LaraMag - Sistem Berita / Majalah Laravel Multibahasa

Header
collapse
...
Home / Education / ଛାତ୍ର ସଂସଦ ନିର୍ବାଚନରେ ବିସିଜେଡିର ବାଜିମାତ

ଛାତ୍ର ସଂସଦ ନିର୍ବାଚନରେ ବିସିଜେଡିର ବାଜିମାତ

Okt 16, 2026  Suprabhat Odisha  11 kali dilihat
ଛାତ୍ର ସଂସଦ ନିର୍ବାଚନରେ ବିସିଜେଡିର ବାଜିମାତ

ପାଟଣାଗଡ଼ ଅଞ୍ଚଳରେ ଛାତ୍ର ରାଜନୀତିର ରୋଚକ ଚିତ୍ର

ପ୍ରାଥି ଓ ସମର୍ଥ ଙ୍କ ମଧ୍ୟରେ ଉତ୍ସାହ 

 ଗୋଟିଏ କଲେଜରେ ସୀମିତ ରହିଲା ଏବିଭିପି

ପାଟଣାଗଡ଼ : ଛାତ୍ର ସଂସଦ ନିର୍ବାଚନରେ ବଲାଙ୍ଗୀର ଜିଲ୍ଲାର ପାଟଣାଗଡ଼ ଅଞ୍ଚଳରେ ବିସିଜେଡିର ଦବଦବା ଦେଖିବାକୁ ମିଳିଛି। ଗୁରୁବାର ଅଞ୍ଚଳର ଚାରୋଟି ମହାବିଦ୍ୟାଳୟ ମଧ୍ୟରୁ ତିନୋଟିରେ ବିସିଜେଡି ସଫଳତା ହାସଲ କରିଥିବାବେଳେ ଗୋଟିଏ ମହାବିଦ୍ୟାଳୟରେ ଏବିଭିପିକୁ ସନ୍ତୁଷ୍ଟ ହେବାକୁ ପଡ଼ିଛି। ନିର୍ବାଚନ ଫଳାଫଳ ବିସିଜେଡି ସପକ୍ଷରେ ଅଧିକ ରହିଥିବାରୁ ଅଞ୍ଚଳର ଛାତ୍ର ରାଜନୀତିରେ ଏହାକୁ ନେଇ ଚର୍ଚ୍ଚା ଜୋର ଧରିଛି । ପାଟଣେଶ୍ୱରୀ ମହିଳା ମହାବିଦ୍ୟାଳୟରେ ସଞ୍ଜନା ସାହୁ, ଘସିଏନ ମହାବିଦ୍ୟାଳୟରେ ଓମକାର ବଗର୍ତ୍ତି ଏବଂ ପାଟଣାଗଡ଼ ଜବାହାରଲାଲ ମହାବିଦ୍ୟାଳୟରେ ଆଲିସା ମେହେର ସଭାପତି ଭାବେ ବିଜୟୀ ହୋଇଛନ୍ତି । ଏହି ତିନୋଟି ମହାବିଦ୍ୟାଳୟରେ ବିସିଜେଡିର ସଫଳତା ସଂଗଠନର ସ୍ଥିତିକୁ ମଜବୁତ କରିଛି ।ଅନ୍ୟପକ୍ଷରେ ଭଇଁଷା ଜ୍ୟୋତି ବିକାଶ ସ୍ନାତକ ମହାବିଦ୍ୟାଳୟରେ ଏବିଭିପି ପ୍ରାର୍ଥୀ ରୁପେଶ ସାହୁ ସଭାପତି ଭାବେ ବିଜୟୀ ହୋଇଛନ୍ତି। ଚାରୋଟି ମହାବିଦ୍ୟାଳୟର ଫଳାଫଳକୁ ଦେଖିଲେ ବିସିଜେଡି ତିନୋଟିରେ ବିଜୟୀ ହୋଇଥିବାବେଳେ ଏବିଭିପି ଗୋଟିଏ ମହାବିଦ୍ୟାଳୟରେ ସଫଳତା ପାଇଛି। ନିର୍ବାଚନ ଫଳାଫଳ ବିସିଜେଡିକୁ ଆଗରେ ରଖିଥିବାବେଳେ ଏବିଭିପି ପାଇଁ ଏହା ଆତ୍ମସମୀକ୍ଷାର ସମୟ ବୋଲି ଛାତ୍ର ରାଜନୀତି ମହଲରେ ଆଲୋଚନା ହେଉଛି। ତେବେ ନିର୍ବାଚନରେ ବିଜୟ ହିଁ ଶେଷ କଥା ନୁହେଁ; ଛାତ୍ରଛାତ୍ରୀଙ୍କ ସମସ୍ୟା ସମାଧାନ, ଶିକ୍ଷାନୁଷ୍ଠାନର ବିକାଶ ଓ ଛାତ୍ରଙ୍କ ଅଧିକାର ପାଇଁ କେଉଁ ସଂଗଠନ କେତେଦୂର କାମ କରୁଛି, ତାହା ଆଗାମୀ ଦିନରେ ଗୁରୁତ୍ୱ ବହନ କରିବ। ଚାରୋଟି ମହାବିଦ୍ୟାଳୟର ଏହି ଫଳାଫଳ ପାଟଣାଗଡ଼ ଅଞ୍ଚଳରେ ବିସିଜେଡିର ଅଗ୍ରଣୀ ସ୍ଥିତିକୁ ସାମ୍ନାକୁ ଆଣିଥିବାବେଳେ ଭଇଁଷାରେ ଏବିଭିପିର ବିଜୟ ମଧ୍ୟ ନିର୍ବାଚନର ଏକ ଉଲ୍ଲେଖନୀୟ ଦିଗ ହୋଇ ରହିଛି।


Bagikan:

Tinggalkan komentar

Alamat email Anda tidak akan dipublikasikan. Kolom yang wajib diisi ditandai *

Pengalaman Anda di situs ini akan ditingkatkan dengan mengizinkan cookie Kebijakan Cookie