ପାଟଣାଗଡ଼ : ପାଟଣାଗଡ଼ ବ୍ଲକ ଧୁବଲପଡ଼ା ନଦୀପଠାରୁ ବ୍ୟାପକ ପରିମାଣରେ ବାଲି ଚୋରାଚାଲାଣ କରି ରଖାଯାଉଥିବା ବେଳେ ଏହାର ତଦନ୍ତ ଓ କାର୍ଯ୍ୟାନୁଷ୍ଠାନ ପାଇଁ ୫ ଦିନ ପୂର୍ବରୁ କଂଗ୍ରେସ ଓ ଆଦିବାସୀ ସଂଘ ପକ୍ଷରୁ ଉପଜିଲ୍ଲାପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଥିଲା । ହେଲେ ପ୍ରଶାସନ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଇ ନଥିବାରୁ ଅସନ୍ତୋଷ ବଢ଼ିବାରେ ଲାଗିଛି ବାଲି ଚୋରାଚାଲାଣ କରୁଥିବା ବ୍ୟକ୍ତିଙ୍କୁ ପ୍ରଶାସନ ଓ ଖଣି ବିଭାଗ ଅଧିକାରୀ ଅହେତୁକ ଅନୁକମ୍ପା ଦେଖାଉଥିବା କଂଗ୍ରେସ ଅଭିଯୋଗ କରିବା ସହ ଉପଜିଲ୍ଲାପାଳ ଅଫିସ ଘେରାଉ କରି ୮ ଦଫା ସମ୍ବଳିତ ଏକ ଦାବିପତ୍ର ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ପ୍ରଦାନ କରିଛି ଦାବିପତ୍ର ପ୍ରଦାନ ସମୟରେ ମାଜିଷ୍ଟ୍ରେଟ ଦାୟିତ୍ବରେ ତହସିଲଦାର ପାଟଣାଗଡ଼ ରୁଦ୍ରମୋହନ ନାୟକ,ଖଣି ଅଧିକାରୀ ପର୍ଶୁରାମ ଜେନା ଉପସ୍ଥିତ ଥିଲେ । ଖଣି ଅଧିକାରୀ ଶ୍ରୀ ଜେନା ଆନ୍ଦୋଳନକାରୀଙ୍କ ସହ ଆଲୋଚନା କରି ଆଗାମୀ ଦିନରେ ଏହି ସମସ୍ୟା ଗୁଡ଼ିକର ପୁନରାବୃତ୍ତି ହେବ ନାହିଁ ବୋଲି ପ୍ରତିଶ୍ରୁତି ଦେବା ସହ ଦାବି ଗୁଡ଼ିକ ଉପରେ ଉପଯୁକ୍ତ ପଦକ୍ଷେପ ଗ୍ରହଣ କରାଯିବ ବୋଲି କହିବା ପରେ ଧାରଣା ପ୍ରତ୍ୟାହୃତ ହୋଇଥିଲା ତେବେ ଦାବି ପୂରଣ ନହେଲେ ଆଗାମୀ ୨୦ ତାରିଖ ପାଟଣାଗଡ଼ ବନ୍ଦ କରାଯିବ ବୋଲି ଆନ୍ଦୋଳନକାରୀମାନେ ଚେତାବନୀ ଦେଇଛନ୍ତି । ଏହି କାର୍ଯ୍ୟକ୍ରମରେ ଜିଲ୍ଲା କଂଗ୍ରେସ ସଭାପତି ଅନିଲ ମେହେର, ଉପସଭାପତି ଅଜିତ ପୁରୋହିତ, ପତିତପାବନ ପଧାନ, ଚନ୍ଦନ ସାହୁ, ଆଦିବାସୀ ସଂଘର ଗିରି ଭୋଇ ପ୍ରମୁଖ ଉପସ୍ଥିତ ଥିଲେ ।
Bir yorum bırakın
E-posta adresiniz yayınlanmayacaktır. Gerekli alanlar * ile işaretlenmiştir