ପାଟଣାଗଡ଼: ବଲାଙ୍ଗୀର ଜିଲ୍ଲା ପାଟଣାଗଡ ବ୍ଳକ ଦେଉଲଗାଁ ସ୍ଥିତ ସରକାରୀ ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷା ବ୍ୟବସ୍ଥାର ବିକଳ ଚିତ୍ର ଦେଖିବାକୁ ମିଳିଛି । ୬୦ ଜଣ ଛାତ୍ରଛାତ୍ରୀଙ୍କୁ ଜଣେ ମାତ୍ର ଶିକ୍ଷକ ଅଛନ୍ତି । ଯାହାଫଲରେ ଛାତ୍ରଛାତ୍ରୀ ମାନେ ପାଠ ପଢିବା ପାଇଁ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏହାରି ପ୍ରତିବାଦରେ ଗୁରୁବାର ସ୍କୁଲର ଛାତ୍ରଛାତ୍ରୀ ଓ ଅଭିଭାବକ ମାନେ ଏକତ୍ରିତ ହୋଇ ସ୍କୁଲରେ ଶିକ୍ଷକ ନିଯୁକ୍ତି ଦାବିରେ ମୁଖ୍ୟ ଫାଟକରେ ତାଲା ପକାଇ ଧାରଣାରେ ବସିଥିଲେ । ଏଘଟଣା ସମ୍ପର୍କରେ ଗ୍ରାମବାସୀ ବାରମ୍ବାର ବ୍ଳକ ଗୋଷ୍ଠୀ ଶିକ୍ଷା ଅଧିକାର ଙ୍କ ଠାରେ ବାରମ୍ବାର ଅଭିଯୋଗ ପରେମଧ୍ୟ କୈ।ଣସି ସୁଫଳ ପାଇନଥିଲେ । ପରିଶେଷରେ ସେମାନେ ବାଧ୍ୟ ହୋଇ ସ୍କୁଲ ଗେଟ ସମ୍ମୁଖରେ ଧାରଣାରେ ବସିପଡିଥିଲେ । ଖବରପାଇ କିଛି ସମୟପରେ ପାଟଣାଗଡ଼ ଗୋଷ୍ଠୀ ଶିକ୍ଷା ଅଧିକାରି ଶଙ୍କର ପ୍ରସାଦ ମାଝି ପହଞ୍ଚି ଅଭିଭାବକ ଓ ଛାତ୍ରଛାତ୍ରୀ ମାନଙ୍କୁ ବୁଝାସୁଝା କରିଥିଲେ । ଏପରିକି ଆସନ୍ତା କାଲି ଜଣେ ଶିକ୍ଷକ ଙ୍କୁ ଉକ୍ତ ସ୍କୁଲକୁ ଡେପୁଟେସନରେ ପଠାଇବା ସହ ନବାନ୍ନ ପୁର୍ବର ସେହି ସ୍କୁଲକୁ ଜଣେ ପ୍ରଧାନ ଶିକ୍ଷକ ଙ୍କୁ ପଠାଯିବ ବୋଲି ତାଙ୍କ ପ୍ରତିକ୍ରିୟା ରଖିଥିଲେ । ସୁଚନା ଅନୁସାରେ ଏହି ସ୍କୁଲଟି ୧୯୪୯ ମସିହାରେ ନିର୍ମାଣ ହୋଇଥିବା ବେଳେ ବର୍ତ୍ତମାନ ସ୍କୁଲରେ ଶିଶୁ ବାଟିକାରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ରହିଛି । ଶର୍ବ ମୋଟ ୬୦ ଜଣ ଛାତ୍ରଛାତ୍ରୀ ଏହି ସ୍କୁଲରେ ଅଧ୍ୟୟନ କରୁଥିବା ବେଳେ କେବଳ ଜଣେ ମାତ୍ର ଶିକ୍ଷକ ସେମାନଙ୍କୁ ଶିକ୍ଷାଦାନ କରୁଥିଲେ । ସେ ଶର୍ବଦା ଅଫିସ କାମ,ଏମଡିଏମ ଇତ୍ୟାଦି ଦାଇତ୍ବରେ ରହିଥିବାରୁ ବିଭିନ୍ନ ସମୟରେ ପାଠପଠାରେ ବ୍ୟାଘାତ ସୃଷ୍ଟି ହେଉଥିଲି ।
اترك تعليقاً
لن يتم نشر عنوان بريدك الإلكتروني. الحقول المطلوبة مشار إليها بـ *