LaraMag - Sistem Berita / Majalah Laravel Multibahasa

Header
collapse
...
Home / Odisha / ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘର ସାଙ୍ଗଠନିକ ବୈଠକ

ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘର ସାଙ୍ଗଠନିକ ବୈଠକ

Agt 30, 2026  News Plus Odia  116 kali dilihat
ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘର ସାଙ୍ଗଠନିକ ବୈଠକ

ନଭେମ୍ବର ୧୫ ରେ ଵିଶାଲ ସଶସ୍ତ୍ର ଆଦିବାସୀ ରେଲି ପାଇଁ ପ୍ରସ୍ତୁତି 

ପାଟଣାଗଡ଼ : ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ଏନ୍ଏସି  ବ୍ରହ୍ମପୁରା ସ୍ଥିତ ଆଦିବାସୀ ଭବନ ଠାରେ  ରବିବାର ଆଦିବାସୀ କଲ୍ୟାଣ ସଂଘର ଆହ୍ୱାନ କ୍ରମେ ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘର ପାଟଣାଗଡ଼, ଖପ୍ରାଖୋଲ , ବେଲପଡା ଶାଖା ଓ ପାଟଣାଗଡ଼ ଏନ. ଏ. ସି ତଥା ଶବର,  ବିଞ୍ଝାଳ,ଗଣ୍ଡ, କନ୍ଧ, ଦଳ,ମିର୍ଦ୍ଧା, ମୁଣ୍ଡା ସମାଜର କର୍ମକର୍ତାଙ୍କ ଉପସ୍ଥିତିରେ ପାଟଣାଗଡ ଶବର ସମାଜର  ଉପଖଣ୍ଡ ସଭାପତି ଚନ୍ଦ୍ର ଶବର ଙ୍କ ସଭାପତିତ୍ୱରେ ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘର ସାଙ୍ଗଠନିକ ବୈଠକ ଅନୁଷ୍ଠିତ ହୋଇଥିଲା । ଏହି ବୈଠକରେ ଆସନ୍ତା ନଭେମ୍ବର ୧୫ ରେ ପାଟଣାଗଡ ଠାରେ ଵିଶାଲ ସଶସ୍ତ୍ର ଆଦିବାସୀ ରେଲି କରାଯିବ ବୋଲି   ବୈଠକରେ ନିଷ୍ପତ୍ତି ନିଆଯାଇଥିଲା । ଏପରିକି ଆଦିବାସୀ ସଂଘକୁ ତୃଣମୂଳ ସ୍ତରରୁ ଆହୁରି ମଜବୁତ କରିବାକୁ ହେଲେ ଦଳ, ମତ ଓ ନିର୍ବିଶେଷରେ ରାଜନୀତିର ଉର୍ଦ୍ଧରେ ରହି କାମ କରିବାକୁ ପଡ଼ିବ ବୋଲି ଆହ୍ୱାନ ଦେଇଥିଲେ । ଉଭୟ ସରକାରର ଆଦିବାସୀ ମାରଣ ନୀତି ଯଥା - ଅନ୍ଵେଷା ଯୋଜନା ବନ୍ଦ କରିବା ଷଡଯନ୍ତ୍ର, ଆଦିବାସୀ ସେବା ଶ୍ରମ କନ୍ୟାଶ୍ରମରେ ଉଚ୍ଚ ମାନର ଶିକ୍ଷା ବଦଳରେ ଶିକ୍ଷାର ମାନ କମିବା ସହ ଛାତ୍ରଛାତ୍ରୀ ସଂସ୍କାରିତ ହେବା ବଦଳରେ ବିପଥଗାମୀ ଆଡ଼କୁ ଯାଉଛନ୍ତି । ହଷ୍ଟେଲ ମାନଙ୍କରେ ଷ୍ଟାଫଙ୍କ ଅବହେଳା ଯୋଗୁଁ ଛାତ୍ରଛାତ୍ରୀଙ୍କ ମୃତ୍ୟୁ ହେବା, ନାବାଳିକା ଛାତ୍ରୀ ମାନେ ଗର୍ଭବତୀ ହେବା, ସୋଲବନ୍ଧ କସ୍ତୁରଵା ସେବା ଶ୍ରମରେ ଜଣେ ଆଦିବାସୀ ଛାତ୍ରୀଙ୍କ ମୃତ୍ୟୁ ହେବା, କଣ୍ଟାବାଞ୍ଜି ଅନ୍ଵେଷା ହଷ୍ଟେଲ ରେ ଛାତ୍ରଙ୍କ ମୃତ୍ୟୁ ଘଟଣା ଅତ୍ୟନ୍ତ ଦୁଃଖଦାୟକ ବୋଲି ସଂଘର କର୍ମକର୍ତ୍ତା ମାନେ କହିଥିଲେ | ଆଜିର ଏହି ବୈଠକରେ ମୁଖ୍ୟ ଉପଦେଷ୍ଟା ଅଷ୍ଟ ରତ୍ନ ବରିହା, ଚନ୍ଦ୍ର ଶେଖର ବାଗ, ବିପ୍ର ବିଶି, କୁଷଧ୍ଵଜ ମାଝୀ, ବନମାଳୀ ପୁଟା, ପ୍ରଦୀପ ପଧାନ, ନାରାୟଣ କିଷାନ, ରାମଚନ୍ଦ୍ର ଧରୁଆ, ରମେଶ ପଧାନ, ରୁଷମନ୍ତ ମାଝୀ, ସାରଥୀ ବାଗ, ଚଦ୍ର ଶେଖର ବରିହା, ଟିକେଶ୍ୱର ଧରୁଆ, କ୍ଷୀରାଧର ମାଝୀ, ଲେକରୁ ଧରୁଆ, ଯୁଗେଶ୍ୱର ଭୋଇ, ରମେଶ ପଧାନ,କୁଶ ବରିହା, ଚନ୍ଦ୍ର ଶେଖର ବରିହା,ମଦନ ମାଝୀ, ନିତ୍ୟା ମାଝୀ ପ୍ରମୁଖ ଉଦବୋଧନ ଦେଇଥିବାବେଲେ ଗୌରାଙ୍ଗ ବରିହା, ଚୂଡ଼ାମଣି ଧରୁଆ, ଯୁଧିଷ୍ଠିର ମିର୍ଦ୍ଧା, ହୃଷିକେଶ ଭୋଇ, ପିଣ୍ଟୁ ବରିହା, ଦୀନବନ୍ଧୁ ଧରୁଆ ସହଯୋଗ କରିଥିଲେ ଓ ଗୋପୀ ଧରୁଆ ଧନ୍ୟବାଦ ଅର୍ପଣ କରିଥିଲେ ।


Bagikan:

Tinggalkan komentar

Alamat email Anda tidak akan dipublikasikan. Kolom yang wajib diisi ditandai *

Pengalaman Anda di situs ini akan ditingkatkan dengan mengizinkan cookie Kebijakan Cookie