لارا ماج - نظام أخبار ومجلات لارافيل متعدد اللغات

Header
collapse
...
الرئيسية / Odisha / ଓଜେସିର ନୂଆଖାଇ ଭେଟଘାଟ କାର୍ଯ୍ୟକ୍ରମ

ଓଜେସିର ନୂଆଖାଇ ଭେଟଘାଟ କାର୍ଯ୍ୟକ୍ରମ

سبتمبر 28, 2026  Suprabhat Odisha  9 مشاهدة
ଓଜେସିର ନୂଆଖାଇ ଭେଟଘାଟ କାର୍ଯ୍ୟକ୍ରମ

କଣ୍ଟାବାଞ୍ଜି :  ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜି ହୋଟେଲ ରୟାଲ ଟ୍ୟୁଲିପ୍‌ରେ ଓଜେସି ପକ୍ଷରୁ ବଲାଙ୍ଗିର ଜିଲ୍ଲା ସଭାପତି ରୂପେଶ ବେହେରାଙ୍କ ନେତୃତ୍ୱରେ ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।  କାର୍ଯ୍ୟକ୍ରମରେ ଓଡ଼ିଶା ଜନତା କଂଗ୍ରେସର ସଭାପତି ମହମ୍ମଦ ମୁକିମ୍ ଯୋଗ ଦେଇଥିଲେ । ନିଜ ଅଭିଭାଷଣରେ ସେ କଣ୍ଟାବାଞ୍ଜିର ବିକାଶ ମନ୍ଥର ହୋଇଥିବା ନେଇ ପ୍ରଶ୍ନ ଉଠାଇଥିଲେ । ଏହା ସହ ସ୍ଥାନୀୟ ବିଧାୟକ ଏବଂ ଏନ୍‌ଏସି ଅଧ୍ୟକ୍ଷଙ୍କ ଭୂମିକାକୁ ନେଇ ମଧ୍ୟ ସମାଲୋଚନା କରିଥିଲେ । କଣ୍ଟାବାଞ୍ଜିର ବିକାଶ ପାଇଁ ଯୁବକ ଓ ଯୁବତୀମାନେ ଆଗକୁ ଆସି ନେତୃତ୍ୱ ନେବା ଆବଶ୍ୟକ ବୋଲି ମୁକିମ୍ ଆହ୍ୱାନ ଦେଇଥିଲେ । ନୂଆଖାଇ ଭେଟଘାଟ ଅବସରରେ ଓଜେସିର ନେତା ଓ କର୍ମୀମାନେ ଏକାଠି ହୋଇଥିବା ବେଳେ, କଣ୍ଟାବାଞ୍ଜିର ବିକାଶ ଓ ଯୁବ ନେତୃତ୍ୱକୁ ନେଇ ଦଳ ପକ୍ଷରୁ ବାର୍ତ୍ତା ଦିଆଯାଇଛି ।


شارك:

اترك تعليقاً

لن يتم نشر عنوان بريدك الإلكتروني. الحقول المطلوبة مشار إليها بـ *

سيتم تحسين تجربتك على هذا الموقع من خلال السماح بملفات تعريف الارتباط سياسة ملفات تعريف الارتباط