LaraMag - Laravel Haber / Dergi Çok Dilli Sistemi

Header
collapse
...
Home / Odisha / ବିଭିନ୍ନ ଦାବିନେଇ ଉପଜିଲ୍ଲାପାଳ ଅଫିସ ଘେରିଲା ବିଜେଡି , ରାଜ୍ୟପାଳ ଙ୍କ ଉଦ୍ଦେଶ୍ୟରେ ଦାବୀପତ୍ର ପ୍ରଦାନ

ବିଭିନ୍ନ ଦାବିନେଇ ଉପଜିଲ୍ଲାପାଳ ଅଫିସ ଘେରିଲା ବିଜେଡି , ରାଜ୍ୟପାଳ ଙ୍କ ଉଦ୍ଦେଶ୍ୟରେ ଦାବୀପତ୍ର ପ୍ରଦାନ

Eyl 09, 2026  News Plus Odia  119 görüntüleme
ବିଭିନ୍ନ ଦାବିନେଇ ଉପଜିଲ୍ଲାପାଳ ଅଫିସ ଘେରିଲା ବିଜେଡି  , ରାଜ୍ୟପାଳ ଙ୍କ ଉଦ୍ଦେଶ୍ୟରେ ଦାବୀପତ୍ର ପ୍ରଦାନ

ପାଟଣାଗଡ଼ : ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ରେ ବିଭିନ୍ନ ଦାବି ନେଇ ବୁଧବାର ସ୍ଥାନୀୟ ବିଜେଡି ଦେଳ ପକ୍ଷରୁ ଉପଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ କୁ ଘେରାଉ କରାଯାଇଥିଲା । ଏହି ଅବସରରେ ରାଜ୍ୟପାଳ ଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ପ୍ରଦାନ କରାଯାଇଛି । ଉପଜିଲ୍ଲାପାଳ ସୁନିଲ ମେହେର ପ୍ରତିବାଦ ସ୍ଥଲକୁ ଆସି ଆନ୍ଦୋଳନ କାରିଙ୍କ ଠାରୁ  ଦାବିପତ୍ର ଗ୍ରହଣ କରିଥିଲେ । ପୂର୍ବାହ୍ନରେ ସ୍ଥାନୀୟ ବିଜେଡି କାର୍ଯ୍ୟାଳୟ ଠାରେ ପାଟଣାଗଡ ବ୍ଲକ ଓ ଏନଏସିର ବିଜେଡି କର୍ମୀମାନେ ଏକତ୍ରିତ ହୋଇଥିଲେ। ପରେ ଜିଲ୍ଲା ବିଜେଡି ସଭାପତି ତଥା ପାଟଣାଗଡ଼ ପୂର୍ବତନ ବିଧାୟକ ସରୋଜ କୁମାର ମେହେର ଙ୍କ ନେତୃତ୍ବରେ ସେମାନେ ସେଠାରୁ ଏକ ରାଲିରେ ବାହାରି ସହରର ମୁଖ୍ୟ ରାସ୍ତା ଦେଇ ପାଟଣାଗଡ଼ ଉପଜିଲାପାଳଙ୍କ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଯାଇ ଉପଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟକୁ ଧସେଇ ପସିବାକୁ ଚେଷ୍ଟା କରିଥିଲେ । ସେଠାରେ ଏକ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଥିଲା । ସଭାରେ ପୂର୍ବତନ ବିଧାୟକ ମେହେର ଚାଷୀ ମାନଙ୍କର ବିଭିନ୍ନ ସମସ୍ୟା, ଅହେତୁକ ଦରଦାମ ବୃଦ୍ଧି ଓ ଜନସାଧାରଣ ଙ୍କ ମୈ।ଲିକ ସୁବିଧାରୁ ବଞ୍ଚିତ ଥିବା ସହିତ ଏସ ଆଇ ଆର ରେ ଅନିୟମିତତା ହୋଇଛି ବୋଲି ଅଭିଯୋଗ ଆଣି ତୁରନ୍ତ ଦାବି ଗୁଡିକର ସମାଧାନ କରାଯାଉ ବୋଲି ଦାବି କରିବା ସହ ସରକାରଙ୍କ ଉପରେ ବର୍ଷିଥିଲେ । ଏହି କାର୍ଯ୍ୟକ୍ରମରେ ବ୍ଲକ ଅଧ୍ଯକ୍ଷ ନୀଲକାନ୍ତ ବାଗ, ଆଇନଜୀବୀ ତଥା ଜିଲ୍ଲା ଉପ ସଭାପତି ଇନ୍ଦୁଭୁଷଣ ଠାକୁର , ଏନ୍ ଏସି ନଗର ସଭାପତି ପ୍ରମୋଦ ମେହେର, ପାଟଣାଗଡ଼ ବ୍ଳକ ସମିତି ସଭ୍ୟ ସଂଘର ବ୍ଳକ ସଭାପତି ଗୋବିନ୍ଦ ମେହେର ଙ୍କ  ସମେତ ନିର୍ବାଚନ ମଣ୍ଡଳୀର ଶତାଧିକ ଦଲିୟ କର୍ମକର୍ତ୍ତା ,ବିଜେଡ଼ି କର୍ମୀ ଓ ଚାଷୀ ଭାଇମାନେ ଉପସ୍ଥିତ ଥିଲେ ।

 

 


Paylaş:

Bir yorum bırakın

E-posta adresiniz yayınlanmayacaktır. Gerekli alanlar * ile işaretlenmiştir

Bu sitedeki deneyiminiz çerezlere izin verilerek iyileştirilecektir Çerez Politikası