لارا ماج - نظام أخبار ومجلات لارافيل متعدد اللغات

Header
collapse
...
الرئيسية / Crime / ମହିଳା ଙ୍କୁ ତଣ୍ଟି ଚିପି ହତ୍ୟା କରାଯାଇଥିବା ଅଭିଯୋଗ : ପୁଲିସର ତଦନ୍ତ ଜାରି

ମହିଳା ଙ୍କୁ ତଣ୍ଟି ଚିପି ହତ୍ୟା କରାଯାଇଥିବା ଅଭିଯୋଗ : ପୁଲିସର ତଦନ୍ତ ଜାରି

سبتمبر 13, 2026  News Plus Odia  81 مشاهدة
ମହିଳା ଙ୍କୁ ତଣ୍ଟି ଚିପି ହତ୍ୟା କରାଯାଇଥିବା ଅଭିଯୋଗ : ପୁଲିସର ତଦନ୍ତ ଜାରି

ବଲାଙ୍ଗିର : ବଲାଙ୍ଗିର ଜିଲ୍ଲା ଦେଓଗାଁ ଥାନା କୁଥୁର୍ଲା ଗାଁରେ ଏକ ଅଭାବନୀୟ ଘଟଣା ଘଟିଯାଇଛି । ଜଣେ ମହିଳାଙ୍କୁ ତଣ୍ଟି ଚିପି ହତ୍ୟା କରାଯାଇଥିବା ପରିବାର ପକ୍ଷରୁ ଅଭିଯୋଗ  ହେଉଛି । ମୃତ ମହିଳା ଜଣକ ହେଲେ ଉକ୍ତ ଗାଁର କିଶୋରୀ ଉଦୁର କୁଲିଆ । ପରିବାର ଲୋକଙ୍କ କହିବା ଅନୁସାରେ, କିଶୋରୀଙ୍କୁ ତାଙ୍କ ସ୍ୱାମୀ ବାରମ୍ବାର ନିର୍ଯ୍ୟାତନା ଦେଉଥିଲେ । ଆଉ ମୃତ୍ୟୁ ପରେ ତାଙ୍କ ଶରୀରରେ ମାଡ଼ର ଚିହ୍ନ ଥିବା ପରିବାର ଲୋକେ ଦାବି କରିଛନ୍ତି । ଏପରିକି ତଣ୍ଟି ଚିପି କିଶୋରୀଙ୍କୁ ହତ୍ୟା କରାଯାଇଥିବା ନେଇ ସ୍ୱାମୀଙ୍କ ବିରୋଧରେ ସିଧାସଳଖ ଅଭିଯୋଗ ଆଣିଛନ୍ତି ସେମାନେ । ଏବେ ମାଆକୁ ହରାଇ ଦୁଇ ସନ୍ତାନ ଅନାଥ ହୋଇପଡ଼ିଛନ୍ତି । ମାଆର ମୃତ୍ୟୁ ପରେ ପରିବାରରେ ଦେଖାଦେଇଛି ଶୋକର ଛାୟା । ସେପଟେ ଏହି ଘଟଣାରେ ଅଭିଯୁକ୍ତ ସ୍ୱାମୀଙ୍କୁ ତୁରନ୍ତ ଗିରଫ କରିବା ସହ ଘଟଣାର ନିରପେକ୍ଷ ଓ ସଠିକ୍ ତଦନ୍ତ କରି ଦୋଷୀଙ୍କୁ କଠୋର ଦଣ୍ଡ ଦେବାକୁ ଦାବି କରିଛନ୍ତି ପରିବାର ଲୋକେ । ଖବର ପାଇ ଦେଓଗାଁ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି । ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ଭୀମଭୋଇ ମେଡିକାଲର ବ୍ୟବଚ୍ଛେଦ କେନ୍ଦ୍ରରେ ରଖାଯାଇଛି । ତେବେ ପରିବାର ପକ୍ଷରୁ ଆସିଥିବା ହତ୍ୟା ଅଭିଯୋଗର ସତ୍ୟତା କେତେ ? ତାହା ବ୍ୟବଚ୍ଛେଦ ରିପୋର୍ଟ ଓ ପୋଲିସ ତଦନ୍ତ ପରେ ହିଁ ସ୍ପଷ୍ଟ ହେବ । ସେପଟେ ମୃତ କିଶୋରୀଙ୍କ ପରିବାର ନ୍ୟାୟ ଦାବି କରିଛନ୍ତି ।


شارك:

اترك تعليقاً

لن يتم نشر عنوان بريدك الإلكتروني. الحقول المطلوبة مشار إليها بـ *

سيتم تحسين تجربتك على هذا الموقع من خلال السماح بملفات تعريف الارتباط سياسة ملفات تعريف الارتباط