ବଲାଙ୍ଗୀର: ଶରତର ନୀଳ ଆକାଶରେ ଭାସୁଛି ଧଳା ଧଳା ମେଘ। ନଦୀକୂଳ, ବିଲ ଓ ରାସ୍ତା ପାର୍ଶ୍ୱରେ ହସୁଛି କାଶତଣ୍ଡି। ପବନରେ କାଶଫୁଲ ଯେମିତି ଦେଉଛି ମା'ଙ୍କ ଆଗମନର ସନ୍ଦେଶ । ପ୍ରକୃତିର ଏହି ଅପୂର୍ବ ସଜବାଜ ମନେ ପକାଇ ଦେଉଛି । କାଶତଣ୍ଡିର ଧଳା ହସ ସାଙ୍ଗକୁ ଚାରିଆଡ଼େ ଶୁଭୁଛି ଢୋଲ ଓ ଶଙ୍ଖର ଧ୍ୱନି । ପୂଜାମଣ୍ଡପରେ ଚାଲିଛି ସାଜସଜ୍ଜାର ପ୍ରସ୍ତୁତି। ମା'ଙ୍କ ଆଗମନକୁ ନେଇ ଛୋଟଠାରୁ ବଡ଼ ସମସ୍ତଙ୍କ ମନରେ ଭରିଯାଇଥାଏ ଉତ୍ସାହ ଓ ଭକ୍ତି । ଶରତର ପ୍ରତିଟି ସକାଳ, କାଶଫୁଲର ପ୍ରତିଟି ଦୋଳନ ଓ ପବନର ପ୍ରତିଟି ଶିହରଣରେ ଯେମିତି ଅନୁଭବ ହେଉଛି ମା'ଙ୍କ ପାଦଧ୍ୱନି। ଧୂପର ସୁଗନ୍ଧ, ଶଙ୍ଖର ନାଦ ଓ ମା'ଙ୍କ ଆଗମନୀ ଗୀତରେ ଭକ୍ତିମୟ ହୋଇଉଠୁଛି ପରିବେଶ। ମା'ଙ୍କ ଆଗମନରେ ଦୁଃଖ ଦୂର ହେଉ, ସୁଖ-ଶାନ୍ତିରେ ଭରିଯାଉ ପ୍ରତିଟି ଘର ଏହି ଆଶା ଓ ବିଶ୍ୱାସରେ ପାର୍ବଣକୁ ଅପେକ୍ଷା କରୁଛନ୍ତି ଭକ୍ତ । କାଶତଣ୍ଡିର ଧଳା ଫୁଲ ଆଜି ପ୍ରକୃତିର କୋଳରେ ଲେଖୁଛି ଗୋଟିଏ ସୁନ୍ଦର ବାର୍ତ୍ତା ।
Bir yorum bırakın
E-posta adresiniz yayınlanmayacaktır. Gerekli alanlar * ile işaretlenmiştir