لارا ماج - نظام أخبار ومجلات لارافيل متعدد اللغات

Header
collapse
...
الرئيسية / Odisha / ଦୁଇ ବାଇକ୍‌ ମୁହାଁ ମୁହିଁ ଧକ୍କା , ଅବସରପ୍ରାପ୍ତ ଶିକ୍ଷକ ଗୁରୁତର , ସ୍ଥାନୀୟ ଯୁବକଙ୍କ ମାନବିକତାକୁ ପ୍ରଶଂସା

ଦୁଇ ବାଇକ୍‌ ମୁହାଁ ମୁହିଁ ଧକ୍କା , ଅବସରପ୍ରାପ୍ତ ଶିକ୍ଷକ ଗୁରୁତର , ସ୍ଥାନୀୟ ଯୁବକଙ୍କ ମାନବିକତାକୁ ପ୍ରଶଂସା

سبتمبر 03, 2026  News Plus Odia  77 مشاهدة
ଦୁଇ ବାଇକ୍‌ ମୁହାଁ ମୁହିଁ ଧକ୍କା , ଅବସରପ୍ରାପ୍ତ ଶିକ୍ଷକ ଗୁରୁତର , ସ୍ଥାନୀୟ ଯୁବକଙ୍କ ମାନବିକତାକୁ ପ୍ରଶଂସା

ପାଟଣାଗଡ଼ :  ପାଟଣାଗଡ଼-କଣ୍ଟାବାଞ୍ଜି ରାସ୍ତାର ବ୍ରହ୍ମପୁରା ଏମ୍‌ଆଇ ଅଫିସ୍‌ ଛକ ନିକଟରେ ଗୁରୁବାର ଦୁଇଟି ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି । ଏହି ଦୁର୍ଘଟଣାରେ ଜଣେ ଅବସରପ୍ରାପ୍ତ ଶିକ୍ଷକ ଗୁରୁତର ଆହତ ହୋଇଛନ୍ତି। ଆହତ ବ୍ୟକ୍ତି ଜଣକ ହେଉଛନ୍ତି ପଣ୍ଡାମୁଣ୍ଡା ପଞ୍ଚାୟତ ଅନ୍ତର୍ଗତ କୁଆବାଉଁଶ ଗ୍ରାମର ହୃଦୟମଣି ବରିଆ (୬୨)। ସୂଚନାଯୋଗ୍ୟ ଯେ, ଦୁର୍ଘଟଣା ପରେ ଅଭିଯୁକ୍ତ ବାଇକ୍‌ ଚାଳକ ଜଣକ ଘଟଣାସ୍ଥଳରୁ ଫେରାର ହୋଇଯାଇଥିବା ବେଳେ ଶ୍ରୀ ବରିଆ ରାସ୍ତା ଉପରେ ଆହତ ଅବସ୍ଥାରେ ପଡ଼ିରହିଥିଲେ। ଏହି ସମୟରେ କଣ୍ଟାବାଞ୍ଜି ପଟରୁ ଆସୁଥିବା ପଣ୍ଡାମୁଣ୍ଡାର ପୋଷ୍ଟମାଷ୍ଟର ଅଶୋକ ପାଣିଗ୍ରାହୀ ଏବଂ ଏମ୍‌ଆଇ ଅଫିସ୍‌ ପଟରୁ ଆସୁଥିବା କୋଶଲ ମୁକ୍ତି ମୋର୍ଚ୍ଚାର ସଞ୍ଚାର ପ୍ରକୋଷ୍ଠ ଅଧ୍ୟକ୍ଷ ବିମଲ କୁମାର ବାଗ ଘଟଣାସ୍ଥଳରେ ପହଞ୍ଚିଥିଲେ। ଉଭୟ ବିନା ବିଳମ୍ବରେ ଗୁରୁତର ଆହତଙ୍କୁ ଉଦ୍ଧାର କରି ପାଟଣାଗଡ଼ ଉପଖଣ୍ଡ ଚିକିତ୍ସାଳୟକୁ ନେଇଥିଲେ। ଶ୍ରୀ ବରିଆଙ୍କ ପାଦରେ ଗଭୀର କ୍ଷତ ସୃଷ୍ଟି ହୋଇଥିବାରୁ ଚିକିତ୍ସାଳୟରେ ଡାକ୍ତର ତୁରନ୍ତ ଷ୍ଟିଚ୍‌ ପକାଇ ପ୍ରାଥମିକ ଚିକିତ୍ସା ଯୋଗାଇ ଦେଇଛନ୍ତି। ଘଟଣା ସମ୍ପର୍କରେ ତାଙ୍କ ପରିବାର ବର୍ଗଙ୍କୁ ଖବର ଦିଆଯାଇଥିବା ବେଳେ ବର୍ତ୍ତମାନ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ଥିବା ଜଣାପଡ଼ିଛି। ଦୁର୍ଘଟଣା ପରେ ତୁରନ୍ତ ସହାୟତାର ହାତ ବଢ଼ାଇ ଗୁରୁତରଙ୍କ ଜୀବନ ବଞ୍ଚାଇଥିବା ଶ୍ରୀ ପାଣିଗ୍ରାହୀ ଓ ଶ୍ରୀ ବାଗଙ୍କ ଏହି ମାନବିକତା ଏବଂ ସମୟୋଚିତ ପଦକ୍ଷେପକୁ ସ୍ଥାନୀୟ ବୁଦ୍ଧିଜୀବୀ ଓ ଅଞ୍ଚଳବାସୀ ଉଚ୍ଚ ପ୍ରଶଂସା କରିଛନ୍ତି।


شارك:

اترك تعليقاً

لن يتم نشر عنوان بريدك الإلكتروني. الحقول المطلوبة مشار إليها بـ *

سيتم تحسين تجربتك على هذا الموقع من خلال السماح بملفات تعريف الارتباط سياسة ملفات تعريف الارتباط