لارا ماج - نظام أخبار ومجلات لارافيل متعدد اللغات

Header
collapse
...
الرئيسية / Odisha / ସାଇବର ସୁରକ୍ଷା, କିଶୋର ନ୍ୟାୟ ଆଇନ୍ ଓ ମିଶନ ବାତ୍ସଲ୍ୟ ଯୋଜନାର ସଚେତନତା ଶିବିର

ସାଇବର ସୁରକ୍ଷା, କିଶୋର ନ୍ୟାୟ ଆଇନ୍ ଓ ମିଶନ ବାତ୍ସଲ୍ୟ ଯୋଜନାର ସଚେତନତା ଶିବିର

أغسطس 08, 2026   57 مشاهدة
ସାଇବର ସୁରକ୍ଷା, କିଶୋର ନ୍ୟାୟ ଆଇନ୍ ଓ ମିଶନ ବାତ୍ସଲ୍ୟ ଯୋଜନାର ସଚେତନତା ଶିବିର

ବଲାଙ୍ଗିର : ବଲାଙ୍ଗିର ଜିଲ୍ଲାର ସରକାରୀ ଉଚ୍ଛ ମାଧ୍ୟମିକ ବିଦ୍ୟାଳୟ ଠାରେ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ୍‌ ବଲାଙ୍ଗିର ତରଫରୁ କିଶୋର ନ୍ୟାୟ ଆଇନ୍, ମିଶନ ବାତ୍ସଲ୍ୟ ଓ ସାଇବର ସୁରକ୍ଷା ଉପରେ ଏକ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ସରକାରୀ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷ ଅରବିନ୍ଦ କୁମାର ଓଝାଙ୍କ ଅଧ୍ୟକ୍ଷତାରେ ସଚେତନତା ଅଭିଯାନ ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମରେ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ୍‌ର ସାମାଜିକ କର୍ମୀ ଅରୁଣ ଖୁଆସ ସମସ୍ତଙ୍କୁ ସ୍ୱାଗତ ଜଣାଇ ଅତିଥିମାନଙ୍କ ପରିଚୟ ପ୍ରଦାନ କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ବଲାଙ୍ଗିର ଜିଲ୍ଲାର ଅତିରିକ୍ତ ଅଧୀକ୍ଷକ ଗୁଣନିଧି ମଲ୍ଲିକ ମୁଖ୍ୟ ଅତିଥି ଭାବେ ଉପସ୍ଥିତ ରହି ସାଇବର୍ ଆଇନ୍ ଉପରେ ସଚେତନତା କରିଥିଲେ । କାର୍ଯ୍ୟକ୍ରମରେ ସାଇବର୍ ସୁରକ୍ଷା ଇନ୍ସପେକ୍ଟର ଭାରତୀ ନାଏକ୍ ତାଲିମ ଦାତା ଭାବେ ଯୋଗଦାନ କରି ମୁଖ୍ୟତଃ ବର୍ତ୍ତମାନ ପରିସ୍ଥିତିରେ ସାଇବର୍ ସୁରକ୍ଷା ରଖିବା, ଅନ୍ୟାନ୍ୟ ଅଜଣା ଲିଙ୍କ୍‌କୁ କ୍ଲିକ୍ ନ କରିବା, ସାଇବର୍ ବୁଲିଂ ଅର୍ଥାତ୍ ଭୟଭୀତ କରୁଥିବା ବିଷୟ ଜଣାଇବା ଏବଂ ସରକାରୀ ସହାୟତା ନମ୍ୱର୍ ୧୯୩୦କୁ ତୁରନ୍ତ ଜଣାଇବା ପାଇଁ ବୁଝାଇ କହିଥିଲେ । ଏହି ଅବସରରେ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ୍‌ର ଜିଲ୍ଲା ପରାମର୍ଶଦାତା ପ୍ରମୋଦ ବଗର୍ତ୍ତୀ କହିଲେ ଶିଶୁମାନେ ଶିକ୍ଷା ପ୍ରତି ଆଗ୍ରହ ହୋଇ ବୈଷୟିକ, ସେଲ୍ଫ ଫାଇନାନ୍ସ, ପି. ପି. ପି. ମୋଡ, ବୃତ୍ତିଭିତିକ ଶିକ୍ଷାରେ ନିଯୁକ୍ତି ସୁଯୋଗ ଥିବାରୁ ଅନୁସରଣ କରିବାକୁ ପ୍ରବର୍ତ୍ତାଇ ଥିଲେ । କୌଣସି ଅନଲାଇନ ତଥା ଫେସବୁକ୍, ଇନଷ୍ଟାଗ୍ରାମ, ୱାଟସେପ୍, ୟୁଟ୍ୟୁବ ଭିଡିଓ, ମେସେଜର ଭଲ ଦିଗ ଗୁଡିକୁ ଅନୁସରଣ କରି ଭୁଲ୍‌ ଦିଗକୁ ବ୍ୟବହାର ନ କରିବା ପାଇଁ ପରାମର୍ଶ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ଗୁଣନିଧି ମଲ୍ଲିକ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ୨ ଗୋଟି ନଡ଼ିଆ ଗଛ ଲଗେଇ ପରିବେଶ ସୁରକ୍ଷା ପାଇଁ ଗଛ ଲଗାଇବାକୁ ଆହ୍ୱାନ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ସରକାରୀ ମହିଳା ଉଚ୍ଚ ବିଦ୍ୟାଳୟର ଯତୀନ୍ଦ୍ର ଦଣ୍ଡସନା, ଝାନସିରାଣୀ ମହାନନ୍ଦ, ଭାବନା ରାଣୀ ବେହେରା, ନୀତା ମିଶ୍ର, ପୂଜା ଚନ୍ଦନ, ସନ୍ତୋଷିନୀ ସାହୁ ସମେତ ଜିଲ୍ଳା ଶିଶୁ ସୁରକ୍ଷା ୟୁନିଟ୍‌ର ହରିବନ୍ଧୁ ରାଉତ୍, ଶିଶୁ ହେଲ୍ପ ଡେସ୍କର ସୁଦନ ଖମାରୀ, ବସନ୍ତ ହରପାଲ, ଶୁଭମ୍ ଜେନା ପ୍ରମୁଖ ଉପସ୍ଥିତ ଥିଲେ । ପରିଶେଷରେ ଅଧ୍ୟାପିକା ନିରଦା ରଣା ସମସ୍ତଙ୍କୁ ଧନ୍ୟବାଦ୍ ଦେଇଥିଲେ ।


شارك:

اترك تعليقاً

لن يتم نشر عنوان بريدك الإلكتروني. الحقول المطلوبة مشار إليها بـ *

سيتم تحسين تجربتك على هذا الموقع من خلال السماح بملفات تعريف الارتباط سياسة ملفات تعريف الارتباط