LaraMag - Laravel Haber / Dergi Çok Dilli Sistemi

Header
collapse
...
Home / Crime / ବାଗଦୋର ସମିତି ସଭ୍ୟାଙ୍କ ସ୍ୱାମୀକୁ ଗୁଲିକରି ହତ୍ୟା ଘଟଣା , ଅତିରିକ୍ତ ଜିଲ୍ଲା ଦୌରାଜଜ୍ ଙ୍କ ରାୟ ପ୍ରକାଶ , ୨ ଜଣ ଅଭିଯୁକ୍ତ ଙ୍କୁ ଆଜୀବନ କାରାଦଣ୍ଡ , ୫ ଜଣ ନିର୍ଦୋଷରେ ଖଲାସ

ବାଗଦୋର ସମିତି ସଭ୍ୟାଙ୍କ ସ୍ୱାମୀକୁ ଗୁଲିକରି ହତ୍ୟା ଘଟଣା , ଅତିରିକ୍ତ ଜିଲ୍ଲା ଦୌରାଜଜ୍ ଙ୍କ ରାୟ ପ୍ରକାଶ , ୨ ଜଣ ଅଭିଯୁକ୍ତ ଙ୍କୁ ଆଜୀବନ କାରାଦଣ୍ଡ , ୫ ଜଣ ନିର୍ଦୋଷରେ ଖଲାସ

Eyl 05, 2026  News Plus Odia  105 görüntüleme
ବାଗଦୋର ସମିତି ସଭ୍ୟାଙ୍କ ସ୍ୱାମୀକୁ ଗୁଲିକରି ହତ୍ୟା ଘଟଣା , ଅତିରିକ୍ତ ଜିଲ୍ଲା ଦୌରାଜଜ୍ ଙ୍କ ରାୟ ପ୍ରକାଶ , ୨ ଜଣ ଅଭିଯୁକ୍ତ ଙ୍କୁ ଆଜୀବନ କାରାଦଣ୍ଡ , ୫ ଜଣ ନିର୍ଦୋଷରେ ଖଲାସ

ପାଟଣାଗଡ଼:  ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ଉପଖଣ୍ଡ ବେଲପଡ଼ା ଥାନା ବାଗଦୋର ପଞ୍ଚାୟତ ସମିତି ସଭ୍ୟାଙ୍କ ସ୍ଵାମୀକୁ ଗୁଲିକରି ହତ୍ୟା କରିଥିବା ଘଟଣାର ଶନିବାର ରାୟ ପ୍ରକାଶ ପାଇଛି । ଏହି ଘଟଣାରେ ପାଟଣାଗଡ଼ ଅତିରିକ୍ତ ଜିଲ୍ଲା ଦୌରାଜଜ୍ ଶ୍ରୀମତୀ ସୁମିତା ଜେନା ୩୪ ଜଣ ଙ୍କ ସାକ୍ଷ୍ୟ ଓ ପ୍ରମାଣକୁ ଆଧାର କରି ୨ ଜଣ ଯୁବକ ଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିବା ସହ  ୨୦ ହଜାର ଟଙ୍କା ଜରିମାନା କରି ଦଣ୍ଡିତ କରିଛନ୍ତି । ଯୁବକ ଦ୍ବୟ ହେଲେ ବରଗଡ ଜିଲ୍ଲା ପଦ୍ମପୁର ଥାନା ଅଞ୍ଚଲର ନରେଶ ସାହୁ ଓ ପାଟଣାଗଡ଼ ଥାନା ଅଞ୍ଚଲର ରବି ଷାଣ୍ଡ ।ଏହି ଘଟଣାରେ ସମ୍ପୃକ୍ତ ନଥିବା ଅନ୍ୟ ୫ ଜଣ ଯୁବକ ଙ୍କୁ ପ୍ରମାଣ ଅଭାବରୁ ମାନ୍ୟବର କୋର୍ଟ ନିର୍ଦୋଷରେ ଖଲାସ କରିଛନ୍ତି ବୋଲି ସରକାରୀ ଓକିଲ ରାଜେଶ କୁମାର ପୁରୋହିତ ସୁଚନା ଦେଇଛନ୍ତି । ସୁଚନା ଅନୁସାରେ ୨୦୨୨ ରେ ଏହି ହତ୍ୟାକାଣ୍ଡ ଘଟିଥିଲା । ଉକ୍ତ ଥାନା ବାଗଦୋର ପଞ୍ଚାୟତ ବନମାଳ ଗାଁର ସମିତି ସଭ୍ୟାଙ୍କ ସ୍ୱାମୀ ଭୋଲାନାଥ ବିଶ୍ଵାଳ ତାଙ୍କ ଘର ସମ୍ମୁଖରେ ଵସିଥିବା ସମୟରେ ଦୁର୍ବୁତ ମାନେ ଏକ ବାଇକ ଯୋଗେ ଆସି ତାଙ୍କ  ଉପରକୁ ଗୁଳି ଚଳାଇଥିଲେ । ଯାହାଫଲରେ ଲୋକନାଥ ଗୁରୁତର ଆହତ ହୋଇ ଘଟଣା ସ୍ଥଲରେ ଛଟପଟ ହୋଇଥିଲେ । ଆହତ ପରେ ପରିବାର ବର୍ଗ  ତାଙ୍କୁ ବେଲପଡ଼ା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ଚିକିତ୍ସା ପାଇଁ ନେଇଥିଲେ । କିନ୍ତୁ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଏହି ଘଟଣା ସେତେବେଳେ ଏକ ଚର୍ଚ୍ଚାର ବିଷୟ ପାଲଟିଥିବା ବେଳେ ମୃତକ ଙ୍କ ସ୍ତ୍ରୀ ତଥା ବାଗଦୋର ପଞ୍ଚାୟତର ସମିତି ସଭ୍ୟା ଏନେଇ ବେଲପଡା ଥାନାରେ ଏକ ଲିଖିତ ଅଭିଯୋଗ କରିଥିଲେ । ଅଭିଯୋଗ ଆଧାରରେ ପୁଲିସ ଏକ ହତ୍ୟା ମାମଲା ରୁଜୁ କରି ସମୟାନୁ କ୍ରମେ ଘଟଣାର ତଦନ୍ତ ସହ ୭ ଜଣ ଯୁବକ ଙ୍କୁ ଜିଲ୍ଲାର ବିଭିନ୍ନ ସ୍ଥାନରୁ ଉଠାଇନେଇ କୋର୍ଟ ଚାଲାଣ କରିଥିଲା । 


Paylaş:

Bir yorum bırakın

E-posta adresiniz yayınlanmayacaktır. Gerekli alanlar * ile işaretlenmiştir

Bu sitedeki deneyiminiz çerezlere izin verilerek iyileştirilecektir Çerez Politikası