لارا ماج - نظام أخبار ومجلات لارافيل متعدد اللغات

Header
collapse
...
الرئيسية / Odisha / ଯୁବକଙ୍କୁ ପେଟ୍ରୋଲ ପିଆଇ ଦେହରେ ନିଆଁ ଲଗାଇଦେଲେ ଦୁର୍ବୁତ

ଯୁବକଙ୍କୁ ପେଟ୍ରୋଲ ପିଆଇ ଦେହରେ ନିଆଁ ଲଗାଇଦେଲେ ଦୁର୍ବୁତ

أغسطس 08, 2026   58 مشاهدة
ଯୁବକଙ୍କୁ ପେଟ୍ରୋଲ ପିଆଇ ଦେହରେ ନିଆଁ ଲଗାଇଦେଲେ ଦୁର୍ବୁତ

ବଣାଇ : ସୁନ୍ଦରଗଡ ଜିଲା ଲହୁଣୀପଡ଼ା ଥାନାର ଗଣିଘଷା ଗ୍ରାମରେ ଶନିବାର ସକାଳୁ କାହ୍ନୁଚରଣ ମାହାନ୍ତ ଶୌଚ ହେବାକୁ ନିକଟସ୍ଥ ନାଳକୁ ଯାଉଥିବା ବେଳେ ଚାରିଜଣ ଦୁର୍ବୃତ୍ତ ଆସି ତାଙ୍କୁ ମାଡି ବସିଥିଲେ। ଜବରଦସ୍ତି ପେଟ୍ରୋଲ ପିଆଇବା ପରେ ଦେହରେ ଢାଳି ତା’ ପରେ ନିଆଁ ଲଗାଇଥିଲେ। ଚିତ୍କାର କରିବାରୁ ଗ୍ରାମବାସୀ ପହଞ୍ଚିଥିଲେ। ତାଙ୍କୁ ସଙ୍ଗେ ସଙ୍ଗେ ଲହୁଣୀପଡ଼ା ଡାକ୍ତରଖାନା ଓ ଅବସ୍ଥା ସଂକଟାପନ୍ନ ହେବାରୁ ପରେ ରାଉରକେଲା ଆଇଜିଏଚକୁ ସ୍ଥାନାନ୍ତରିତ କରାଯାଇଛି। ଜମି ବାଡ଼ି ବିବାଦରୁ ଏଭଳି ଘଟଣା ହୋଇଛି ବୋଲି ଘର ଲୋକ ଅଭିଯୋଗ କରିଛନ୍ତି। ବିନା ଅନୁମତିରେ ନିଜ ଜମିରେ ନିଜ ପରିବାର ଲୋକ ଲିଜ୍‌ରେ ପେଟ୍ରୋଲ ଟାଙ୍କି ଦେଇଥିବା ଓ ଆରଟିଆଇ ମାଗିଥିବାରୁ ଏଭଳି ଘଟଣା ଘଟିଛି ବୋଲି ଅଭିଯୋଗ ଆସିଛି। ଏନେଇ ଲହୁଣୀପଡ଼ା ପୋଲିସ ତଦନ୍ତ ଚଳାଇଛି। ଘଟଣାସ୍ଥଳରୁ ଦିଆସିଲି, ପେଟ୍ରୋଲ ବୋତଲ ଓ ଚପଲ ଜବତ ହୋଇଛି।


شارك:

اترك تعليقاً

لن يتم نشر عنوان بريدك الإلكتروني. الحقول المطلوبة مشار إليها بـ *

سيتم تحسين تجربتك على هذا الموقع من خلال السماح بملفات تعريف الارتباط سياسة ملفات تعريف الارتباط