LaraMag - Laravel Haber / Dergi Çok Dilli Sistemi

Header
collapse
...
Home / Odisha / ମା’ ସମଲେଶ୍ୱରୀ ଙ୍କ ଧବଳମୁଖୀ ବେଶ , ଦର୍ଶନ ପାଇଁ ମନ୍ଦିରରେ ଭକ୍ତଙ୍କ ପ୍ରବଳ ଭିଡ଼

ମା’ ସମଲେଶ୍ୱରୀ ଙ୍କ ଧବଳମୁଖୀ ବେଶ , ଦର୍ଶନ ପାଇଁ ମନ୍ଦିରରେ ଭକ୍ତଙ୍କ ପ୍ରବଳ ଭିଡ଼

Eki 10, 2026  Suprabhat Odisha  8 görüntüleme
ମା’ ସମଲେଶ୍ୱରୀ ଙ୍କ ଧବଳମୁଖୀ ବେଶ  , ଦର୍ଶନ ପାଇଁ ମନ୍ଦିରରେ ଭକ୍ତଙ୍କ ପ୍ରବଳ ଭିଡ଼

ପାଟଣାଗଡ଼ : ପବିତ୍ର ମହାଳୟା ଓ ଅମାବାସ୍ୟା ତିଥି ଅବସରରେ ଶନିବାର ପାଟଣାଗଡ଼ର ଅଧିଷ୍ଠାତ୍ରୀ ଦେବୀ ମା’ ସମଲେଶ୍ୱରୀ ଧବଳମୁଖୀ ବେଶରେ ଭକ୍ତଙ୍କୁ ଦର୍ଶନ ଦେଇଛନ୍ତି। ମା’ଙ୍କୁ  ଦର୍ଶନ କରିବା ପାଇଁ ସ୍ଥାନୀୟ ସମଲେଶ୍ୱରୀ ମନ୍ଦିରରେ ଶ୍ରଦ୍ଧାଳୁଙ୍କ ପ୍ରବଳ ସମାଗମ ହୋଇଥିଲା । ସକାଳୁ ମା’ଙ୍କ ଦର୍ଶନ ପାଇଁ ଭକ୍ତଙ୍କ ଆଗମନ ଆରମ୍ଭ ହୋଇଥିବା ବେଳେ ଦିନତମାମ ମନ୍ଦିର ପରିସରରେ ଭକ୍ତଙ୍କ ଭିଡ଼ ଲାଗି ରହିଥିଲା। ଧାର୍ମିକ ଓ ଆଧ୍ୟାତ୍ମିକ ମହତ୍ତ୍ୱ ବହନ କରୁଥିବା ମହାଳୟା ଅବସରରେ ମା’ଙ୍କ ଧବଳମୁଖୀ ବେଶ ଦର୍ଶନକୁ ନେଇ ଶ୍ରଦ୍ଧାଳୁଙ୍କ ମଧ୍ୟରେ ବିଶେଷ ଉତ୍ସାହ ଓ ଭକ୍ତିଭାବ ପରିଲକ୍ଷିତ ହୋଇଥିଲା। ପାଟଣାଗଡ଼ ସମେତ ଆଖପାଖ ଅଞ୍ଚଳ ଏବଂ ଦୂରଦୂରାନ୍ତରୁ ବହୁ ଭକ୍ତ ମନ୍ଦିରକୁ ଆସି ମା’ଙ୍କ ଦର୍ଶନ କରିଥିଲେ। ଶ୍ରଦ୍ଧାଳୁମାନେ ମା’ଙ୍କ ନିକଟରେ ପୂଜାର୍ଚ୍ଚନା କରିବା ସହ ନିଜ ପରିବାରର ସୁଖ, ଶାନ୍ତି, ସମୃଦ୍ଧି ଓ ମଙ୍ଗଳ କାମନା କରି ଆଶୀର୍ବାଦ ଭିକ୍ଷା କରିଥିଲେ । ମା’ଙ୍କ ଧବଳମୁଖୀ ବେଶରେ ସଜ୍ଜିତ ଦେବୀଙ୍କ ଦର୍ଶନ ପାଇ ଭକ୍ତମାନେ ଭାବବିହ୍ୱଳ ହୋଇପଡ଼ିଥିଲେ। ଘଣ୍ଟ, ଘଣ୍ଟା ଓ ପୂଜାର୍ଚ୍ଚନା ମଧ୍ୟରେ ମନ୍ଦିର ପରିସରରେ ଏକ ଭକ୍ତିମୟ ପରିବେଶ ସୃଷ୍ଟି ହୋଇଥିଲା। ମା’ଙ୍କ ଏହି ବିଶେଷ ବେଶ ଦର୍ଶନ କରି ଶ୍ରଦ୍ଧାଳୁମାନେ ନିଜକୁ ଧନ୍ୟ ମନେ କରିଥିବା ବେଳେ ମହାଳୟା ଅବସରରେ ପାଟଣାଗଡ଼ ଅଞ୍ଚଳରେ ଧାର୍ମିକ ଉତ୍ସାହ ଓ ଭକ୍ତିମୟ ପରିବେଶ ଦେଖିବାକୁ ମିଳିଥିଲା ।


Paylaş:

Bir yorum bırakın

E-posta adresiniz yayınlanmayacaktır. Gerekli alanlar * ile işaretlenmiştir

Bu sitedeki deneyiminiz çerezlere izin verilerek iyileştirilecektir Çerez Politikası