ପାଟଣାଗଡ଼ : ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ରେ ହର ଘର ତ୍ରିରଙ୍ଗା ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଉପମୁଖ୍ୟ ମନ୍ତ୍ରୀ ତଥା ପାଟଣାଗଡ ବିଧାୟକ କନକ ବର୍ଦ୍ଧନ ସିଂହଦେଓ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହି ପଦ ଯାତ୍ରାରେ ସାମିଲ ହୋଇଥିଲେ । ପ୍ରଥମେ ରାମଜିଛକ ସ୍ଥିତ ପଞ୍ଚମୁଖୀ ହନୁମାନ ମନ୍ଦିର ଠାରେ ସମସ୍ତେ ସ୍କୁଲ, କଲେଜ୍ ଛାତ୍ରଛାତ୍ରୀ ଙ୍କ ସହିତ ସରକାରୀ କର୍ମଚାରୀ ମାନେ ସମସ୍ତେ ଏକାଠି ହୋଇଥିଲେ । କିଛି ସମୟପରେ ସେଠାରୁ ସେମାନେ ସହରର ମୁଖ୍ୟ ରାସ୍ତାଦେଇ ପଦଯାତ୍ରାରେ ବାହାରି ବ୍ଳକ ଛକ ପର୍ଯ୍ୟନ୍ତ ପହଞ୍ଚି ଥିଲେ । 
ଏହି କାର୍ଯ୍ୟକ୍ରମରେ ପାଟଣାଗଡ ଉପଜିଲ୍ଲାପାଳ ସୁନୀଲ ମେହେର, ଉପଖଖ୍ତ ପୁଲିସ ଅଧିକାରୀ ସଦାନନ୍ଦ ପୁଝାରୀ, ଗୋଷ୍ଠୀ ଉନ୍ନୟନ ଅଧିକାରୀ ସୁମନ ମିଞ୍ଜ,ଏନଏସି କାର୍ଯ୍ୟ ନିର୍ବାହି ଅଧିକାରୀ ନାରାୟଣ ଦଣ୍ଡସେନା,ବିଜେପି ଜିଲ୍ଲା ସଭାପତି ଶ୍ରୀବତ୍ସ ବେହେରା, ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ବଲ୍ଲଭ ଧରୁଆ ପ୍ରମୁଖ ଯୋଗଦେଥିବା ବେଲେ ଶତାଧିକ ସ୍କୁଲ,କଲେଜ ଛାତ୍ରଛାତ୍ରୀ ଓ ବିଜେପି କର୍ମୀମାନେ ଉପସ୍ଥିତ ଥିଲେ ।
اترك تعليقاً
لن يتم نشر عنوان بريدك الإلكتروني. الحقول المطلوبة مشار إليها بـ *