ପାଟଣାଗଡ଼ : ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ଅବକାରୀ ବିଭାଗ ମଙ୍ଗଳବାର ଦୁଇ କଫ ସିରପ ମାଫିଆକୁ ଗିରଫ କରିଛି । ଏଥି ସହ ସେମାନଙ୍କ ଠାରୁ ୨୮୫ ବୋତଲ କଫ ସିରଫ ସହ ସେମାନେ ବ୍ୟବହୃତ କରିଥିବା ଏକ ବାଇକ ଜବତ କରିଛି । ମଙ୍ଗଳବାର ଯୁବକ ଦ୍ବୟକୁ କୋର୍ଟଚାଲାଣ କରାଯାଇଥିବା ଅବକାରୀ ଅଧିକାରୀ ସୂଚନା ଦେଇଛନ୍ତି। ଗିରଫ ଯୁବକ ଦ୍ଵୟ ହେଲେ ଲରମ୍ଭା ଥାନା ଅଇଁଳାତୁଙ୍ଗା ଗାଁର ଯାଦବ ବେହେରା (୪୭) ଓ ପରେଶ ବେହେରା (୨୦)। ସୂଚନାନୁସାରେ, ମଙ୍ଗଳବାର ପାହାନ୍ତିଆ ସମୟରେ ଅଇଁଳାତୁଙ୍ଗା ଗାଁର ଯାଦବ ବେହେରା ଓ ତାଙ୍କ ପୁଅ ପରେଶ ତମିଆଁର ଜଣେ ପେସାଦାର କଫସିରଫ ବେପାରୀ ଠାରୁ ବାଇକ୍ରେ ୨୮୫ ବୋତଲ କଫସିରପ ନେଇ ଗାଁ କୁ ଫେରୁଥିଲେ। ଏହି ସମୟରେ ଅବକାରୀ ବିଭାଗ ଚଢ଼ଉ କରି ଉଭୟ ବାପ ପୁଅକୁ ଗିରଫ କରିଥିଲା। ସେମାନଙ୍କୁ ପାଟଣାଗଡ଼ ଉପ ଅବକାରୀ କାର୍ଯ୍ୟଳୟକୁ ନେଇ ଅଧିକ ତଦନ୍ତ କରିବା ପରେ ଏନଡିପିଏସ ଆକ୍ଟରେ ଏକ ମାମଲା ରୁଜୁ କରି ଉଭୟ ବାପ ପୁଅକୁ ଗିରଫ କରି କୋର୍ଟ ଚାଲାଣ କରିଛି। ଉଭୟ ବାପ ପୁଅ ଅଞ୍ଚଳରେ ଦୀର୍ଘ ଦିନରୁ କଫ ସିରପ ବ୍ୟାପାର ଚଳାଇଥିଲେ ହେଁ ଅବକାରୀ ବିଭାଗ ଧରିବାରେ ଫେଲ ମାରୁଥିଲା । ଅନ୍ୟପଟେ ଉଭୟ ବାପ ପୁଅ କାହା ଠାରୁ କଫ ସିରପ ନେଉଥିଲେ ସେ ଦିଗରେ ଅବକାରୀ ବିଭାଗ ଅଧିକ ତଦନ୍ତ କରି ଦୃଢ ପଦକ୍ଷେପ ନେବାପାଇଁ ସାଧାରଣରେ ଦାବି ହେଉଛି।
Tinggalkan komentar
Alamat email Anda tidak akan dipublikasikan. Kolom yang wajib diisi ditandai *