LaraMag - Laravel Haber / Dergi Çok Dilli Sistemi

Header
collapse
...
Home / Crime / ଲୁଟ୍‌ ଘଟଣାରେ ୪ ଯୁବକ ଗିରଫ , ବିଭିନ୍ନ ଚୋରି ସାମଗ୍ରୀ ଜବତ

ଲୁଟ୍‌ ଘଟଣାରେ ୪ ଯୁବକ ଗିରଫ , ବିଭିନ୍ନ ଚୋରି ସାମଗ୍ରୀ ଜବତ

Eki 10, 2026  Suprabhat Odisha  11 görüntüleme
ଲୁଟ୍‌ ଘଟଣାରେ ୪ ଯୁବକ ଗିରଫ , ବିଭିନ୍ନ ଚୋରି ସାମଗ୍ରୀ ଜବତ

ପାଟଣାଗଡ଼:  ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ପୁଲିସ ଏକ ଲୁଟ୍‌ ଘଟଣାରେ ଶନିବାର ୪ ଜଣ ଯୁବକଙ୍କୁ ଗିରଫ କରିଛି । ଏଥିସହ ପୁଲିସ ସେମାନଙ୍କଠାରୁ ବିଭିନ୍ନ ଚୋରି ସାମଗ୍ରୀ ଜବତ  କରିଛି । ଗିରଫ ଯୁବକ ମାନେ ହେଲେ  କାହ୍ନା ଧରୁଆ (୨୦) ରାଜୁ ମେହେର (୨୬) ଶୁବଲକ୍ଷ ସୁନା (୨୧) ଓ ପିଣ୍ଟୁ ବରିହା (୧୯) । ପ୍ରକାଶ ଯେ, ଗତ ସେପ୍ଟେମ୍ବର ୧୦ ତାରିଖ ଦିନ ସକାଳ ଭୋର ସକାଳୁ ଭକ୍ତ ଗାଁର ଅନାଦି ରଣା ପାଟଣାଗଡ଼ କୁ ବେବସାୟ ପାଇଁ ତାଙ୍କ ବାଇକ୍ ଯୋଗେ ଆସୁଥିଲେ । ସେହିମୟରେ ୪ ଜଣ ଯୁବକ ଅନାଦି କୁ ରାସ୍ତାରେ ଅଟକାଇ ମାରଣାସ୍ତ୍ର ଦେଖାଇ ଧମକ ଚମକ୍ ଦେବାସହ କିଛି ଟଙ୍କା ଓ ବାଇକକୁଧରି ଘଟଣା ସ୍ଥଳରୁ ଫେରାର ମାରିଥିଲେ । ପରେ ଅନାଦି ପାଟଣାଗଡ଼ ଥାନାକୁ ଆସି ଲିଖିତ ଅଭିଯୋଗ କରିଥିଲେ । ଅଭିଯୋଗ କୁ ଭିତ୍ତିକରି  ବଲାଙ୍ଗୀର ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଙ୍କ ନିର୍ଦ୍ଦେଶକ୍ରମେ ପାଟଣାଗଡ ଉପଖଣ୍ଡ ପୁଲିସ ଅଧିକାରୀ ସଦାନନ୍ଦ ପୁଝାରୀ ଙ୍କ ତତ୍ବାବଧାନରେ ପୁଲିସ କେଶ ନଂ ୨୩୮/୨୬ ରେ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା । ଆଜି ୪ ଜଣ ଯୁବକ ଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଗଛି ବୋଲି ଥାନା ଅଧିକାରୀ ହରିବନ୍ଧୁ ଗଡତ୍ୟା ସୁଚନା ଦେଇଛନ୍ତି । 

 


Paylaş:

Bir yorum bırakın

E-posta adresiniz yayınlanmayacaktır. Gerekli alanlar * ile işaretlenmiştir

Bu sitedeki deneyiminiz çerezlere izin verilerek iyileştirilecektir Çerez Politikası