لارا ماج - نظام أخبار ومجلات لارافيل متعدد اللغات

Header
collapse
...
الرئيسية / Odisha / ପାଟଣା ଷ୍ଟେଟ୍‌ କ୍ଷେତ୍ରୀୟ ପାଇକ ରାଜପୁତ ମହାସଂଘର ଖଣ୍ଡା ଶୋଭାଯାତ୍ରା , ଶତାଧିକ ମହିଳା ଓ ପୁରୁଷ ସାମିଲ

ପାଟଣା ଷ୍ଟେଟ୍‌ କ୍ଷେତ୍ରୀୟ ପାଇକ ରାଜପୁତ ମହାସଂଘର ଖଣ୍ଡା ଶୋଭାଯାତ୍ରା , ଶତାଧିକ ମହିଳା ଓ ପୁରୁଷ ସାମିଲ

أكتوبر 21, 2026  Suprabhat Odisha  87 مشاهدة
ପାଟଣା ଷ୍ଟେଟ୍‌ କ୍ଷେତ୍ରୀୟ ପାଇକ ରାଜପୁତ ମହାସଂଘର ଖଣ୍ଡା ଶୋଭାଯାତ୍ରା , ଶତାଧିକ ମହିଳା ଓ ପୁରୁଷ ସାମିଲ

ପାଟଣାଗଡ଼, : ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ସହରରେ ବୁଧବାର ପାଟଣା ଷ୍ଟେଟ୍‌ କ୍ଷେତ୍ରୀୟ ପାଇକ ରାଜପୁତ ମହାସଂଘ ପକ୍ଷରୁ ଏକ ବିଶାଳ ଖଣ୍ଡା ଶୋଭାଯାତ୍ରା ଆୟୋଜିତ ହୋଇଥିଲା। ପାରମ୍ପରିକ ରୀତିନୀତି ଓ ଉତ୍ସାହ ମଧ୍ୟରେ ଆୟୋଜିତ ଏହି ଶୋଭାଯାତ୍ରାରେ ଶତାଧିକ ମହିଳା ଓ ପୁରୁଷ ସାମିଲ ହୋଇଥିଲେ। ପାରମ୍ପରିକ ଏହି ଖଣ୍ଡା ଶୋଭାଯାତ୍ରା ସହରବାସୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲା । ସୂଚନାନୁସାରେ, ପ୍ରଥମେ ପାଟଣାଗଡ଼ ଏନ୍‌ଏସି ଅନ୍ତର୍ଗତ ବରପଡ଼ାସ୍ଥିତ ନଘରିଏନ ମନ୍ଦିର ନିକଟରେ ମହାସଂଘର ସଭାପତି ଶେଷଦେବ ସିଂ ଙ୍କ ନେତୃତ୍ୱରେ କର୍ମକର୍ତ୍ତା ଓ ସଦସ୍ୟମାନେ ଏକତ୍ରିତ ହୋଇଥିଲେ। ସେଠାରୁ ଖଣ୍ଡା ଶୋଭାଯାତ୍ରା ବାହାରି ସହରର ବିଭିନ୍ନ ମନ୍ଦିର ଅଭିମୁଖେ ଅଗ୍ରସର ହୋଇଥିଲା। ଶୋଭାଯାତ୍ରାରେ ସାମିଲ ଶ୍ରଦ୍ଧାଳୁମାନେ ମା’ ପାଟଣେଶ୍ୱରୀ ଓ ମା’ ସମଲେଶ୍ୱରୀଙ୍କ ସମେତ ବିଭିନ୍ନ ମନ୍ଦିରକୁ ଯାଇ ଦର୍ଶନ କରିଥିଲେ। ପରେ ସହରର ମୁଖ୍ୟ ରାସ୍ତା ଦେଇ ଏହି ଶୋଭାଯାତ୍ରା ବ୍ରହ୍ମପୁରା ସ୍ଥିତ ବଲଦେବ ଭବନରେ ପହଞ୍ଚିଥିଲା। ସେଠାରେ ମହାସଂଘ ପକ୍ଷରୁ ଏକ ସଭା ଆୟୋଜନ କରାଯାଇଥିଲା । ଏଥିରେ ବିଜୁ ଜନତା ଦଳର ବଲାଙ୍ଗୀର ଜିଲ୍ଲା ସଭାପତି ତଥା ପାଟଣାଗଡ଼ର ପୂର୍ବତନ ବିଧାୟକ ସରୋଜ କୁମାର ମେହେର ମୁଖ୍ୟ ଅତିଥି ଭାବେ ଯୋଗଦେଇ ଶୋଭାଯାତ୍ରାରେ ସାମିଲ ହୋଇଥିଲେ। ମୁଖ୍ୟ ଅତିଥି ଶ୍ରୀ ମେହେର ବିଭିନ୍ନ ଜିଲ୍ଲାରୁ ଆସିଥିବା ସଂଘର ବିଭିନ୍ନ କାର୍ଯ୍ୟକର୍ତ୍ତା ମାନକୁ ମାନପତ୍ର ଦେଇ ସମ୍ମାନିତ କରିଥିଲେ । ଏହି କାର୍ଯ୍ୟକ୍ରମ ମାଧ୍ୟମରେ ପାଇକ ରାଜପୁତ ମହାସଂଘର ସଦସ୍ୟମାନେ ନିଜର ପାରମ୍ପରିକ ଐତିହ୍ୟ, ସାଂସ୍କୃତିକ ପରମ୍ପରା ଓ ସାମୂହିକ ଏକତାକୁ ଉଜ୍ଜୀବିତ ରଖିବାର ବାର୍ତ୍ତା ଦେଇଥିଲେ ।

 

 

 


شارك:

اترك تعليقاً

لن يتم نشر عنوان بريدك الإلكتروني. الحقول المطلوبة مشار إليها بـ *

سيتم تحسين تجربتك على هذا الموقع من خلال السماح بملفات تعريف الارتباط سياسة ملفات تعريف الارتباط