ପାଟଣାଗଡ଼ : ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ଏନ୍ଏସି ସ୍ଥିତ ଭୁଲିଆ ସମାଜ ଧର୍ମଶାଳା ଠାରେ ରବିବାର ପାଟଣେଶ୍ଵରୀ ଘରୋଇ ବସ ମାଲିକ ସଂଘ ନାମରେ ଏକ ପଞ୍ଜୀକୃତ ସଂଘ ଗଠିତ ହୋଇଯାଇଛି । ସଂଘର ସଭାପତି ସାରଙ୍ଗଧର ଠାକୁରଙ୍କ ସଭାପତିତ୍ବରେ ଅନୁଷ୍ଠିତ ଉଦଘାଟନୀ ଉତ୍ସବରେ ଉପଖଣ୍ଡୀୟ ପୁଲିସ ଅଧିକାରୀ ସଦାନନ୍ଦ ପୂଜାରୀ ମୁଖ୍ୟଅତିଥି ଭାବରେ ଯୋଗ ଦେଇଥିବାବେଳେ ତହସିଲଦାର ରୁଦ୍ରମୋହନ ନାଏକ, ବିଡିଓ ସୁମନ ମିଞ୍ଜ, ଥାନାଧିକାରୀ ହରିବନ୍ଧୁ ଗଡ଼ତିଆ ପ୍ରମୁଖ ସମ୍ମାନିତ ଅତିଥି ଭାବରେ ଯୋଗ ଦେଇଥିଲେ । ସଭାପତି ଙ୍କ ସ୍ବାଗତ ଭାଷଣ ପରେ ଅତିଥିମାନେ ଜନସାଧାରଣଙ୍କୁ ଉତ୍ତମ ସେବା ସହ ଆବଶ୍ୟକ ସୁରକ୍ଷା ଯୋଗାଇ ପାରିଲେ ହିଁ ଏହି ସଂଘ ଗଠନର ତାତ୍ପର୍ଯ୍ୟ ପ୍ରତିପାଦିତ ହୋଇପାରିବ ବୋଲି ମତବ୍ୟକ୍ତ କରିଥିଳେ । ଅନ୍ୟମାନଙ୍କ ମଧ୍ୟରେ ସଂଘର ସାଧାରଣ ସମ୍ପାଦକ ବିଜୟ କୁମାର ମେହେର, ଆଇନ ପରାମର୍ଶଦାତା ଦର୍ପଗଞ୍ଜନ ପଟ୍ଟନାୟକ ମଧ୍ଯ ମଞ୍ଚାସୀନ ରହି ବକ୍ତବ୍ୟ ପ୍ରଦାନ କରିଥିଲେ। । ସଂଘର ଉପଦେଷ୍ଟା ସୁଶାନ୍ତ କୁମାର ମହାନ୍ତି ସଭା ପରିଚାଳନା କରିବା ସହ ସଂଘ ଗଠନର ଲକ୍ଷ୍ୟ ଏବ ଉଦ୍ଦେଶ୍ୟ ସମ୍ପର୍କରେ ଆଲୋକପାତ କରିଥିଲେ । ଅତିଥିମାନଙ୍କ କରକମଳରେ ସଂଘର ଲୋଗୋ ଉନ୍ମୋଚିତ ହୋଇଥିଲା । ସ୍ଥାନୀୟ ବସ ମାଲିକ ଙ୍କ ବ୍ୟତୀତ ପଡୋଶୀ ବରଗଡ଼ ଜିଲାରୁ ମଧ୍ୟ ବହୁ ବସ୍ ମାଲିକ ଉପସ୍ଥିତ ଥିଲେ । ଧରମ ସିଂ ଯୁଏଡ-ଉପ ସଭାପତି, ମାଧବ ବେହେରା- ସହ ସମ୍ପାଦକ, ଅନୀଲ ମେହେର-କୋଷାଧ୍ୟକ୍ଷ ଭାବରେ ମନୋନୀତ ହୋଇଥିବା ବେଳେ ୭ ଜଣ ସଦସ୍ୟଙ୍କୁ ନେଇ ଏକ କାର୍ଯ୍ୟକାରୀ କମିଟି ଗଠିତ ହୋଇଥିବା ଜଣାଯାଇଛି । ଅନ୍ୟମାନଙ୍କ ମଧ୍ୟରେ ସୁଜିତ ସାହୁ, ସଞ୍ଜୀବ ରାଓ, ଗଦାଧର ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ ।
Bir yorum bırakın
E-posta adresiniz yayınlanmayacaktır. Gerekli alanlar * ile işaretlenmiştir