LaraMag - Laravel Haber / Dergi Çok Dilli Sistemi

Header
collapse
...
Home / Odisha / ମା’ ସମଲେଶ୍ୱରୀଙ୍କ ଝାର ବଏଲ୍ ଯାତ୍ରା ଅନୁଷ୍ଠିତ

ମା’ ସମଲେଶ୍ୱରୀଙ୍କ ଝାର ବଏଲ୍ ଯାତ୍ରା ଅନୁଷ୍ଠିତ

Eki 11, 2026  Suprabhat Odisha  34 görüntüleme
ମା’ ସମଲେଶ୍ୱରୀଙ୍କ ଝାର ବଏଲ୍ ଯାତ୍ରା ଅନୁଷ୍ଠିତ

ମା ଙ୍କୁ ଦେଖିବା ପାଇଁ ଶତାଧିକ ଭକ୍ତଙ୍କ ସମାଗମ   

ପ୍ରାଚୀନ, ଧାର୍ମିକ , ପରମ୍ପରା ଓ ଲୋକସଂସ୍କୃତି ସହ ଜଡ଼ିତ ଏହି ଯାତ୍ରାର ରହିଛି ସ୍ୱତନ୍ତ୍ର ମହତ୍ତ୍ୱ

ପାଟଣାଗଡ଼ : ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ର ଆରାଧ୍ୟ ଦେବୀ ମା’ ସମଲେଶ୍ୱରୀଙ୍କ ପାରମ୍ପରିକ ଝାର ବଏଲ୍ ଯାତ୍ରା ଶନିବାର ବା ମହାଳୟା ଅବସରରେ ଧାର୍ମିକ ରୀତିନୀତି ଅନୁଯାୟୀ ଅନୁଷ୍ଠିତ ହୋଇଥିଲା । ମା ଙ୍କୁ ଦେଖିବା ପାଇଁ ଚଳିତ ବର୍ଷ ଶହଶହ ଭକ୍ତଙ୍କ ସମାଗମ ହୋଇଥିଲା । ଏହି ଯାତ୍ରାକୁ ନେଇ ପାଟଣାଗଡ଼ ସହରରେ ଭକ୍ତିମୟ ପରିବେଶ ସୃଷ୍ଟି ହୋଇଥିବାବେଳେ ଦେବୀଙ୍କ ପ୍ରତି ଶ୍ରଦ୍ଧା, ଭକ୍ତି ଓ ଅଗାଢ଼ ବିଶ୍ୱାସର ନିଦର୍ଶନ ଦେଖିବାକୁ ମିଳିଛି । ପ୍ରାଚୀନ ଧାର୍ମିକ ପରମ୍ପରା ଓ ଲୋକସଂସ୍କୃତି ସହ ଜଡ଼ିତ ଏହି ଯାତ୍ରାର ରହିଛି ସ୍ୱତନ୍ତ୍ର ମହତ୍ତ୍ୱ । ଦଶହରା ଅବସରରେ ମା’ଙ୍କ ଷୋହଳ ପୂଜା ପାଳନ କରାଯାଉଥିବା ବେଳେ ଏହି ସମୟରେ ବିଭିନ୍ନ ପାରମ୍ପରିକ ଧାର୍ମିକ ବିଧିବିଧାନ ଅନୁଷ୍ଠିତ ହୋଇଥାଏ। ଲୋକବିଶ୍ୱାସ ଓ ପ୍ରଚଳିତ ପରମ୍ପରା ଅନୁଯାୟୀ, ମା’ ସମଲେଶ୍ୱରୀଙ୍କ ଝାର ବଏଲ୍ ଯାତ୍ରା ପ୍ରତିବର୍ଷ ମହାଳୟା ଦିନ ଏବଂ ମା’ ପାଟଣେଶ୍ୱରୀଙ୍କ ଝାର ବଏଲ୍ ଯାତ୍ରା ଆଶ୍ୱିନ ଶୁକ୍ଳ ପ୍ରତିପଦା ଦିନ ଅନୁଷ୍ଠିତ ହେବାର ବିଧି ରହିଛି। ଏହି ପରମ୍ପରା ପାଟଣାଗଡ଼ର ଧାର୍ମିକ ଜୀବନର ଏକ ଅବିଚ୍ଛେଦ୍ୟ ଅଙ୍ଗ ଭାବେ ପରିଚିତ। ପ୍ରଚଳିତ ପରମ୍ପରା ଅନୁଯାୟୀ, ଝାର ବଏଲ୍ ଯାତ୍ରା ସମୟରେ ବରୁଆଙ୍କ ଦେହରେ ଦେବୀଙ୍କ ଆଗମନ ହେଉଥିବା ବିଶ୍ୱାସ କରାଯାଏ। ଏହାପରେ ଗଡ଼ର ଚାରିଟି ଦ୍ୱାରର କିଳନ ଓ ଦୈବୀଶକ୍ତି ଦ୍ୱାରା ସୁରକ୍ଷା ବିଧାନ ସମ୍ପର୍କିତ ପାରମ୍ପରିକ ରୀତି ପାଳନ କରାଯାଇଥାଏ। ନଗର ପରିକ୍ରମା ମାଧ୍ୟମରେ ଦେବୀ ସମଗ୍ର ଅଞ୍ଚଳକୁ ଆଶୀର୍ବାଦ ପ୍ରଦାନ କରୁଥିବା ଭକ୍ତମାନଙ୍କର ବିଶ୍ୱାସ ରହିଛି।Screenshot_20261011_102255
