଉଚିତ କ୍ଷତିପୂରଣ ଦେବାକୁ ଦାବି

أغسطس 02, 2026   106 مشاهدة
କ୍ଷୟକ୍ଷତି ଆକଳନ କରି ଚାଷୀଙ୍କୁ ଉଚିତ କ୍ଷତିପୂରଣ  ଦେବାକୁ ଦାବି

ପାଟଣାଗଡ଼: ଲଗାଣ ବର୍ଷା ଓ ବନ୍ୟାଜଳ ଯୋଗୁଁ ବଲାଙ୍ଗୀର ଜିଲ୍ଲା ବେଲପଡ଼ା ବ୍ଲକର ମଣ୍ଡଳ ଓ ଧୁମାଭଟା ପଞ୍ଚାୟତର ବିଭିନ୍ନ ଗ୍ରାମରେ ବ୍ୟାପକ ଫସଲ କ୍ଷୟକ୍ଷତି ହୋଇଛି । ଅଭିଯୋଗ ପରେ ଆରଆଇ ନିଷାନ ସୁରେନ, ଭିଏଲଡବ୍ଲୁ ବାବୁଲାଲ ସାହୁ ଓ ଧୁମାଭଟା ସରପଞ୍ଚ ବନମାଳୀ ନାଏକ ପ୍ରଭାବିତ ଚାଷଜମି ପରିଦର୍ଶନ କରିଥିଲେ । ଏହି ପରିଦର୍ଶନ ସମୟରେ ଧୁମାଭଟା, ଜଳିଆ, ହଟକଟ, ଖଲଖଲି, ରାଏଖାଲ, କଲଚିକଛାର, ଡାହିମାଳ ଓ ଅଏଁପାଲି ଆଦି ଗ୍ରାମରେ ଧାନ, ଆଖୁ, କପା, ବିରି, ମୁଗ, ମାଖନ ସମେତ ବିଭିନ୍ନ ଫସଲ ପ୍ରଭାବିତ ହୋଇଥିବା ଦେଖିଥିଲେ । ପ୍ରକାଶ ଦେଓ, ନିତ୍ୟା ଦେଓ, କୈଳାସ ଦେଓ, ବନମାଳୀ ରାଉତ, ପ୍ରଫୁଲ୍ଲ ବୁଡ଼େକ, ନିତ୍ୟା ବୁଡ଼େକ, ଆଦିକନ୍ଦ ସାହୁ, ସରଧାକର ସାହୁ,ଇନ୍ଦ୍ରମଣି ଦେଓ, ଘନ ଦେଓ, ଭୂବନ ଦେଓ, ରୂପା ଦେଓ, ଭୃଷବ ବୁଡ଼େକ, ପରଦେଶୀ ବୁଡ଼େକ ଓ ଭୃଙ୍ଗରାଜ ବୁଡ଼େକ  ଚାଷ ଫସଲ ନଷ୍ଟ ହୋଇଥିବା ଅଭିଯୋଗ କରିଛନ୍ତି । ସରପଞ୍ଚ ବନମାଳୀ ନାଏକ କ୍ଷୟକ୍ଷତି ଆକଳନ କରି ଚାଷୀଙ୍କୁ ଉଚିତ କ୍ଷତିପୂରଣ ଯୋଗାଇ ଦେବାକୁ ଦାବି କରିଛନ୍ତି ।


شارك:

اترك تعليقاً

لن يتم نشر عنوان بريدك الإلكتروني. الحقول المطلوبة مشار إليها بـ *

سيتم تحسين تجربتك على هذا الموقع من خلال السماح بملفات تعريف الارتباط سياسة ملفات تعريف الارتباط