ଖପ୍ରାଖୋଲ: ପଶ୍ଚିମ ଓଡ଼ିଶା କଳା ଜଗତ ପାଇଁ ପୁଣି ଏକ ଅତ୍ୟନ୍ତ ଦୁଃଖଦ ଖବର। ବଲାଙ୍ଗୀର ଜିଲ୍ଲା ଖପ୍ରାଖୋଲ ବ୍ଲକ୍ ତେଲେନପାଲି ପଞ୍ଚାୟତ ଅନ୍ତର୍ଗତ ଘୁଚାପାଲି ଗ୍ରାମର ସୁପରିଚିତ କୀର୍ତନ ଗାୟିକା ତଥା ସମ୍ବଲପୁରୀ ଆଲବମ୍ ଅଭିନେତ୍ରୀ ଜସ୍ମିନ୍ ମାଝୀ (୨୨) ଙ୍କ ଅକାଳ ବିୟୋଗ ଘଟିଛି। ତାଙ୍କ ମୃତ୍ୟୁ ଖବର ପହଞ୍ଚିବା ପରେ ସାରା ଖପ୍ରାଖୋଲ ଅଞ୍ଚଳରେ ଶୋକର ଲହରୀ ଖେଳି ଯାଇଛି। ଜସ୍ମିନ୍ କେବଳ ଜଣେ ସାଧାରଣ ଝିଅ ନ ଥିଲେ। କମ୍ ବୟସରେ ନିଜର ମଧୁର କଣ୍ଠ ପାଇଁ ସେ କୀର୍ତନ ଗାୟିକା ଭାବେ ପରିଚିତ ଥିଲେ। ପଶ୍ଚିମ ଓଡ଼ିଶାର ବିଭିନ୍ନ ସମ୍ବଲପୁରୀ ଆଲବମ୍ ରେ ଅଭିନୟ କରି ସେ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ। ୟୁଟ୍ୟୁବ୍ ଏବଂ ସୋସିଆଲ ମିଡିଆରେ ତାଙ୍କ ଗୀତ ଓ ଆଲବମ୍ ବେଶ୍ ଲୋକପ୍ରିୟ ହାସଲ କରିଥିଲା। ଅଞ୍ଚଳବାସୀ ଓ କଳାପ୍ରେମୀଙ୍କ ମଧ୍ୟରେ ସେ ଖୁବ୍ ପ୍ରିୟ ଥିଲେ। ସାରା ପଶ୍ଚିମ ଓଡ଼ିଶାରେ ତାଙ୍କ ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରି ପାରିଥିଲେ। ଅନେକ ଡେନ୍ସ ପ୍ରତିଯୋଗିତା ରେ ସେ ବିଚାରକ ଭାବେ ଯୋଗ ଦେଉଥିଲେ। ସେପଟେ ମୃତ୍ୟୁ କାରଣ ଏହା ଏକ ଆତ୍ମହତ୍ୟା ବୋଲି ସନ୍ଦେହ କରାଯାଉଛି। କିନ୍ତୁ ଏପର୍ଯ୍ୟନ୍ତ ଏହାର ପ୍ରକୃତ କାରଣ ସ୍ପଷ୍ଟ ହୋଇନାହିଁ। ପୋଲିସର ତଦନ୍ତ ପରେ ହିଁ ପ୍ରକୃତ ସତ୍ୟ ସାମ୍ନାକୁ ଆସିବ। ଜସ୍ମିନ୍ ଙ୍କ ଅକାଳ ବିୟୋଗରେ ସମଗ୍ର ଖପ୍ରାଖୋଲ ଅଞ୍ଚଳର କଳାକାର, କୀର୍ତନ ନୃତ୍ୟଶିଳ୍ପ ଶିଳ୍ପୀ, ସାଂସ୍କୃତିକ ପ୍ରେମୀ ଏବଂ ଶୁଭେଚ୍ଛୁ ମାନେ ଗଭୀର ଶୋକ ପ୍ରକାଶ କରିଛନ୍ତି। ଏତେ କମ୍ ବୟସରେ ଜଣେ ପ୍ରତିଭାବାନ କଳାକାରଙ୍କୁ ହରାଇବା ସମଗ୍ର ସମ୍ବଲପୁରୀ କଳା ଜଗତ ପାଇଁ ଏକ ଅପୂରଣୀୟ କ୍ଷତି ବୋଲି ମତ ପ୍ରକାଶ ପାଇଛି।
Bir yorum bırakın
E-posta adresiniz yayınlanmayacaktır. Gerekli alanlar * ile işaretlenmiştir