ବଲାଙ୍ଗିର : ସ୍ତ୍ରୀଙ୍କୁ ମାଡ଼ ମାରିବା ଅଭିଯୋଗରେ ବଲାଙ୍ଗୀର ଟାଉନଥାନା ପୁଲିସ ଜଣେ ଯୁବକ ଙ୍କୁ ଉଠାଇ ଆଣି ଥାନାରେ ଅଟକ ରଖି ପଚରାଉଚରା କରୁଛି । ଏଥିସହ ତାଙ୍କ ଠାରୁ ଏକ ଟାଙ୍ଗିଆ ଜବତ କରିଛି । ଅଟକ ଥିବା ଯୁବକ ଜଣକ ହେଲେ ସୁବର୍ଣ୍ଣପୁର ଜିଲ୍ଲା ତରଭା ଥାନା ଅଧୀନ ବେଲମୁଣ୍ଡା ଗ୍ରାମର ନବଘନ ମୋଟାରୀ ( ୪୦ ) । ସୂଚନା ଅନୁସାରେ, ନବଘନ ବର୍ତ୍ତମାନ ବଲାଙ୍ଗିର ଟାଉନ ଥାନା ଅଧୀନ ସୁଦ୍ପଡ଼ା ଅଞ୍ଚଳର ଜଣେ ଯୁବକ ଙ୍କ ଫାର୍ମ ହାଉସରେ ରହୁଥିଲେ । ସେଠାରେ ତାଙ୍କ ସ୍ତ୍ରୀଙ୍କୁ ମାଡ଼ ମାରିଥିବା ନେଇ ଥାନାରେ ଏକ ଅଭିଯୋଗ ହୋଇଥିଲା । ଅଭିଯୋଗକୁ ଆଧାର କରି ଟାଉନ ଥାନା ପୁଲିସ ଘଟଣାର ତଦନ୍ତ ଆରମ୍ଭ କରି ଅଭିଯୁକ୍ତ ନବଘନ ଙ୍କୁ ଉଠାଇ ଥାନାକୁ ଆଣି ଅଟକ ରଖି ତଦନ୍ତ ଯାରିରଖିଥିବାବେଲେ ତାଙ୍କ ଠାରୁ ଏକ ଟାଙ୍ଗିଆ ଜବତ କରି ଘଟଣା ସମ୍ପର୍କରେ ଅଧିକ ତଦନ୍ତ ଜାରି ରଖିଥିବା ପୋଲିସ ସୂତ୍ରରୁ ଜଣାପଡିଛି ।
اترك تعليقاً
لن يتم نشر عنوان بريدك الإلكتروني. الحقول المطلوبة مشار إليها بـ *