LaraMag - Sistem Berita / Majalah Laravel Multibahasa

Header
collapse
...
Home / Odisha / ଛାତ୍ର ସଂସଦ ନିର୍ବାଚନକୁ ନେଇ ଉତ୍ସବମୁଖର କଲେଜ କ୍ୟାମ୍ପସ ଜମୁଛି ପ୍ରାର୍ଥୀଙ୍କ ପ୍ରଚାର , ସମର୍ଥକଙ୍କ ମଧ୍ୟରେ ଉତ୍ସାହ

ଛାତ୍ର ସଂସଦ ନିର୍ବାଚନକୁ ନେଇ ଉତ୍ସବମୁଖର କଲେଜ କ୍ୟାମ୍ପସ ଜମୁଛି ପ୍ରାର୍ଥୀଙ୍କ ପ୍ରଚାର , ସମର୍ଥକଙ୍କ ମଧ୍ୟରେ ଉତ୍ସାହ

Okt 13, 2026  Suprabhat Odisha  59 kali dilihat
ଛାତ୍ର ସଂସଦ ନିର୍ବାଚନକୁ ନେଇ ଉତ୍ସବମୁଖର କଲେଜ କ୍ୟାମ୍ପସ  ଜମୁଛି ପ୍ରାର୍ଥୀଙ୍କ ପ୍ରଚାର , ସମର୍ଥକଙ୍କ ମଧ୍ୟରେ ଉତ୍ସାହ

ପାଟଣାଗଡ଼ : ଛାତ୍ର ସଂସଦ ନିର୍ବାଚନକୁ ନେଇ ପାଟଣାଗଡ଼ ଜବାହାରଲାଲ ମହାବିଦ୍ୟାଳୟ କ୍ୟାମ୍ପସ ଏବେ ଚଳଚଞ୍ଚଳ ହୋଇଉଠିଛି। ନିର୍ବାଚନକୁ ନେଇ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଉତ୍ସାହ ବଢ଼ିବା ସହ ପ୍ରାର୍ଥୀମାନେ ନିଜ ସପକ୍ଷରେ ମତଦାନ କରିବାକୁ ସହପାଠୀଙ୍କୁ ଅନୁରୋଧ କରୁଛନ୍ତି। ମହାବିଦ୍ୟାଳୟ ପରିସରରେ ପ୍ରଚାର ଜୋରଦାର ହେଉଥିବା ବେଳେ ପ୍ରାର୍ଥୀ ଓ ସେମାନଙ୍କ ସମର୍ଥକମାନେ ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ ଉଦ୍ୟମ ଚଳାଇଛନ୍ତି । ନିଜ ନିଜ ସପକ୍ଷରେ ଛାତ୍ରଛାତ୍ରୀଙ୍କ ସମର୍ଥନ ଯୋଗାଡ଼ କରିବାକୁ ପ୍ରାର୍ଥୀମାନେ ବିଭିନ୍ନ ଉପାୟରେ ପ୍ରଚାର କରୁଛନ୍ତି। ମହାବିଦ୍ୟାଳୟର ବିଭିନ୍ନ ବିଭାଗର ଛାତ୍ରଛାତ୍ରୀଙ୍କ ସହ ମିଶି ସେମାନଙ୍କ ସମସ୍ୟା ଓ ଦାବି ସମ୍ପର୍କରେ ଆଲୋଚନା କରୁଛନ୍ତି। ଅନ୍ୟପକ୍ଷରେ ସମର୍ଥକମାନେ ମଧ୍ୟ ନିଜ ପସନ୍ଦର ପ୍ରାର୍ଥୀଙ୍କ ପାଇଁ ପ୍ରଚାରରେ ସାମିଲ ହେଉଛନ୍ତି। ଏହାକୁ ନେଇ ଜବାହାରଲାଲ ମହାବିଦ୍ୟାଳୟ ପରିସରରେ ନିର୍ବାଚନୀ ମାହୋଲ ସରଗରମ ହୋଇପଡ଼ିଛି । ଛାତ୍ର ସଂସଦ ନିର୍ବାଚନ ଛାତ୍ରଛାତ୍ରୀଙ୍କ ସମସ୍ୟା, ଦାବି ଓ ଅଧିକାରକୁ ଉପଯୁକ୍ତ ମଞ୍ଚରେ ଉପସ୍ଥାପନ କରିବାର ଏକ ମାଧ୍ୟମ। ତେଣୁ ନିଜ ପସନ୍ଦର ପ୍ରାର୍ଥୀଙ୍କୁ ବିଜୟୀ କରିବା ପାଇଁ ସମର୍ଥକମାନେ ଲାଗିପଡ଼ିଛନ୍ତି। ନିର୍ବାଚନ ଯେତିକି ପାଖେଇ ଆସୁଛି, ପ୍ରଚାର ମଧ୍ୟ ସେତିକି ଜୋରଦାର ହେଉଛି। ଏବେ ସମସ୍ତଙ୍କ ନଜର ଜବାହାରଲାଲ ମହାବିଦ୍ୟାଳୟର ଛାତ୍ର ସଂସଦ ନିର୍ବାଚନ ଉପରେ ରହିଛି।

 

 


Bagikan:

Tinggalkan komentar

Alamat email Anda tidak akan dipublikasikan. Kolom yang wajib diisi ditandai *

Pengalaman Anda di situs ini akan ditingkatkan dengan mengizinkan cookie Kebijakan Cookie