LaraMag - Sistem Berita / Majalah Laravel Multibahasa

Header
collapse
...
Home / Politics / ମିଡିଆ ସେଲ୍‌ର ଜାତୀୟ ମୁଖପାତ୍ର ଭାବେ ମନୋନୀତ ହେଲେ ସରୋଜ , ନୂଆ ଦାୟିତ୍ୱ ମିଳିବା ପରେ ବିଜେଡି କର୍ମୀଙ୍କ ମଧ୍ୟରେ ଉତ୍ସାହ

ମିଡିଆ ସେଲ୍‌ର ଜାତୀୟ ମୁଖପାତ୍ର ଭାବେ ମନୋନୀତ ହେଲେ ସରୋଜ , ନୂଆ ଦାୟିତ୍ୱ ମିଳିବା ପରେ ବିଜେଡି କର୍ମୀଙ୍କ ମଧ୍ୟରେ ଉତ୍ସାହ

Okt 03, 2026  Suprabhat Odisha  60 kali dilihat
ମିଡିଆ ସେଲ୍‌ର ଜାତୀୟ ମୁଖପାତ୍ର ଭାବେ ମନୋନୀତ ହେଲେ ସରୋଜ  , ନୂଆ ଦାୟିତ୍ୱ ମିଳିବା ପରେ ବିଜେଡି କର୍ମୀଙ୍କ ମଧ୍ୟରେ ଉତ୍ସାହ

ପାଟଣାଗଡ଼ : ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ର ପୂର୍ବତନ ବିଧାୟକ ତଥା ବିଜୁ ଜନତା ଦଳ (ବିଜେଡି)ର ବଲାଙ୍ଗୀର ଜିଲ୍ଲା ସଭାପତି ସରୋଜ କୁମାର ମେହେରଙ୍କୁ ଦଳ ପକ୍ଷରୁ ମିଡିଆ ସେଲ୍‌ର ଜାତୀୟ ମୁଖପାତ୍ର ଭାବେ ମନୋନୀତ କରାଯାଇଛି। ଦଳ ପକ୍ଷରୁ ତାଙ୍କୁ ଏହି ଗୁରୁଦାୟିତ୍ୱ ମିଳିବା ପରେ ପାଟଣାଗଡ଼ ସମେତ ବଲାଙ୍ଗୀର ଜିଲ୍ଲାର ବିଜେଡି କର୍ମୀ ଓ ସମର୍ଥକଙ୍କ ମଧ୍ୟରେ ଉତ୍ସାହ ପ୍ରକାଶ ପାଇଛି । ଶ୍ରୀ ମେହେର ପାଟଣାଗଡ଼ ନିର୍ବାଚନମଣ୍ଡଳୀରୁ ପୂର୍ବରୁ ବିଧାୟକ ଭାବେ ଦାୟିତ୍ୱ ତୁଲାଇଥିବା ବେଳେ ବର୍ତ୍ତମାନ ବିଜେଡିର ଜିଲ୍ଲା ସଭାପତି ଭାବେ ଦାୟିତ୍ୱରେ ଅଛନ୍ତି । ଏବେ ଦଳର ମିଡିଆ ସେଲ୍‌ର ଜାତୀୟ ମୁଖପାତ୍ର ଭାବେ ଦାୟିତ୍ୱ ମିଳିବା ତାଙ୍କ ରାଜନୈତିକ ଦାୟିତ୍ୱର ପରିସରକୁ ଆହୁରି ବଢ଼ାଇଛି । ନୂତନ ଦାୟିତ୍ୱ ମିଳିବା ପରେ ପାଟଣାଗଡ଼ ଅଞ୍ଚଳରେ ଦଳୀୟ କର୍ମୀଙ୍କ ମଧ୍ୟରେ ଉତ୍ସାହ ଦେଖାଦେଇଛି। ବିଭିନ୍ନ ସ୍ଥାନରେ ଦଳୀୟ କର୍ମୀ ଓ ସମର୍ଥକମାନେ ଶ୍ରୀ ମେହେରଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ତାଙ୍କୁ ମିଳିଥିବା ଏହି ନୂତନ ଦାୟିତ୍ୱ ଦଳର ଜାତୀୟ ସ୍ତରରେ ପାଟଣାଗଡ଼ ଅଞ୍ଚଳର ପ୍ରତିନିଧିତ୍ୱକୁ ଆହୁରି ଗୁରୁତ୍ୱ ଦେଇଥିବା ଦଳୀୟ ମହଲରେ ଚର୍ଚ୍ଚା ହେଉଛି । ଏହି ଅବସରରେ ଶ୍ରୀ ମେହେର କହିଛନ୍ତି ଯେ, ଦଳ ପକ୍ଷରୁ ତାଙ୍କ ଉପରେ ଦିଆଯାଇଥିବା ନୂତନ ଦାୟିତ୍ୱକୁ ସେ ନିଷ୍ଠାର ସହ ସୁଚାରୁରୂପେ ସମ୍ପାଦନ କରିବେ। ଦଳର ନୀତି, କାର୍ଯ୍ୟକ୍ରମ ଓ ମତାମତକୁ ଜାତୀୟ ସ୍ତରରେ ଗଣମାଧ୍ୟମ ମାଧ୍ୟମରେ ଉପସ୍ଥାପନ କରିବାରେ ସେ ନିଜର ଭୂମିକା ତୁଲାଇବେ ବୋଲି କହିଛନ୍ତି । ଏଥିପାଇଁ ସେ ବିଜୁ ଜନତା ଦଳର ସଭାପତି ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ କୃତଜ୍ଞତା ଜଣାଇବା ସହ ଦଳୀୟ ନେତୃତ୍ୱଙ୍କ ପ୍ରତି ଧନ୍ୟବାଦ ଜଣାଇଛନ୍ତି। ଦଳ ତାଙ୍କ ଉପରେ ଯେଉଁ ଆସ୍ଥା ପ୍ରକଟ କରିଛି, ତାହାକୁ ଅକ୍ଷୁଣ୍ଣ ରଖିବା ସହ ଦାୟିତ୍ୱକୁ ଦକ୍ଷତାର ସହ ନିର୍ବାହ କରିବାକୁ ସେ ପ୍ରୟାସ କରିବେ ବୋଲି ଶ୍ରୀ ମେହେର ପ୍ରକାଶ କରିଛନ୍ତି । ତାଙ୍କୁ ଏହି ନୂତନ ଦାୟିତ୍ୱ ମିଳିବା ପରେ ବିଜେଡିର ସ୍ଥାନୀୟ ନେତା ଓ କର୍ମୀମାନେ ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ଜିଲ୍ଲା ସଂଗଠନରେ ତାଙ୍କର ଅଭିଜ୍ଞତା ଓ ପୂର୍ବରୁ ରହିଥିବା ରାଜନୈତିକ ଭୂମିକା ଆଧାରରେ ନୂତନ ଦାୟିତ୍ୱକୁ ସେ କିପରି ତୁଲାଇବେ, ତାହା ନେଇ ଦଳୀୟ ମହଲରେ ଆଗ୍ରହ ପ୍ରକାଶ ପାଇଛି ।


Bagikan:

Tinggalkan komentar

Alamat email Anda tidak akan dipublikasikan. Kolom yang wajib diisi ditandai *

Pengalaman Anda di situs ini akan ditingkatkan dengan mengizinkan cookie Kebijakan Cookie