ସଇଁତଲା : ବଲାଙ୍ଗୀର ଜିଲ୍ଲା ସଇଁତଲାକୁ ଏନଏସି ମାନ୍ୟତା ଘୋଷଣା ଦାବୀରେ ଅନିର୍ଦ୍ଧିଷ୍ଟକାଳୀନ ଆନ୍ଦୋଳନକୁ ପୂର୍ବତନ ରାଜ୍ୟସଭା ସାଂସଦ ଶ୍ରୀଯୁକ୍ତ ନିରଞ୍ଜନ ବିଶି ପୂର୍ଣ୍ଣ ସମର୍ଥନ ଜଣାଇଥିଲେ l ସଇଁତଲା ଏନଏସି ହେବା ପାଇଁ ଆବଶକ୍ୟ ଯୋଗ୍ୟତା ରଖିଛି ଏବଂ ପୂର୍ବତନ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ସରକାର ସମୟରେ ସଇଁତଲାକୁ ଏନଏସି ଘୋଷଣା କରାଯାଇଥିଲା l ଏହା ସତ୍ୱେ ବର୍ତ୍ତମାନ ସରକାର ଏନଏସି ମାନ୍ୟତା ପ୍ରଦାନ ନକରିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ l ସଇଁତଲା ବାସୀଙ୍କ ନ୍ୟାୟ ସଙ୍ଗତ ଦାବୀକୁ ସମ୍ମାନ ଜଣାଇ ରାଜ୍ୟ ସରକାର ତୁରନ୍ତ ଏନଏସି ମାନ୍ୟତା ପ୍ରଦାନ କରନ୍ତୁ ବୋଲି ଶ୍ରୀ ନିରଞ୍ଜନ ବିଶି ବକ୍ତବ୍ୟ ରଖିଥିଲେ l ଏହି ଆନ୍ଦୋଳନ କୁ ଜିଲ୍ଲା ଆଦିବାସୀ କଲ୍ୟାଣ ସଙ୍ଘ ସଇଁତଲା ବ୍ଲକ ସଭାପତି ସନ୍ତୋଷ ପୁଟା, ଟିଟିଲାଗଡ଼ ବ୍ଲକ ସଭାପତି ପଦ୍ମନ ପ୍ରଧାନୀ, ବଲାଙ୍ଗୀର ବ୍ଲକ ସଭାପତି ପାଳେଶ୍ୱର ଭୋଇ, ସଂଗଠକ ଥବୀର ପୁଝାରୀ, ସଇଁତଲା ବ୍ଲକ ଉପସଭାପତି ପଞ୍ଚୁ ମାଝୀ, ଅଚ୍ୟୁତ ଧରୁଆ, ଟିଟିଲାଗଡ଼ ନଗର ସଭାପତି ନିତ୍ୟାନନ୍ଦ ମାଝୀ ସମୂହ ପୂର୍ଣ୍ଣ ସମର୍ଥନ ଜଣାଇଥିଲେ l
Bir yorum bırakın
E-posta adresiniz yayınlanmayacaktır. Gerekli alanlar * ile işaretlenmiştir