LaraMag - Sistem Berita / Majalah Laravel Multibahasa

Header
collapse
...
Home / Odisha / ସମଲେଶ୍ୱରୀ ନକ୍‌ଆଉଟ୍‌ ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦ୍‌ଘାଟିତ , ପ୍ରଥମ ଦିନରେ ଉଦ୍ୟାନବନ୍ଦ ୨-୦ ଗୋଳରେ ବୀଜୟୀ

ସମଲେଶ୍ୱରୀ ନକ୍‌ଆଉଟ୍‌ ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦ୍‌ଘାଟିତ , ପ୍ରଥମ ଦିନରେ ଉଦ୍ୟାନବନ୍ଦ ୨-୦ ଗୋଳରେ ବୀଜୟୀ

Okt 12, 2026  Suprabhat Odisha  50 kali dilihat
ସମଲେଶ୍ୱରୀ ନକ୍‌ଆଉଟ୍‌ ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦ୍‌ଘାଟିତ , ପ୍ରଥମ ଦିନରେ ଉଦ୍ୟାନବନ୍ଦ  ୨-୦ ଗୋଳରେ ବୀଜୟୀ

ପାଟଣାଗଡ଼ : ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ଏନ୍‌ଏସି ଅନ୍ତର୍ଗତ ରମାଇ ହାଇସ୍କୁଲ ଖେଳପଡ଼ିଆରେ ସୋମବାର ସମଲେଶ୍ୱରୀ କ୍ଲବ ପକ୍ଷରୁ ସମଲେଶ୍ୱରୀ ନକଆଉଟ୍ ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦ୍‌ଘାଟିତ ହୋଇଯାଇଛି। ଏହି ଅବସରରେ ପାଟଣାଗଡ଼ ଏନ୍‌ଏସି କାର୍ଯ୍ୟନିର୍ବାହୀ ଅଧିକାରୀ ନାରାୟଣ ଦଣ୍ଡସେନା ମୁଖ୍ୟ ଅତିଥି ଭାବେ ଯୋଗଦେଇ ଟୁର୍ଣ୍ଣାମେଣ୍ଟକୁ ଉଦ୍‌ଘାଟନ କରିଥିଲେ। ଏହି ପ୍ରତିଯୋଗିତାରେ ମୋଟ ୮ଟି ଦଳ ଅଂଶଗ୍ରହଣ କରିଛନ୍ତି। ଉଦ୍‌ଘାଟନୀ ଦିବସରେ ଉଦ୍ୟାନବନ୍ଦ ଓ ପଦ୍ମପୁର ଦଳ ମଧ୍ୟରେ ମ୍ୟାଚ୍‌ ଅନୁଷ୍ଠିତ ହୋଇଥିଲା। ଉଦ୍ୟାନବନ୍ଦ ପଦ୍ମପୁର ଦଳକୁ ୨-୦ ଗୋଳରେ ପରାସ୍ତ କରି ବିଜୟ ହାସଲ କରିଥିଲା । ଏହି ନକଆଉଟ୍ ଟୁର୍ଣ୍ଣାମେଣ୍ଟକୁ ନେଇ ଫୁଟବଲ ପ୍ରେମୀଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଛି । କାର୍ଯ୍ୟକ୍ରମରେ କ୍ଲବର ଗୁଣନିଧି ପ୍ରଧାନ, ସନ୍ନ୍ୟାସୀ ବାଗ, ନନ୍ଦନ ଠାକୁର, ନବୀନ ସାହୁ ଓ ରାମ ବୁଡ଼େକଙ୍କ ସମେତ କ୍ଲବର ଅନ୍ୟ ସଦସ୍ୟମାନେ ଉପସ୍ଥିତ ରହି ଟୁର୍ଣ୍ଣାମେଣ୍ଟ ଆୟୋଜନରେ ସହଯୋଗ କରିଥିଲେ। ଏହି ଟୁଣ୍ଡାମେଣ୍ଟ ଆଜି ଠାରୁ ଆସନ୍ତା ୧୮ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ ।


Bagikan:

Tinggalkan komentar

Alamat email Anda tidak akan dipublikasikan. Kolom yang wajib diisi ditandai *

Pengalaman Anda di situs ini akan ditingkatkan dengan mengizinkan cookie Kebijakan Cookie