LaraMag - Laravel Haber / Dergi Çok Dilli Sistemi

Header
collapse
...
Home / Odisha / ଏକ ବଡ ମାଓ ଡମ୍ପ ଠାବ : ବିପୁଳ ପରିମାଣର ବିସ୍ଫୋରକ ଓ ମାଓ ସାମଗ୍ରୀ ଉଦ୍ଧାର

ଏକ ବଡ ମାଓ ଡମ୍ପ ଠାବ : ବିପୁଳ ପରିମାଣର ବିସ୍ଫୋରକ ଓ ମାଓ ସାମଗ୍ରୀ ଉଦ୍ଧାର

Ağu 27, 2026  News Plus Odia  101 görüntüleme
ଏକ ବଡ ମାଓ ଡମ୍ପ ଠାବ : ବିପୁଳ ପରିମାଣର ବିସ୍ଫୋରକ ଓ ମାଓ ସାମଗ୍ରୀ ଉଦ୍ଧାର

IMG_20260827_094455-1
ମାଲକାନଗିରି : ଓଡିଶାର ମାଲକାନଗିରି  ଜିଲ୍ଲାରେ ପୁଣି ଥରେ ଏକ ବଡ ଧରଣର ମାଓ ଡମ୍ପ ଠାବ ହୋଇଛି । ମୈଥିଲି ଥାନା ଅଞ୍ଚଳର କିରିମିଟି ଜଙ୍ଗଲ ଅଞ୍ଚଳରେ ସୁରକ୍ଷା ବାହିନୀ ଏକ ବଡ଼ ମାଓ ଡମ୍ପ ଠାବ କରି ବିପୁଳ ପରିମାଣର ମାଓ ସାମଗ୍ରୀ ଉଦ୍ଧାର କରିଛି । ଏସ୍‌ଓଜି ଏବଂ ଡିଭିଏଫ୍‌ କର୍ମଚାରୀଙ୍କ ମିଳିତ କମ୍ବିଂ ଅପରେସନ ସମୟରେ କିରିମିଟି ଜଙ୍ଗଲ ଅଞ୍ଚଳରେ ଏହି ଘଟଣା ଘଟିଛି । ସୁରକ୍ଷା ବାହିନୀ ତିନୋଟି ଦେଶୀ ବନ୍ଧୁକ, ଚାରୋଟି ଲ୍ୟାଣ୍ଡମାଇନ୍, ଦୁଇଟି କ୍ଲାମସେଲ୍ ମାଇନ୍ ଡେଟୋନେଟର, ମାଓ ୟୁନିଫର୍ମ ଏବଂ ପ୍ରଚାର ସାମଗ୍ରୀ ଜବତ କରିଛି । ଆତ୍ମସମର୍ପଣ କରିଥିବା ମାଓବାଦୀଙ୍କଠାରୁ ମିଳିଥିବା ସୂଚନା ଆଧାରରେ ସୁରକ୍ଷା ବାହିନୀ ଜଙ୍ଗଲରେ ଏକ ଅଭିଯାନ ଆରମ୍ଭ କରିଥିବା ଜଣାପଡ଼ିଛି । ଏହି ଅଭିଯାନ ସମୟରେ, ମାଓ ଡମ୍ପ ଠାବ ହୋଇଥିଲା ଏବଂ ବିପୁଳ ପରିମାଣର ବିସ୍ଫୋରକ ଏବଂ ଅନ୍ୟାନ୍ୟ ସାମଗ୍ରୀ ଉଦ୍ଧାର କରାଯାଇଥିଲା । ସୁରକ୍ଷା ବାହିନୀ ବର୍ତ୍ତମାନ ସମଗ୍ର ଅଞ୍ଚଳରେ ସର୍ଚ୍ଚ ଅପରେସନ୍ ଚଲାଇଛି । ଉଦ୍ଧାର ସାମଗ୍ରୀ ସମ୍ପର୍କରେ ପୋଲିସ ଦ୍ୱାରା ଅଧିକ ତଦନ୍ତ ଜାରି ରହିଛି ।


Paylaş:

Bir yorum bırakın

E-posta adresiniz yayınlanmayacaktır. Gerekli alanlar * ile işaretlenmiştir

Bu sitedeki deneyiminiz çerezlere izin verilerek iyileştirilecektir Çerez Politikası