ପାଟଣାଗଡ଼, ୨/୧୧ (ସୂପ୍ରଭାତ ଓଡ଼ିଶା): ପାଟଣାଗଡ଼ ବ୍ଲକ୍ ଲରମ୍ଭାସ୍ଥିତ ଆଦର୍ଶ ବୀଣାପାଣି କ୍ଲବ୍ ଆନୁକୂଲ୍ୟରେ ସ୍ଥାନୀୟ ଖେଳ ପଡ଼ିଆରେ ସୋମବାର ଲରମ୍ଭା କପ୍ ଫୁଟବଲ୍ ଟୁର୍ଣ୍ଣାମେଣ୍ଟ ଉଦ୍ଘାଟିତ ହୋଇଛି। ଉଦ୍ଘାଟନୀ ଉତ୍ସବରେ ଲରମ୍ଭା ଥାନା ଅଧିକାରୀ ଭାନୁଶଙ୍କର ଯାଦବ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ। ସର୍ବଭାରତୀୟ ସ୍ୱାଲାଖ ବିନ୍ଧ୍ୟଗିରିବାସୀ ବିଞ୍ଝାଲ ସମାଜ ଉପଲାଟ ସଭାପତି ତଥା ଲରମ୍ଭା ଦଳର ସଭାପତି ଚନ୍ଦ୍ରଶେଖର ବାଗଙ୍କ ସମେତ ପଙ୍କଜ କୁମାର ଦଣ୍ଡସେନା, ରୁଦ୍ରମଣି ଖର୍ସେଲ, ହରେକୃଷ୍ଣ ଧରୁଆ, ଶ୍ରୀମନ୍ତ ପାଣ୍ଡେ, ମାୟାଧର ରାୟ, ନରେନ୍ଦ୍ର ବେହେରା, ଜୀବର୍ଦ୍ଧନ ଡୁଡୁକା, ଭୁଜନ ସାହୁ ଓ ଦଳ ସିଂ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଟୁର୍ଣ୍ଣାମେଣ୍ଟକୁ ଉଦ୍ଘାଟନ କରିଥିଲେ। ଉଦ୍ଘାଟନୀ ଦିବସରେ ଦୁଇଟି ଲିଗ୍ ମ୍ୟାଚ୍ ଅନୁଷ୍ଠିତ ହୋଇଥିଲା। ପ୍ରଥମ ମ୍ୟାଚ୍ରେ ଖୁଣ୍ଟସମଲାଇ ଓ ସୁନାମୁଦି ଦଳ ମଧ୍ୟରେ ମୁକାବିଲା ହୋଇଥିବାବେଳେ ସୁନାମୁଦି ଦଳ ବିଜୟୀ ହୋଇଥିଲା। ଦ୍ୱିତୀୟ ମ୍ୟାଚ୍ରେ ଦହିତା ଓ ଭାଲୁପିଟା ଦଳ ମଧ୍ୟରେ ରୋମାଞ୍ଚକର ଲଢ଼େଇ ହୋଇଥିଲା। ଶେଷରେ ଟ୍ରାଇବ୍ରେକରରେ ସୁନାମୁଦି ଦଳ ୨-୧ ଗୋଲ୍ରେ ଦହିତାକୁ ପରାସ୍ତ କରି ସେମିଫାଇନାଲ୍ରେ ସ୍ଥାନ ପକ୍କା କରିଥିଲା। ରେଫରି ସରୋଜ କୁମାର ଭୋଇ ମ୍ୟାଚ୍ ପରିଚାଳନା କରିଥିବାବେଳେ ଶିବ ବାଗ ଧାରାବିବରଣୀ ପ୍ରଦାନ କରିଥିଲେ। ଲରମ୍ଭା ଫୁଟବଲ୍ ଦଳର ସଭାପତି ଚନ୍ଦ୍ରଶେଖର ବାଗ, କ୍ୟାପଟେନ୍ ଆଲୋକ ରାୟ, ସହକ୍ୟାପଟେନ୍ ଭକ୍ତ ଧରୁଆଙ୍କ ସମେତ କ୍ଲବ୍ର ସମସ୍ତ ସଦସ୍ୟ ଆୟୋଜନରେ ସହଯୋଗ କରିଥିଲେ ଆସନ୍ତାକାଲି ଖୁଣ୍ଟଣାପାଣି-ଭୁଣିମୁହାଣ ଏବଂ ରେଙ୍ଗଟାସିଲ-ତମିଆଁ ଦଳ ମଧ୍ୟରେ ମ୍ୟାଚ୍ ଅନୁଷ୍ଠିତ ହେବ। ଆସନ୍ତା ନଭେମ୍ବର ୬ ତାରିଖ ପର୍ଯ୍ୟନ୍ତ ଏହି ଟୁର୍ଣ୍ଣାମେଣ୍ଟ ଚାଲିବ।
اترك تعليقاً
لن يتم نشر عنوان بريدك الإلكتروني. الحقول المطلوبة مشار إليها بـ *