LaraMag - Laravel Haber / Dergi Çok Dilli Sistemi

Header
collapse
...
Home / Odisha / କୋଶଳ ରାଏଜ ମୁକ୍ତି ମୋର୍ଚ୍ଚା ପକ୍ଷରୁ ନୂଆଁଖାଇ ଭେଟଘାଟ

କୋଶଳ ରାଏଜ ମୁକ୍ତି ମୋର୍ଚ୍ଚା ପକ୍ଷରୁ ନୂଆଁଖାଇ ଭେଟଘାଟ

Eyl 30, 2026  Suprabhat Odisha  59 görüntüleme
କୋଶଳ ରାଏଜ ମୁକ୍ତି ମୋର୍ଚ୍ଚା ପକ୍ଷରୁ ନୂଆଁଖାଇ ଭେଟଘାଟ

ପାଟଣାଗଡ଼ : ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ଏନ୍ଏସି ସ୍ଥିତ ଓମ୍ କଲ୍ୟାଣ ମଣ୍ଡପ ଠାରେ ମଙ୍ଗଳବାର କୋଶଳ ରାଏଜ ମୁକ୍ତି ମୋର୍ଚ୍ଚା ପକ୍ଷରୁ ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ ଧୁମ୍ ଧାମରେ ପାଳିତ ହୋଇଯାଇଛି ।  ଏଥିରେ ଆଖପାଖ ଅଞ୍ଚଳର ଜନସାଧାରଣ ଯୋଗଦେଥିଲେ । କୋଶଳ ରାଏଜ ମୁକ୍ତି ମୋର୍ଚ୍ଚା ପକ୍ଷରୁ ଆୟୋଜିତ ହୋଇଥିବା ଏହି ଭେଟଘାଟରେ  କବୀ ପଦ୍ମଶ୍ରୀ ହଳଧର ନାଗ, ବଲାଙ୍ଗୀର ଜିଲ୍ଲା ବିଜେଡି ସଭାପତି ତଥା ପାଟଣାଗଡ଼ ପୂର୍ବତନ ବିଧାୟକ ସରୋଜ କୁମାର ମେହେର, ପୁର୍ବତନ ରାଜ୍ୟ ସଭା ସାଂସଦ ନିରଞ୍ଜନ ବିଶି, କୋଶଲ ରାଜ୍ୟ ମୁକ୍ତି ମୋର୍ଚ୍ଚାର ଉପଦେଷ୍ଟା ଅଜିତ ଶତପଥି, ଚାଷୀ ନେତା ଯତି ପଧାନ, ଆଇନ ପରାମର୍ଶଦାତା ଭକ୍ତରାମ ବାଗ, କୋଶଲ ସଂଗ୍ରାମୀ ସୁଶୀଲ ଗୁରୁ, ଜନାର୍ଦନ ସିଂ ଅତିଥି ଭାବେ ଯୋଗଦେଇଥିଲେ ।  ଏହି ଅବସରରେ କୋଶଲି ବାଲ୍ମିକୀ ଇନ୍ଦ୍ରମଣି ସାହୁଙ୍କ କୋଶଲି ଭାଷାରେ ଅନୁବାଦିତ ରାମାୟଣ ଅତିଥି ମାନେ ଉନ୍ମୋଚନ କରିଥିଲେ । ଏହି ଅବସରରେ କୋଶଲ ରାଏଜ ମୁକ୍ତି ମୋର୍ଚ୍ଚା ପକ୍ଷରୁ ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ଓ ମହତ୍ୱ ସମ୍ପର୍କରେ ମତବ୍ୟକ୍ତ କରିଥିଲେ । ନିମନ୍ତ୍ରଣ ଅତିଥି ମାନେ ଆଯୋଜନକୁ ପ୍ରସଂଶା କରିବା ସହ ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇର ସାମାଜିକ ଓ ସାଂସ୍କୃତିକ ମହତ୍ଵ ଉପରେ ଆଲୋକପାତ କରିଥିଲେ । ଏହି ଅବସରରେ ଆୟୋଜିତ ବିଭିନ୍ନ  ସାଂସ୍କୃତିକ କାର୍ଯ୍ୟକ୍ରମକୁ ଉପସ୍ଥିତ ଜନସାଧାରଣ ଉପଭୋଗ କରିଥିଲେ।


Paylaş:

Bir yorum bırakın

E-posta adresiniz yayınlanmayacaktır. Gerekli alanlar * ile işaretlenmiştir

Bu sitedeki deneyiminiz çerezlere izin verilerek iyileştirilecektir Çerez Politikası