LaraMag - Laravel Haber / Dergi Çok Dilli Sistemi

Header
collapse
...
Home / Odisha / ୬୪ ତମ ସ୍ଵାୟତ ଶାସନ ଦିବସ ପାଲିତ , ଯୋଗଦେଲେ ଉପମୁଖ୍ୟମନ୍ତ୍ରୀ

୬୪ ତମ ସ୍ଵାୟତ ଶାସନ ଦିବସ ପାଲିତ , ଯୋଗଦେଲେ ଉପମୁଖ୍ୟମନ୍ତ୍ରୀ

Eyl 01, 2026  News Plus Odia  102 görüntüleme
୬୪ ତମ ସ୍ଵାୟତ ଶାସନ ଦିବସ ପାଲିତ , ଯୋଗଦେଲେ ଉପମୁଖ୍ୟମନ୍ତ୍ରୀ

ପାଟଣାଗଡ଼: ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ଏନ୍ଏସି ସ୍ଥିତ ଗଙ୍ଗାଧର ପାର୍କ ଠାରେ ବିଜ୍ଞାପିତ ଅଞ୍ଚଳ ପରିଷଦ ପକ୍ଷରୁ  ୬୪ ତମ ସ୍ୱାୟତ୍ତ ଶାସନ ଦିବସ ବହୁ ଆଡ଼ମ୍ବର ସହ ପାଳିତ ହୋଇଯାଇଛି। ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ଓଡ଼ିଶା ସରକାରଙ୍କ ଉପମୁଖ୍ୟମନ୍ତ୍ରୀ ତଥା ସ୍ଥାନୀୟ ବିଧାୟକ କନକ ବର୍ଦ୍ଧନ ସିଂହଦେଓ ,ସମ୍ମାନିତ ଅତିଥି ଭାବେ ପାଟଣାଗଡ ଉପଜିଲ୍ଲାପାଳ ସୁନିଲ କୁମାର ମେହେର ଓ ମୁଖ୍ୟ ବକ୍ତା ଭାବରେ ପାଟଣାଗଡ ଜବାହାର ଲାଲ କଲେଜର ପୂର୍ବତନ ଅଧ୍ୟକ୍ଷ ସୁନୀଲ କୁମାର ପଣ୍ଡା ଯୋଗ ଦେଇଥିଲେ। 

ଏହି ଅବସରରେ ମୁଖ୍ୟ ଅତିଥି ତାଙ୍କ ବକ୍ତବ୍ୟରେ ପାଟଣାଗଡ ଏନ୍ଏସି ଯେତେବେଳେ ଯାହା ମାଗିଛି ଆମେ ତାଙ୍କୁ ସହଯୋଗ କରିଛୁ । ହେଲେ ପାଟଣାଗଡ ଏନ୍‌ଏସି ଠିକ୍ ୩ ମାସରେ ବୈଠକ ବସୁ ନାହିଁ , ସରକାର ଦେଇଥିବା ଅର୍ଥକୁ ସଦ ବିନିଯୋଗ କରି ୟୁସି ପ୍ରଦାନ କରୁ ନଥିବାରୁ ସିଂହଦେଓ ଅସନ୍ତୋଷ ପ୍ରକାଶ କରିଥିଲେ । ଆମେ କେବେବି ଚାହୁଁ ନାହୁଁ ପାଟଣାଗଡ ଏନ୍‌ଏସି ଓଡ଼ିଶାରେ ପଛୁଆ ହୋଇ ରହୁ  । ଚାହୁଁ କିଭଳି ଏନ୍ଏସି ଓଡ଼ିଶାରେ ଏକ ନମ୍ବର ରହୁ ବୋଲି ସେ ଉଲ୍ଲେଖ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଅଧ୍ୟକ୍ଷା ମାନସୀ ବିଶ୍ଵାଳ ତାଙ୍କ ବକ୍ତବ୍ୟରେ କହିଥିଲେ ଯେ ସହର ରେ ଥିବା ବିଭିନ୍ନ ସମସ୍ୟା ଉପରେ ସମାଧାନ ପାଇଁ ମୁଖ୍ୟ ଅତିଥିଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଏନ୍‌ଏସି ର କାର୍ଯ୍ୟ ନିର୍ବାହୀ ଅଧିକାରୀ ନାରାୟଣ ଦଣ୍ଡସେନା ଆୟ ବ୍ୟୟ ଉପରେ ବିବରଣୀ ପ୍ରଦାନ କରିଥିଲେ। ପାଟଣାଗଡ ଏନ୍‌ଏସି ଅଞ୍ଚଳରେ ଥିବା ଛାତ୍ରଛାତ୍ରୀମାନଙ୍କୁ ଶିକ୍ଷା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ମୁଖ୍ୟ ଅତିଥି ଶ୍ରୀ ସିଂହଦେଓ ମାନପତ୍ର ସହିତ ଟ୍ରଫି ପ୍ରଦାନ କରିବା ଥିବାବେଳେ ଏନ୍‌ଏସି ପକ୍ଷରୁ ବାର୍ଦ୍ଧକ୍ୟ ଭତ୍ତା ବିଧବା ଭତ୍ତା ଓ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଲୋକଙ୍କୁ କାର୍ଯ୍ୟାଦେଶ ପ୍ରଦାନ କରିଥିଲେ । 


Paylaş:

Bir yorum bırakın

E-posta adresiniz yayınlanmayacaktır. Gerekli alanlar * ile işaretlenmiştir

Bu sitedeki deneyiminiz çerezlere izin verilerek iyileştirilecektir Çerez Politikası