ପାଟଣାଗଡ଼: ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ଉପଖଣ୍ଡ ଜୁରିଆ ସ୍ବରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ରେ ବିଦ୍ୟାଳୟ ସ୍ତରୀୟ ଜ୍ଞାନ ବିଜ୍ଞାନମେଳା ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟ ପ୍ରେମାନନ୍ଦ ଖମାରୀ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ସର୍ବମୋଟ ୫୯ ଟି ପ୍ରକଳ୍ପ ରହିଥିବା ବେଳେ ୭ ଗୋଟି ବିଦ୍ୟାଳୟର ଚତୁର୍ଥ ରୁ ଦଶମ ଶ୍ରେଣୀର ୨୧୩ ଜଣ ଛାତ୍ରଛାତ୍ରୀ ଅଂଶ ଗ୍ରହଣ କରିଥିଲେ । ମୁଖ୍ୟ ଅତିଥି ଭାବରେ ଖପ୍ରାଖୋଲ ବ୍ଳକ ଅଧ୍ୟକ୍ଷା ନିରୁପମା ପଟେଲ ଯୋଗଦେଇଥିବାବେଲେ ପରିଚାଳନା କମିଟିର ସଭାପତି କ୍ଷିରୋଦ୍ର କୁମାର ପାଣିଗ୍ରାହୀ, ସମ୍ପାଦକ ଶିବ ପ୍ରସାଦ ମେହେର, ସଙ୍କୁଳ ସଂଯୋଜକ ସତ୍ୟ ନାରାୟଣ ଭୁକ୍ତା, ସହ ଜିଲ୍ଲା ପ୍ରମୁଖ ମିତ୍ରଭାନୁ ପଧାନ ସମ୍ମାନିତ ଅତିଥି ଭାବରେ ପ୍ରମୁଖ ଉପସ୍ଥିତ ଥିଲେ । ବିଭିନ୍ନ ସରକାରୀ ବିଦ୍ୟାଳୟର ୨୫ ଜଣ ଶିକ୍ଷକ ଓ ବେସରକାରୀ ବିଶ୍ଵବିଦ୍ୟାଳ ୨୧ ଜଣ ଆଚାର୍ଯ୍ୟ ଓ ଆଚାର୍ଯ୍ୟା ବିଚାରକ ଭାବେ ଯୋଗଦେଇ ପ୍ରକଳ୍ପର ମୁଲ୍ୟାଙ୍କନ କରିଥିଲେ । ଏହି ବିଜ୍ଞାନ ମେଲାରେ ପ୍ରଥମ ସ୍ଥାନରେ କୃତିତ୍ବ ହୋଇଥିବା ଛାତ୍ରଛାତ୍ରୀ ମାନେ ଆସନ୍ତା ୨୨ ରେ ଲୋଇସିଂହା ଶିଶୁ ମନ୍ଦିରରେ ହେବାକୁ ଥିବା ବିଭାଗ ସ୍ତରୟ ଜ୍ଞାନ ବିଜ୍ଞାନମେଳାରେ ଅଂଶ ଗ୍ରହଣ ଖରିବେ ବୋଲି ପ୍ରଧାନ ଆଚାର୍ଯ୍ୟ ଶ୍ରୀ ଖମାରୀ ପ୍ରକାଶ କରିଛନ୍ତି । ଲୁହାସିଂହା ସରପଞ୍ଚ ହିମାଞ୍ଚଳ ପୁରୋହିତ, ପୁର୍ବତନ ପରିଚାଳନା କମିଟିର ସଭାପତି କୋଶଳ କୁମାର ମେହେର, ଉପସଭାପତି ଉମାଶଙ୍କର ପଟେଲ, ଯୁଗ୍ମ ସମ୍ପାଦକ ନୀଳମଣି ନାଗ, ଜୟନ୍ତ କୁମାର ମେହେର ଏବଂ ପରିଚାଳନା କମିଟିର ସଦସ୍ୟ ସଦସ୍ୟା , ଅଭିଭାବକ ଓ ଅଭିଭାବିକା ମାନେ ଏହି କାର୍ଯ୍ୟକ୍ରମକୁ ପରିଚାଳନାରେ ବିଶେଷ ସହଯୋଗ କରିଥିଲେ ।
Bir yorum bırakın
E-posta adresiniz yayınlanmayacaktır. Gerekli alanlar * ile işaretlenmiştir