LaraMag - Laravel Haber / Dergi Çok Dilli Sistemi

Header
collapse
...
Home / Odisha / କାଠ ଗଣ୍ଡି ବୋଝେଇ ଟ୍ରକ୍‌ ଜବତ

କାଠ ଗଣ୍ଡି ବୋଝେଇ ଟ୍ରକ୍‌ ଜବତ

Eki 25, 2026  Suprabhat Odisha  10 görüntüleme
କାଠ ଗଣ୍ଡି ବୋଝେଇ ଟ୍ରକ୍‌ ଜବତ

ବଲାଙ୍ଗୀର, (ସୂପ୍ରଭାତ ଓଡ଼ିଶା): କଣ୍ଟାବାଞ୍ଜି ଅଞ୍ଚଳରେ କାଠ ଗଣ୍ଡି ବୋଝେଇ ଏକ ଟ୍ରକ୍‌କୁ ବନ ବିଭାଗ ଜବତ କରିଛି। ଟ୍ରକ୍‌ରୁ ବହୁ ସଂଖ୍ୟକ ବଡ଼ ବଡ଼ କାଠ ଗଣ୍ଡି ମିଳିଥିବା ବେଳେ ସେଥିରେ କୌଣସି ଷ୍ଟାମ୍ପ, ନମ୍ବର କିମ୍ବା ଚିହ୍ନଟ ମାର୍କିଂ ନଥିବା ଜଣାପଡ଼ିଛି। ଫଳରେ କାଠର ଉତ୍ସ ଓ ପରିବହନର ବୈଧତାକୁ ନେଇ ପ୍ରଶ୍ନ ଉଠିଛି। ସୂଚନା ଅନୁଯାୟୀ, ରାତି ସମୟରେ କଣ୍ଟାବାଞ୍ଜିରୁ ବଲାଙ୍ଗୀର ଅଭିମୁଖେ ଏକ ଛତିଶଗଡ଼ ନମ୍ବର ବିଶିଷ୍ଟ ଟ୍ରକ୍‌ରେ କାଠ ଗଣ୍ଡି ପରିବହନ ହେଉଥିଲା। ଏହି ସମୟରେ ବନ ବିଭାଗ ଗାଡ଼ିଟିକୁ ଅଟକାଇ ଯାଞ୍ଚ କରିଥିଲା। ଯାଞ୍ଚ ବେଳେ ଟ୍ରକ୍‌ରେ ବଡ଼ ବଡ଼ କାଠ ଗଣ୍ଡି ଥିବା ଦେଖିବାକୁ ମିଳିଥିଲା। କାଠଗୁଡ଼ିକରେ ଆବଶ୍ୟକ ଚିହ୍ନଟ ମାର୍କିଂ ନଥିବାରୁ ଏହାର ଉତ୍ସ ଓ ପରିବହନ ସମ୍ପର୍କରେ ସନ୍ଦେହ ସୃଷ୍ଟି ହୋଇଛି। ତେବେ କାଠରେ ଷ୍ଟାମ୍ପ କିମ୍ବା ମାର୍କିଂ ନଥିବା ଆଧାରରେ ଏହାକୁ ବେଆଇନ ଚାଲାଣ ବୋଲି ନିଶ୍ଚିତ କରାଯାଇପାରିବ ନାହିଁ। କାଠ କେଉଁଠାରୁ ଆସିଛି, ଏହାର ପରିବହନ ପାଇଁ ଆବଶ୍ୟକ ଅନୁମତି ରହିଛି କି ନାହିଁ ଏବଂ ସମ୍ପୃକ୍ତ କାଗଜପତ୍ର ଠିକ୍‌ ଅଛି କି ନାହିଁ, ତାହାର ଯାଞ୍ଚ ପରେ ହିଁ ପ୍ରକୃତ ସ୍ଥିତି ସ୍ପଷ୍ଟ ହେବ। ଅନ୍ୟପକ୍ଷରେ, କାଠଗୁଡ଼ିକ କେଉଁ ଅଞ୍ଚଳରୁ ଅଣାଯାଇଥିଲା, ଏହାର ମାଲିକ କିଏ ଏବଂ କେଉଁ ସ୍ଥାନକୁ ନିଆଯାଉଥିଲା, ସେ ସମ୍ପର୍କରେ ଏଯାଏଁ ସ୍ପଷ୍ଟ ସୂଚନା ମିଳିନାହିଁ। ଘଟଣାରେ କାହାରି ଗିରଫଦାରୀ ହୋଇଥିବା ନେଇ ମଧ୍ୟ ସୂଚନା ମିଳିନାହିଁ। ବନ ବିଭାଗର ଯାଞ୍ଚ ପରେ କାଠ ପରିବହନ ସମ୍ପର୍କିତ ଅଧିକ ତଥ୍ୟ ସାମ୍ନାକୁ ଆସିବା ଆଶା କରାଯାଉଛି।


Paylaş:

Bir yorum bırakın

E-posta adresiniz yayınlanmayacaktır. Gerekli alanlar * ile işaretlenmiştir

Bu sitedeki deneyiminiz çerezlere izin verilerek iyileştirilecektir Çerez Politikası