لارا ماج - نظام أخبار ومجلات لارافيل متعدد اللغات

Header
collapse
...
الرئيسية / Education / କପା ବିକ୍ରୟ ପାଇଁ ପ୍ରଚାର ରଥର ଶୁଭାରମ୍ଭ

କପା ବିକ୍ରୟ ପାଇଁ ପ୍ରଚାର ରଥର ଶୁଭାରମ୍ଭ

أكتوبر 06, 2026  Suprabhat Odisha  10 مشاهدة
କପା ବିକ୍ରୟ ପାଇଁ ପ୍ରଚାର ରଥର ଶୁଭାରମ୍ଭ

ପାଟଣାଗଡ଼ : ଚାଷୀଙ୍କ କପା ବିକ୍ରୟ ସମ୍ପର୍କରେ ସଚେତନତା କରିବା ପାଇଁ ପାଟଣାଗଡ଼ ନିୟନ୍ତ୍ରିତ ବଜାର କମିଟି (ଆର୍‌ଏମ୍‌ସି) ପକ୍ଷରୁ  ପ୍ରଚାର ରଥର ଶୁଭାରମ୍ଭ କରାଯାଇଛି। ମଙ୍ଗଳବାର ପାଟଣାଗଡ଼ ଉପଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଉପଜିଲ୍ଲାପାଳ ସୁନୀଲ କୁମାର ମେହେର ପ୍ରଥମେ ପୂଜାର୍ଚ୍ଚନା କରିବା ପରେ ସବୁଜ ପତାକା ଦେଖାଇ ରଥର ଶୁଭାରମ୍ଭ କରିଥିଲେ । ଏହି ପ୍ରଚାର ରଥ ପାଟଣାଗଡ଼ ଉପଖଣ୍ଡର ବିଭିନ୍ନ ଅଞ୍ଚଳ ବୁଲି ଚାଷୀଙ୍କୁ କପା ବିକ୍ରୟ ପ୍ରକ୍ରିୟା, କପାର ମାନ ଏବଂ ସରକାରଙ୍କ ନିର୍ଦ୍ଧାରିତ ଦର ସମ୍ପର୍କରେ ସଚେତନ କରିବ। ଚଳିତ ବର୍ଷ ଏଫ୍‌ଏକ୍ୟୁ ମାନର କପାର ଦର କୁଇଣ୍ଟାଲ ପିଛା ୮,୬୬୭ ଟଙ୍କା ଥିବାବେଳେ ମଧ୍ୟମ ଧରଣର କପା ପାଇଁ କୁଇଣ୍ଟାଲ ପିଛା ୮,୬୧୭ ଟଙ୍କା ଦର ଧାର୍ଯ୍ୟ କରାଯାଇଛି ବୋଲି ଉପଜିଲ୍ଲାପାଳ ଶ୍ରୀ ମେହେର ସୂଚନା ଦେଇଥିଲେ । କାର୍ଯ୍ୟକ୍ରମରେ ପାଟଣାଗଡ଼ ଆର୍‌ଏମ୍‌ସି ଅଧିକାରୀ କ୍ଷମାନିଧି ଗଣତ୍ୟା, ମନୋଜ କୁମାର ଷଡ଼ଙ୍ଗୀଙ୍କ ସମେତ ଚାଷୀ ଓ ଅନ୍ୟମାନେ ଉପସ୍ଥିତ ଥିଲେ।


شارك:

اترك تعليقاً

لن يتم نشر عنوان بريدك الإلكتروني. الحقول المطلوبة مشار إليها بـ *

سيتم تحسين تجربتك على هذا الموقع من خلال السماح بملفات تعريف الارتباط سياسة ملفات تعريف الارتباط