ପାଟଣାଗଡ଼ : ବଲାଙ୍ଗୀର ଜିଲ୍ଲା ପାଟଣାଗଡ ଉପଖଖ୍ତ ଡାକ୍ତର ଖାନା ସମ୍ମୁଖରେ ସୋମବାର ୩ ଦଫା ଦାବି ନେଇ କୋଶଳ ମୁକ୍ତି ମୋର୍ଚ୍ଚା ପକ୍ଷରୁ ଭୂଖ ହରତାଳ ଓ ଆମରଣ ଅନଶନ ଅନୁଷ୍ଠିତ ହୋଇଛି। ଏହି ଆମରଣ ଅନସନରେ କୋଶଳ ମୁକ୍ତି ମୋର୍ଚ୍ଚାର କାର୍ଯ୍ୟକାରୀ ସଭାପତି ଡିଙ୍ଗର କୁମ୍ଭାର ଭୂଖ ହରତାଳ ଓ ଆମରଣ ଅନଶନରେ ବସିଥିଲେ। ଦାବି ପୂରଣ ନହେବା ଯାଏ ଆନ୍ଦୋଳନ ଜାରି ରହିବ ବୋଲି ମୁକ୍ତି ମୋର୍ଚ୍ଚା ପକ୍ଷରୁ ଚେତାବନୀ ଦିଆଯାଇଛି । ଏପରିକି ରାଜନୈତିକ ଉଦାସୀନତା ଯୋଗୁଁ ଏପର୍ଯ୍ୟନ୍ତ ଏହି ସମସ୍ୟାର ସମାଧାନ ହୋଇ ପାରୁନାହିଁ ବୋଲି ମୁକ୍ତି ମୋର୍ଚ୍ଚା ଅଭିଯୋଗ କରିଛି । ଧାରଣା ଆରମ୍ଭ ହେବାର କିଛି ସମୟ ପରେ ଧାରଣା ସ୍ଥଳକୁ ପାଟଣାଗଡ ଅତିରିକ୍ତ ଜିଲ୍ଲାପାଳ ମନଫିଲସ କେରକେଟା ଓ ଦାୟିତ୍ୱରେ ଥିବା ଉପଖଖ୍ତ ଚିକିତ୍ସା ଅଧିକାରୀ ଡ . ରୋସନ ମେହେର ପହଞ୍ଚି ଆନ୍ଦୋଳନ କାରୀଙ୍କ ସହ କିଛି ସମୟ ପର୍ଯ୍ୟନ୍ତ ଆଲୋଚନା କରିଥିଲେ । କିନ୍ତୁ ଆନ୍ଦୋଳନ କାରୀ ଙ୍କ ସହ ଆଲୋଚନା ବିଫଳ ହେବା ପରେ ଘଟଣାସ୍ଥଳରୁ ସେମାନେ ଫେରିଯାଇଥିଲା । ଯାହାଫଳରେ ବର୍ତ୍ତମାନ ସୁଦ୍ଧା ଆନ୍ଦୋଳନ କାରୀ ନିଜ ଜିତରେ ଅଟଳ ରହି ଧାରଣା ଜାରି ରଖିଛନ୍ତି । ମୁଖ୍ୟ ଦାବି ଗୁଡିକ ମଧ୍ୟରେ ୫୦ ଗୋଟି ମଞ୍ଜୁରୀ ଡ଼ାକ୍ତରୀ ପଦବୀ ପୂରଣ , ସୁଇପର ମାନଙ୍କୁ ରିତିମତ ମଜୁରୀ ଦେବାରେ ଅବହେଳା ଯୋଗୁଁ ଅଭିରାମ ଆଉଟସୋର୍ଷିଂ କମ୍ପାନୀ ସହିତ ଚୁକ୍ତିନାମା ବାତିଲ ଓ ଡାଇଲେସିସ ସେଣ୍ଟରରେ ସମସ୍ତ ଔଷଧ ଦେବାର ବ୍ୟବସ୍ଥା କରାଯାଉ ବୋଲି କୋଶଳ ମୁକ୍ତି ମୋର୍ଚ୍ଚା ଦାବି ଗୁଡିକ ରଖିଛି । 
ପ୍ରକାଶ ଯେ , ବହୁ ପୁରାତନ ଏହି ପାଟଣାଗଡ଼ ଉପଖଣ୍ଡୀୟ ଚିକିତ୍ସାଳୟରେ ସମୁଦାୟ ୫୦ ଡାକ୍ତର କାର୍ଯ୍ୟ କରିବାର ପ୍ରାବଧାନ ରହିଥିବା ବେଳେ ଜଣେ ଅଧୀକ୍ଷକ ଏବଂ ୨ ଜଣ ବିଶେଷଜ୍ଞ ଙ୍କୁ ମିଶାଇ ବର୍ତ୍ତମାନ ରହିଛନ୍ତି ୧୨ ଜଣ ଡାକ୍ତର । ତାହା ମଧ୍ୟରୁ ୮ ଜଣ ରହିଛନ୍ତି ଏଲ୍ସିଆର୍ଏମ୍ଓ । ଡାକ୍ତରଖାନାରେ ଦୀର୍ଘ ବର୍ଷ ହେବ କୌଣସି ଶଲ୍ୟ ଚିକିତ୍ସକ ନଥିବା ସହ ଶିଶୁ ରୋଗ ବିଶେଷଜ୍ଞ, ପାଥୋଲୋଜି, ସ୍ତ୍ରୀ ଓ ପ୍ରସୂତୀ ବିଶେଷଜ୍ଞ, ଦନ୍ତ ଚିକିତ୍ସକ ଇତ୍ଯାଦି ପଦବୀମାନ ଖାଲି ରହିଛି । ଜଣେ ଭେଷଜ ବିଶେଷଜ୍ଞ ରହିଥିଲେ ମଧ୍ୟ ସେ ଗତ ୨୫ ୦୪.୨୦୨୪ ରୁ ସେ ଛୁଟିରେ ରହିଥିବା ଜଣା ପଡିଛି । ସେହିଭଳି ୩୫ ଜଣ ଏଲଟିଆରଏମଓ ଡାକ୍ତର ଅବସ୍ଥାପିତ ହେବାକୁ ଥିବା ବେଳେ । କେବଳ ୮ ଜଣ ରହିଥିବା ଜଣାଯାଇଛି । ଏଭଳି ସ୍ଥିତିରେ ଜନସାଧାରଣ ସ୍ବାସ୍ଥ୍ୟ ସେବା ଭଳି ନିଜର ମୌଳିକ ଅଧିକାର ପାଇବାରୁ ବଞ୍ଚିତ ହେଉଛନ୍ତି । ଆଜିର ଏହି କାର୍ଯ୍ୟକ୍ରମରେ ବିମଳ ବାଗ, ରମେଶ ଜୈନ ଙ୍କ ସହ ଅନ୍ୟ ମାନେ ସାମିଲ ହୋଇଥିଲେ ।
Bir yorum bırakın
E-posta adresiniz yayınlanmayacaktır. Gerekli alanlar * ile işaretlenmiştir