 ଏହି ବିଧି ମାଧ୍ୟମରେ ପାଟଣାଗଡ଼ର ସୁରକ୍ଷା, ଶାନ୍ତି ଓ ମଙ୍ଗଳ କାମନା କରାଯାଇଥାଏ । ସେହିପରି ନବମୀ ରାତିରେ ମା’ ସମଲେଶ୍ୱରୀ, ମା’ ପାଟଣେଶ୍ୱରୀ ଓ ମା’ ଟଙ୍ଗେଇ ଦେବୀ ମିଳିତ ଭାବେ ନଗର ପରିକ୍ରମା କରିବାର ପରମ୍ପରା ରହିଛି। ଏହି ଯାତ୍ରାକୁ ‘ନବମୀ ବଏଲ୍’ ବା ‘ଖପର ଚୁପା ଯାତ୍ରା’ କୁହାଯାଏ। ପ୍ରଚଳିତ ଲୋକବିଶ୍ୱାସ ଅନୁସାରେ, ଏହି ଯାତ୍ରା ସମୟରେ ବରୁଆଙ୍କ ଦେହରେ ଦେବୀଙ୍କ ଆଗମନ ହୋଇ ସୁରକ୍ଷା ପାଇଁ ବିଶେଷ ବିଧି ପାଳନ କରାଯାଇଥାଏ। ମା’ ପାଟଣେଶ୍ୱରୀଙ୍କ କୃପାରେ ପାଟଣାଗଡ଼ ସୁରକ୍ଷିତ ରହିଆସୁଥିବା ଜନସାଧାରଣଙ୍କ ମଧ୍ୟରେ ଗଭୀର ବିଶ୍ୱାସ ରହିଛି । ସୂଚନା ଅନୁଯାୟୀ, ପାଟଣାଗଡ଼ର ଦେବୀ ଉପାସନା ପରମ୍ପରା ବହୁ ପ୍ରାଚୀନ। ଖ୍ରୀଷ୍ଟପୂର୍ବ ୫୪ ମସିହାରେ ପାଟଣା ରାଜା ମାଧବଚନ୍ଦ୍ର ଦେବଙ୍କ ଦ୍ୱାରା ମା’ ପାଟଣେଶ୍ୱରୀଙ୍କ ପୂଜା ଆରମ୍ଭ ହୋଇଥିବା ନେଇ ଏକ ପ୍ରଚଳିତ ଐତିହାସିକ ତଥ୍ୟ ରହିଛି। ଦଶହରା ସମୟରେ ମା’ଙ୍କ ଷୋହଳ ପୂଜା କରାଯାଉଥିବାବେଳେ ପ୍ରତିଦିନ ଯନ୍ତ୍ର ପୂଜା ସହ ଷୋଡ଼ଶ ଉପଚାର ବିଧିରେ ଦେବୀଙ୍କ ଆରାଧନା କରାଯାଇଥାଏ। ଏହି ପୂଜାପଦ୍ଧତି ପାଟଣାଗଡ଼ର ଧାର୍ମିକ ଐତିହ୍ୟ ଓ ପରମ୍ପରାର ଗୁରୁତ୍ୱକୁ ପ୍ରତିପାଦିତ କରେ । ମା’ ସମଲେଶ୍ୱରୀ ଙ୍କ ଝାର ବଏଲ୍ ଯାତ୍ରା କେବଳ ଏକ ଧାର୍ମିକ ଉତ୍ସବ ନୁହେଁ, ଏହା ପାଟଣାଗଡ଼ର ଐତିହ୍ୟ, ଲୋକବିଶ୍ୱାସ ଓ ସାଂସ୍କୃତିକ ପରିଚୟର ଏକ ଗୁରୁତ୍ୱପୂର୍ଣ୍ଣ ପ୍ରତୀକ। ପିଢ଼ି ପରେ ପିଢ଼ି ଧରି ପାଳିତ ହୋଇଆସୁଥିବା ଏହି ପରମ୍ପରା ଆଜି ମଧ୍ୟ ଅଞ୍ଚଳବାସୀଙ୍କ ମନରେ ଦେବୀଙ୍କ ପ୍ରତି ଅତୁଟ ଆସ୍ଥା ଓ ଭକ୍ତିଭାବକୁ ଅଧିକ ଦୃଢ଼ କରିଆସୁଛି।


Paylaş:

Bir yorum bırakın

E-posta adresiniz yayınlanmayacaktır. Gerekli alanlar * ile işaretlenmiştir

Bu sitedeki deneyiminiz çerezlere izin verilerek iyileştirilecektir Çerez Politikası