لارا ماج - نظام أخبار ومجلات لارافيل متعدد اللغات

Header
collapse
...
الرئيسية / Odisha / ବିଶ୍ୱ ଆଦିବାସୀ ଦିବସ ପାଳିତ , ଆସନ୍ତା ନଭେମ୍ବର ୧୫ ରେ ବିଶାଲ ଆଦିବାସୀ ମେଳି କରିବାକୁ ପ୍ରସ୍ତାପ

ବିଶ୍ୱ ଆଦିବାସୀ ଦିବସ ପାଳିତ , ଆସନ୍ତା ନଭେମ୍ବର ୧୫ ରେ ବିଶାଲ ଆଦିବାସୀ ମେଳି କରିବାକୁ ପ୍ରସ୍ତାପ

أغسطس 09, 2026   107 مشاهدة
ବିଶ୍ୱ ଆଦିବାସୀ ଦିବସ ପାଳିତ  , ଆସନ୍ତା ନଭେମ୍ବର ୧୫ ରେ ବିଶାଲ ଆଦିବାସୀ ମେଳି କରିବାକୁ ପ୍ରସ୍ତାପ

ପାଟଣାଗଡ଼: ବଲାଙ୍ଗୀର ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘ ପାଟଣାଗଡ଼ ଶାଖା ତରଫରୁ ରବିବାର ସ୍ଥାନୀୟ ଆଦିବାସୀ ଭବନ ବ୍ରହ୍ମପୁରା ଠାରେ ସଂଘର ସମ୍ପାଦକ ସାରଥୀ ବାଗଙ୍କ ଅଧ୍ୟକ୍ଷତାରେ ବିଶ୍ୱ ଆଦିବାସୀ ଦିବସ ପାଳିତ ହୋଇଥିଲା | ପ୍ରଥମେ ସଂଘର କର୍ମକର୍ତ୍ତା ମାନେ ଭଗବାନ ବିର୍ସା ମୁଣ୍ଡା ଓ ସମ୍ବିଧାନ ପ୍ରଣେତା ଡ଼ .  ବି. ଆର. ଆମ୍ବେଦକରଙ୍କ ଫୋଟୋ ଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ ସହ ଦୀପ ପ୍ରଜ୍ବଳନ କରି ସଭା କାର୍ଯ୍ୟ ଆରମ୍ଭ ହୋଇଥିଲା ।  ସଭାରେ ବିଶ୍ୱ ଆଦିବାସୀ ଦିବସର ଲକ୍ଷ୍ୟ ଉଦେଶ୍ୟ ତଥା ଆଦିବାସୀ ସଂସ୍କୃତି, ପ୍ରଥା ପରମ୍ପରା, ରୀତି ନୀତି, ପୂଜା ପଦ୍ଧତି, ପ୍ରକୃତି ସୁରକ୍ଷା,ଜଳ, ଜଙ୍ଗଳ, ଜୀବ ଜନ୍ତୁ, ଜମିନ ର ସୁରକ୍ଷା,ଦେବାଦେବୀ ପୀଠର ସୁରକ୍ଷା ସଂରକ୍ଷ୍ୟଣ ସହିତ ଶିକ୍ଷା ଓ  ଜୀବନ ଜୀବିକା ବିଷୟରେ ଆଲୋଚନା କରାଯାଇଥିଲା । ଆଦିବାସୀ ମାନଙ୍କର ମୁଖ୍ୟ ଶତ୍ରୁ ମଦକୁ ସମ୍ପୂର୍ଣ ହଟେଇ, ଶିକ୍ଷାକୁ ଗୁରୁତ୍ୱ ଦେବାକୁ ଆହ୍ୱାନ ଦିଆଯାଇଥିଲା । ସରକାର ଅନ୍ଵେଷା ଯୋଜନାକୁ ବନ୍ଦ କରିବା ଷଡଯନ୍ତ୍ରକୁ ସଭାରେ କ୍ଷୋଭ ପ୍ରକାଶ କରାଯାଇଥିଲା ।  ଏଥିସହ ଆଗାମୀ ନଭେମ୍ବର ୧୫ ରେ ପାଟଣାଗଡ଼ ରେ ଵିଶାଲ ଆଦିବାସୀ ମେଳି କରିବାକୁ ପ୍ରସ୍ତାବ ଗୃହୀତ ହୋଇଥିଲା । ଏହି ଅବସରରେ  ଅନ୍ୟ ମାନଙ୍କ ମଧ୍ୟରେ ଏସ.ଟି , ଏସ. ସି ମିଳିତ କର୍ମଚାରୀ ସଂଘର ସଭାପତି ଖୁସିରାମ ମଲ୍ଲିକ, ମେନାରାମ ବିଶି, ଯୋଗେଶ୍ୱର ଭୋଇ, ସହଦେଵ ଧରୁଆ, ଦାରା ସିଂ ବରିହା, ଗଦି ସୁନା ପ୍ରମୁଖ ମଞ୍ଚାସିନ ହୋଇ ବକ୍ତବ୍ୟ ପ୍ରଦାନ କରିଥିଲେ । ସଭାକୁ ଯୁଧିଷ୍ଠିର ମିର୍ଦ୍ଧା ପରିଚାଳନ କରିଥିବାବେଳେ ବଡ଼ ବାବୁ ହୃଷିକେଶ ଭୋଇ ଧନ୍ୟବାଦ ଅର୍ପଣ କରିଥିଲେ ।


شارك:

اترك تعليقاً

لن يتم نشر عنوان بريدك الإلكتروني. الحقول المطلوبة مشار إليها بـ *

سيتم تحسين تجربتك على هذا الموقع من خلال السماح بملفات تعريف الارتباط سياسة ملفات تعريف الارتباط