ପାଟଣାଗଡ଼ :ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ବ୍ଳକ କଳଙ୍ଗପାଲି ଗ୍ରାମଠାରେ ସ୍ୱାଧୀନତା ସଂଗ୍ରାମୀ, କବିରାଜ, ରାଜନେତା ତଥା କୋସଲି ବାଲ୍ମୀକି ଭାବେ ପରିଚିତ ଇନ୍ଦ୍ରମଣି ସାହୁଙ୍କର ୧୦୩ ତମ ଜନ୍ମ ଜୟନ୍ତି ପାଳନ ହୋଇଯାଇଛି । ଏହି ଅବସରରେ ତାଙ୍କ ରଚିତ "ସାତି ଖେନ୍ଦା କୋସଲି ରାମାୟଣ " ର ଉନ୍ମୋଚନ ଉତ୍ସବ ଅନୁଷ୍ଠିତ ହେଉଥିଲା । ଟିଟିଲାଗଡ଼ର କୋସଳାୟନ ତରଫରୁ ଜଗଦିଶ ସାହୁ ଓ ସାଗର ସାହୁ ଓ ଡ ଦୋଳଗୋବିନ୍ଦ ବିଶିଙ୍କ ସମ୍ପାଦନାରେ ବହିଟି ପ୍ରକାଶିତ ହୋଇଛି। ଉପଦେଷ୍ଟା ଡ ବିଶି ଙ୍କ ପୌରହିତ୍ୟ ରେ ଆୟୋଜିତ କାର୍ଯ୍ୟକ୍ରମକୁ ବିଶିଷ୍ଟ ସଂସ୍କୃତି ଗବେଷକ ଗୋରେଖନାଥ ସାହୁ, ଅଧ୍ୟାପକ ଦିଲୀପ ପଶାୟତ, ପାଟଣାଗଡ଼ ଗୋଷ୍ଠୀ ଶିକ୍ଷାଧିକାରୀ ଶଙ୍କର ପ୍ରସାଦ ମାଝୀ, ସମାଜ ସେବି ଯତି ପଧାନ, ଚଞ୍ଜରିଆ ସରପଞ୍ଚ ତଥା କୋଶଲ ସଂଗ୍ରାମୀ ସୁଶୀଲ କୁମାର ଗୁରୁ, କବି ଭକ୍ତବନ୍ଧୁ ବିଶ୍ଵାଲ, ଚୈତନ୍ୟ ସାହୁ, କାର୍ତ୍ତିକ ସାହୁ, ଜଳଧର ସାହୁ ପ୍ରମୁଖ ମଂଚାସୀନ ଥିଲେ। 
କୋସଲି ରାମାୟଣ ଏ ଅଂଚଳର ଭାଷା ଓ ସଂସ୍କୃତିର ପଥ ପ୍ରଦର୍ଶକ ହେବ ତଥା ସାଂସ୍କୃତିକ ଏକତା ପ୍ରତିଷ୍ଠା କରିବାରେ ସହାୟକ ହେବ ବୋଲି ମତ ପ୍ରକାଶ ପାଇଥିଲା। କୋସଲି ରାମୟଣ ପ୍ରକାଶନ ର ଆରମ୍ଭରୁ ଏ ପର୍ଯ୍ୟନ୍ତ ଦେଖା ଦେଇଥିବା ସମସ୍ୟା ବିଷୟରେ ଡ ବିଶି ପୁଙ୍ଖାନୁପୁଙ୍ଖ ଭାବେ ଆଲୋଚନା କରିଥିଲେ। କୋସଲି ଡେରା ତରଫରୁ ଏ ଅବସରରେ ଟିଟିଲାଗଡ଼ ର ବ୍ୟଙ୍ଗ କବି ଟିକେଲାଲ ବେହେରାଙ୍କୁ ଇନ୍ଦ୍ରମଣି ସୁରତା ସମ୍ମାନ ୨୦୨୬ ପ୍ରଦାନ କରା ଯାଇଥିଲା। କାର୍ଯ୍ୟକ୍ରମରେ ଉପସ୍ଥିତ ଶୁଭେଛୁ ମାନେ ଇନ୍ଦ୍ରମଣି ସାହୁ ଙ୍କ ସହ ଜଡିତ ସ୍ମୃତି ଚାରଣ କରିଥିଲେ। କଷ୍ଟମ ଅଫିସର ଭଳି ସରକାରୀ ଚାକିରୀ କୁ ତ୍ୟାଗ କରି ଗାନ୍ଧୀ ନୀତିରେ ଅନୁପ୍ରାଣିତ ହୋଇ ସ୍ୱାଧୀନତା ସଂଗ୍ରାମ ରେ ଯୋଗ ଦେଇଥିବା କଥା କୁ ଶୁଭେଛୁ ମାନେ ପ୍ରକାଶ କରିଥିଲେ। କାର୍ଯ୍ୟକ୍ରମ ପରିଚାଳନାରେ ତାଙ୍କ ପୁଅ ଜଗଦିଶ ସାହୁ, ଯଜ୍ଞ ସାହୁ, ଟୁକୁ ପ୍ରିୟବ୍ରତ ପଣ୍ଡା, ଶାନ୍ତନୁ ବୁଦ୍ଧିଆ, ମୁରଲୀଧର ଶିକା,ସଂଯୁକ୍ତା ପରିଛା, ସବିତା ମହରା, ଲଷ୍ମୀ ବଗର୍ତି ତଥା ଗ୍ରାମବାସୀ ସହଯୋଗ କରିଥିଲେ। ସନ୍ତୋଷ କୁମାର ଦାଶ ଓ ଲାଳଚନ ବଗର୍ତ୍ତି ସଂଯୋଜନା କରିଥିବାବେଲେ ସାଗର ସାହୁ ପରିଚାଳନା କରିଥିଲେ।
اترك تعليقاً
لن يتم نشر عنوان بريدك الإلكتروني. الحقول المطلوبة مشار إليها بـ *