LaraMag - Sistem Berita / Majalah Laravel Multibahasa

Header
collapse
...
Home / Odisha / ଖଡ଼ଗେଙ୍କ ମନ୍ତବ୍ୟକୁ ବିଜେପିର ବିରୋଧ ଲୋଇସିଂହାରେ ବିକ୍ଷୋଭ ପ୍ରଦର୍ଶନ, ଥାନାରେ ଏତଲା

ଖଡ଼ଗେଙ୍କ ମନ୍ତବ୍ୟକୁ ବିଜେପିର ବିରୋଧ ଲୋଇସିଂହାରେ ବିକ୍ଷୋଭ ପ୍ରଦର୍ଶନ, ଥାନାରେ ଏତଲା

Okt 27, 2026  Suprabhat Odisha  10 kali dilihat
ଖଡ଼ଗେଙ୍କ ମନ୍ତବ୍ୟକୁ ବିଜେପିର ବିରୋଧ ଲୋଇସିଂହାରେ ବିକ୍ଷୋଭ ପ୍ରଦର୍ଶନ, ଥାନାରେ ଏତଲା

ବଲାଙ୍ଗୀର, (ସୂପ୍ରଭାତ ଓଡ଼ିଶା): କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେଙ୍କ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସମ୍ପର୍କରେ ଦିଆଯାଇଥିବା ବିବାଦୀୟ ମନ୍ତବ୍ୟକୁ ନେଇ ଲୋଇସିଂହାରେ ବିଜେପି ପକ୍ଷରୁ ତୀବ୍ର ପ୍ରତିବାଦ କରାଯାଇଛି। ଏହାର ପ୍ରତିବାଦରେ ଦଳ ପକ୍ଷରୁ ଏକ ବିକ୍ଷୋଭ ପ୍ରଦର୍ଶନ କରାଯିବା ସହ ଖଡ଼ଗେଙ୍କ ବିରୋଧରେ ଲୋଇସିଂହା ଥାନାରେ ଏତଲା ଦିଆଯାଇଛି । ଅଭିଯୋଗ ଅନୁସାରେ , ଗତ ୨୫ ତାରିଖରେ ଖଡ଼ଗେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ନେଇ ଦେଇଥିବା ମନ୍ତବ୍ୟ ଅରୁଚିକର ଓ ଅମର୍ଯ୍ୟାଦାଜନକ। ଜଣେ ପ୍ରଧାନମନ୍ତ୍ରୀଙ୍କ ପ୍ରତି ଏଭଳି ବ୍ୟକ୍ତିଗତ ଆକ୍ଷେପ ଗଣତାନ୍ତ୍ରିକ ରାଜନୀତିର ମର୍ଯ୍ୟାଦାକୁ କ୍ଷୁଣ୍ଣ କରୁଛି ବୋଲି ଦଳ ଅଭିଯୋଗ କରିଛି।କଂଗ୍ରେସ ନେତାମାନେ ବିଭିନ୍ନ ସମୟରେ ପ୍ରଧାନମନ୍ତ୍ରୀଙ୍କୁ ନେଇ ବ୍ୟକ୍ତିଗତ ଟିପ୍ପଣୀ କରୁଛନ୍ତି। ରାଜନୈତିକ ମତଭେଦ ଥିଲେ ମଧ୍ୟ ସାମ୍ବିଧାନିକ ପଦବୀର ମର୍ଯ୍ୟାଦା ରକ୍ଷା କରିବା ଆବଶ୍ୟକ ବୋଲି ବିଜେପି କର୍ମକର୍ତ୍ତାମାନେ ମତ ପ୍ରକାଶ କରିଛନ୍ତି। ଏଭଳି ମନ୍ତବ୍ୟ ରାଜନୈତିକ ସୌଜନ୍ୟତାର ପରିପନ୍ଥୀ ବୋଲି ସେମାନେ କହିଛନ୍ତି। ବିଜେପି ନେତାମାନେ ଆହୁରି ଅଭିଯୋଗ କରିଛନ୍ତି ଯେ, ରାଜନୈତିକ ପ୍ରତିଦ୍ୱନ୍ଦ୍ୱିତା ମଧ୍ୟରେ ବ୍ୟକ୍ତିଗତ ଆକ୍ଷେପ ପରିବର୍ତ୍ତେ ଜନସମସ୍ୟା, ବିକାଶ ଓ ଜନକଲ୍ୟାଣକୁ ଗୁରୁତ୍ୱ ଦିଆଯିବା ଉଚିତ। ଏଭଳି ବିବାଦୀୟ ବୟାନ ରାଜନୈତିକ ପରିବେଶକୁ ଅଧିକ ତିକ୍ତ କରୁଥିବା ସେମାନେ ମତ ଦେଇଛନ୍ତି । ଏହି ପ୍ରତିବାଦ କାର୍ଯ୍ୟକ୍ରମରେ ଲୋଇସିଂହା ଅଞ୍ଚଳର ବିଜେପି କର୍ମକର୍ତ୍ତା ଓ ବହୁ ସମର୍ଥକ ଯୋଗଦେଇ ଖଡ଼ଗେଙ୍କ ମନ୍ତବ୍ୟକୁ ନିନ୍ଦା କରିଥିଲେ ।


Bagikan:

Tinggalkan komentar

Alamat email Anda tidak akan dipublikasikan. Kolom yang wajib diisi ditandai *

Pengalaman Anda di situs ini akan ditingkatkan dengan mengizinkan cookie Kebijakan Cookie