LaraMag - Sistem Berita / Majalah Laravel Multibahasa

Header
collapse
...
Home / Odisha / ଘସିଏନ ସମବାୟ ସମିତିରେ ଓମଫେଡ୍ ପାର୍ଲର ଉଦ୍‌ଘାଟିତ

ଘସିଏନ ସମବାୟ ସମିତିରେ ଓମଫେଡ୍ ପାର୍ଲର ଉଦ୍‌ଘାଟିତ

Okt 30, 2026  Suprabhat Odisha  37 kali dilihat
ଘସିଏନ ସମବାୟ ସମିତିରେ ଓମଫେଡ୍ ପାର୍ଲର ଉଦ୍‌ଘାଟିତ

ପାଟଣାଗଡ଼,୩୦।୧୦ (ସୂପ୍ରଭାତ ଓଡ଼ିଶା): ଗ୍ରାମାଞ୍ଚଳରେ ଦୁଗ୍ଧ ଉତ୍ପାଦନ ବ୍ୟବସ୍ଥାକୁ ଅଧିକ ସୁଦୃଢ଼ କରିବା ସହ ଲୋକଙ୍କୁ ଗୁଣାତ୍ମକ ଦୁଗ୍ଧଜାତ ସାମଗ୍ରୀ ଯୋଗାଇଦେବା ଲକ୍ଷ୍ୟରେ ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ବ୍ଲକ ଘସିଏନ ଗ୍ରାମର ପ୍ରାଥମିକ କୃଷି ସମବାୟ ସମିତିଠାରେ ଗୁରୁବାର ଏକ ଓମଫେଡ୍ ପାର୍ଲର ଉଦ୍‌ଘାଟିତ ହୋଇଛି। ଏହି ଅବସରରେ ବଲାଙ୍ଗୀର ସ୍ୱତନ୍ତ୍ର ଉନ୍ନୟନ ପରିଷଦର ଅଧ୍ୟକ୍ଷ ବଲ୍ଲଭ ଧରୁଆ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପାର୍ଲରର ଶୁଭ ଉଦ୍‌ଘାଟନ କରିଥିଲେ। ସମ୍ମାନିତ ଅତିଥି ଭାବେ ସୁଜଳ କୁମାର ମେହେର ଓ ପାଟଣାଗଡ଼ ଉପଜିଲ୍ଲାପାଳ ସୁନୀଲ କୁମାର ମେହେର ଉପସ୍ଥିତ ଥିଲେ। ଏହି କାର୍ଯ୍ୟକ୍ରମରେ ବଲାଙ୍ଗୀର ଡିଆରଡିଏର ପ୍ରତିନିଧି ଶିବ ମହାରଣା, ପାଟଣାଗଡ଼ ଏଆରସିଏସ୍ ରଥ ହେମ୍ରମ, ସମବାୟ ସମିତିର ସଭାପତି ବିଦୁସ୍ମିତା ମହାକୁର ସାବିତ୍ରୀ ନାଗ, ଜୟନ୍ତ କୁମ୍ଭାର ଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଓ ସ୍ଥାନୀୟ ଅଞ୍ଚଳର ମିଶନ ଶକ୍ତି ମହିଳାମାନେ ଯୋଗଦେଇଥିଲେ। ଏହି ପାର୍ଲର ଆରମ୍ଭ ହେବା ଦ୍ୱାରା ସ୍ଥାନୀୟ ଅଞ୍ଚଳରେ ଓମଫେଡ୍ ଦୁଗ୍ଧ ଓ ଦୁଗ୍ଧଜାତ ସାମଗ୍ରୀର ଉପଲବ୍ଧତା ବୃଦ୍ଧି ପାଇବା ସହ ସମବାୟ ମାଧ୍ୟମରେ ଦୁଗ୍ଧ ବ୍ୟବସାୟକୁ ପ୍ରୋତ୍ସାହନ ମିଳିବ ବୋଲି ଆଶା ପ୍ରକାଶ ପାଇଛି।

 

 

 


Bagikan:

Tinggalkan komentar

Alamat email Anda tidak akan dipublikasikan. Kolom yang wajib diisi ditandai *

Pengalaman Anda di situs ini akan ditingkatkan dengan mengizinkan cookie Kebijakan Cookie