LaraMag - Laravel Haber / Dergi Çok Dilli Sistemi

Header
collapse
...
Home / Odisha / କୂଅରେ ପଡ଼ିଲା ମାଈ ହାତୀ, ବନ ବିଭାଗ ପକ୍ଷରୁ ଉଦ୍ଧାର

କୂଅରେ ପଡ଼ିଲା ମାଈ ହାତୀ, ବନ ବିଭାଗ ପକ୍ଷରୁ ଉଦ୍ଧାର

Eki 14, 2026  Suprabhat Odisha  8 görüntüleme
କୂଅରେ ପଡ଼ିଲା ମାଈ ହାତୀ, ବନ ବିଭାଗ ପକ୍ଷରୁ ଉଦ୍ଧାର

ବଲାଙ୍ଗୀର : ବଲାଙ୍ଗୀର ଜିଲ୍ଲା ମୁରିବାହାଲ ରେଞ୍ଜ ଜଇଁତରା ସେକ୍ସନ ଅନ୍ତର୍ଗତ ଚଲକି ଗ୍ରାମର ବିଛୁବାହାଲି ଚାଷଜମିରେ ଥିବା ଏକ ୪୦ ଫୁଟ ଗଭୀର କୂଅରେ ପଡ଼ିଥିବା ମାଈ ହାତୀକୁ ବନ ବିଭାଗ ସୁରକ୍ଷିତ ଭାବେ ଉଦ୍ଧାର କରିଛି। ମଙ୍ଗଳବାର କୂଅରେ ପଡ଼ିଥିବା ହାତୀଟିକୁ ଜେସିବି ସାହାଯ୍ୟରେ କୂଅର ଗୋଟିଏ ପାର୍ଶ୍ୱ ଖୋଳି ରାସ୍ତା ତିଆରି କରାଯିବା ପରେ ଉଦ୍ଧାର କରାଯାଇଥିଲା। କୂଅରେ ୨୫ ଫୁଟରୁ ଅଧିକ ପାଣି ଥିବାରୁ ହାତୀଟି ଦୀର୍ଘ ସମୟ ଧରି ପାଣିରେ ଫସି ରହିଥିଲା। ଉଦ୍ଧାର ପରେ ହାତୀଟି ଜଙ୍ଗଲ ଆଡ଼କୁ ଚାଲିଯାଇଥିଲା। ଏହି ସମୟରେ ଜଣେ ବନ କର୍ମଚାରୀ ହାତୀର ସମ୍ମୁଖୀନ ହୋଇ ଅଳ୍ପକେ ରକ୍ଷା ପାଇଥିଲେ। ଗତ ଦୁଇ ବର୍ଷରୁ ଅଧିକ ସମୟ ଧରି ମୁରିବାହାଲ ଅଞ୍ଚଳରେ ହାତୀମାନେ ଖାଦ୍ୟ ଅନ୍ୱେଷଣରେ ଗାଁମୁହାଁ ହେଉଥିବାବେଳେ ବାରମ୍ବାର କୂଅରେ ପଡ଼ିବା ଘଟଣା ସାମ୍ନାକୁ ଆସୁଛି। ପୂର୍ବରୁ ବିଜାମାଲ, ଲତାସହଡ଼ା ସଂରକ୍ଷିତ ଜଙ୍ଗଲ ଓ ଚନ୍ଦ୍ରପୁର ଅଞ୍ଚଳରେ ମଧ୍ୟ ହାତୀ ଓ ହାତୀଛୁଆ କୂଅରେ ପଡ଼ିଥିବା ଘଟଣା ଘଟିଥିଲା ଫରେଷ୍ଟର କୀର୍ତ୍ତିଚନ୍ଦ୍ର ସୁଆରଙ୍କ ସୂଚନା ଅନୁଯାୟୀ, ଜଇଁତରା ସେକ୍ସନରେ ତିନୋଟି ଛୁଆ ହାତୀଙ୍କ ସମେତ ୩୫ଟି ହାତୀ ଏବଂ ସମଗ୍ର ମୁରିବାହାଲ ରେଞ୍ଜରେ ମୋଟ ୫୩ଟି ହାତୀ ଚଳପ୍ରଚଳ କରୁଛନ୍ତି। ଉଦ୍ଧାର କାର୍ଯ୍ୟରେ ବନ ବିଭାଗ ଓ ମୁରିବାହାଲ ଅଗ୍ନିଶମ ବିଭାଗର କର୍ମଚାରୀ ସାମିଲ ହୋଇଥିଲେ।

 


Paylaş:

Bir yorum bırakın

E-posta adresiniz yayınlanmayacaktır. Gerekli alanlar * ile işaretlenmiştir

Bu sitedeki deneyiminiz çerezlere izin verilerek iyileştirilecektir Çerez Politikası