لارا ماج - نظام أخبار ومجلات لارافيل متعدد اللغات

Header
collapse
...
الرئيسية / Crime / ୨୮୫ ବୋତଲ କଫସିରପ୍ ଜବତ ସହ ବାପ ପୁଅ ଗିରଫ

୨୮୫ ବୋତଲ କଫସିରପ୍ ଜବତ ସହ ବାପ ପୁଅ ଗିରଫ

سبتمبر 30, 2026  Suprabhat Odisha  53 مشاهدة
୨୮୫ ବୋତଲ କଫସିରପ୍ ଜବତ ସହ ବାପ ପୁଅ ଗିରଫ

ପାଟଣାଗଡ଼  : ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ଅବକାରୀ ବିଭାଗ ମଙ୍ଗଳବାର ଦୁଇ କଫ ସିରପ ମାଫିଆକୁ ଗିରଫ କରିଛି । ଏଥି ସହ ସେମାନଙ୍କ ଠାରୁ ୨୮୫ ବୋତଲ କଫ ସିରଫ ସହ ସେମାନେ ବ୍ୟବହୃତ କରିଥିବା ଏକ ବାଇକ ଜବତ କରିଛି । ମଙ୍ଗଳବାର ଯୁବକ ଦ୍ବୟକୁ କୋର୍ଟଚାଲାଣ କରାଯାଇଥିବା ଅବକାରୀ ଅଧିକାରୀ ସୂଚନା ଦେଇଛନ୍ତି। ଗିରଫ ଯୁବକ ଦ୍ଵୟ ହେଲେ ଲରମ୍ଭା ଥାନା ଅଇଁଳାତୁଙ୍ଗା ଗାଁର ଯାଦବ ବେହେରା (୪୭) ଓ ପରେଶ ବେହେରା (୨୦)। ସୂଚନାନୁସାରେ, ମଙ୍ଗଳବାର ପାହାନ୍ତିଆ ସମୟରେ ଅଇଁଳାତୁଙ୍ଗା ଗାଁର ଯାଦବ ବେହେରା ଓ ତାଙ୍କ ପୁଅ ପରେଶ ତମିଆଁର ଜଣେ ପେସାଦାର କଫସିରଫ ବେପାରୀ ଠାରୁ ବାଇକ୍‌ରେ ୨୮୫ ବୋତଲ କଫସିରପ ନେଇ ଗାଁ କୁ ଫେରୁଥିଲେ। ଏହି ସମୟରେ ଅବକାରୀ ବିଭାଗ ଚଢ଼ଉ କରି ଉଭୟ ବାପ ପୁଅକୁ ଗିରଫ କରିଥିଲା। ସେମାନଙ୍କୁ ପାଟଣାଗଡ଼ ଉପ ଅବକାରୀ କାର୍ଯ୍ୟଳୟକୁ ନେଇ ଅଧିକ ତଦନ୍ତ କରିବା ପରେ ଏନଡିପିଏସ ଆକ୍ଟରେ ଏକ ମାମଲା ରୁଜୁ କରି ଉଭୟ ବାପ ପୁଅକୁ ଗିରଫ କରି କୋର୍ଟ ଚାଲାଣ କରିଛି। ଉଭୟ ବାପ ପୁଅ ଅଞ୍ଚଳରେ ଦୀର୍ଘ ଦିନରୁ କଫ ସିରପ ବ୍ୟାପାର ଚଳାଇଥିଲେ ହେଁ ଅବକାରୀ ବିଭାଗ ଧରିବାରେ ଫେଲ ମାରୁଥିଲା । ଅନ୍ୟପଟେ ଉଭୟ ବାପ ପୁଅ କାହା ଠାରୁ କଫ ସିରପ ନେଉଥିଲେ ସେ ଦିଗରେ ଅବକାରୀ ବିଭାଗ ଅଧିକ ତଦନ୍ତ କରି ଦୃଢ ପଦକ୍ଷେପ ନେବାପାଇଁ ସାଧାରଣରେ ଦାବି ହେଉଛି।


شارك:

اترك تعليقاً

لن يتم نشر عنوان بريدك الإلكتروني. الحقول المطلوبة مشار إليها بـ *

سيتم تحسين تجربتك على هذا الموقع من خلال السماح بملفات تعريف الارتباط سياسة ملفات تعريف الارتباط