لارا ماج - نظام أخبار ومجلات لارافيل متعدد اللغات

Header
collapse
...
الرئيسية / Odisha / ଆଧୁନିକ ଆଲୋକରେ ହଜିବାକୁ ବସିଛି ମାଟି ଦୀପର ଚାହିଦା

ଆଧୁନିକ ଆଲୋକରେ ହଜିବାକୁ ବସିଛି ମାଟି ଦୀପର ଚାହିଦା

نوفمبر 04, 2026  Suprabhat Odisha  15 مشاهدة
ଆଧୁନିକ ଆଲୋକରେ ହଜିବାକୁ ବସିଛି ମାଟି ଦୀପର ଚାହିଦା

ଦୀପ ତିଆରିରେ ବ୍ୟସ୍ତ କାରିଗର 

କୌଳିକ ବୃତ୍ତିକୁ ବଞ୍ଚାଇ ରଖିଛନ୍ତି କୁମ୍ଭାର ପରିବାର

ପାଟଣାଗଡ଼, ୪।୧୧ (ସୂପ୍ରଭାତ ଓଡ଼ିଶା): ଆଲୋକର ପର୍ବ ଦୀପାବଳି ଆସନ୍ତା ରବିବାର ପାଳିତ ହେବ। ଏହାକୁ ନେଇ ଗାଁଠୁ ସହର ସବୁଠି ପ୍ରସ୍ତୁତି ଜୋରଦାର ଚାଲିଛି । ଦୀପାବଳି ପାଇଁ ମାଟି ଦୀପ ତିଆରିରେ ବ୍ୟସ୍ତ ହୋଇପଡ଼ିଛନ୍ତି କୁମ୍ଭାର ପରିବାର। ପର୍ବକୁ ଆଖି ଆଗରେ ରଖି ଦିନରାତି ଏକ କରି ମାଟିକୁ ରୂପ ଦେଉଛନ୍ତି କାରିଗର । କୁମ୍ଭାର ଶାଳରେ ଏବେ ଚାଲିଛି ଚକର ଘୁଁ ଘୁଁ ଶବ୍ଦ। ହେଲେ ଆଧୁନିକ ବିଦ୍ୟୁତ୍‌ ଆଲୋକ ଓ ଏଲ୍‌ଇଡି ଲାଇଟ୍‌ର ଚାହିଦା ବଢ଼ୁଥିବାରୁ ପାରମ୍ପରିକ ମାଟି ଦୀପର ଚାହିଦା କମିବାକୁ ଲାଗିଛି । ଫଳରେ କୁମ୍ଭାର ପରିବାରଙ୍କ ଜୀବିକା ଏବେ ଚିନ୍ତାର କାରଣ ପାଲଟିଛି। ଦୀପାବଳି ଆସିଲେ ଘର, ମନ୍ଦିର ଓ ବିଭିନ୍ନ ଦେବାଳୟରେ ମାଟି ଦୀପ ଜାଳିବାର ପରମ୍ପରା ରହିଛି । ଏହି ପରମ୍ପରାକୁ ଆଧାର କରି କୁମ୍ଭାର ପରିବାର ବର୍ଷସାରା ଏହି ପର୍ବକୁ ଅପେକ୍ଷା କରିଥାନ୍ତି। ଦୀପାବଳି ପୂର୍ବରୁ ଦୀପ ତିଆରି କାମ ଜୋରସୋରରେ ଆରମ୍ଭ ହୋଇଯାଏ। ପରିବାରର ସମସ୍ତ ସଦସ୍ୟ ଏହି କାମରେ ଲାଗିପଡ଼ିଥାନ୍ତି । କେହି ମାଟି ଚକରେ ଦୀପ ଗଢ଼ୁଥିବାବେଳେ ଆଉ କେହି ତାହାକୁ ଶୁଖାଇବା ଓ ପୋଡ଼ିବା କାମରେ ନିୟୋଜିତ ହୋଇଥାନ୍ତି।ସମୟ ବଦଳିବା ସହ ଦୀପାବଳି ପାଳନର ଶୈଳୀରେ ମଧ୍ୟ ପରିବର୍ତ୍ତନ ଆସିଛି। ରଙ୍ଗବେରଙ୍ଗର ଏଲ୍‌ଇଡି ଲାଇଟ୍‌, ବିଦ୍ୟୁତ୍‌ ଦୀପ ଓ ବିଭିନ୍ନ ଆକର୍ଷଣୀୟ ସାଜସଜ୍ଜା ସାମଗ୍ରୀ ଲୋକଙ୍କୁ ଅଧିକ ଆକୃଷ୍ଟ କରୁଛି। ଏହାର ପ୍ରଭାବରେ ମାଟି ଦୀପର ବ୍ୟବହାର କମିବାକୁ ଲାଗିଛି। ଅନ୍ୟପକ୍ଷରେ ମାଟି, ଜାଳେଣି ଓ ଶ୍ରମ ଖର୍ଚ୍ଚ ବଢ଼ିବା ସହ ତିଆରି ଦୀପର ଉଚିତ ମୂଲ୍ୟ ନ ମିଳିବା କାରିଗରଙ୍କ ସମସ୍ୟାକୁ ଆହୁରି ବଢ଼ାଇ ଦେଇଛି। କୁମ୍ଭାର ପରିବାର ପାଇଁ ଏହା କେବଳ ଏକ ବୃତ୍ତି ନୁହେଁ, ବରଂ ପୂର୍ବପୁରୁଷଙ୍କଠାରୁ ମିଳିଥିବା ପାରମ୍ପରିକ କଳା ଓ ସଂସ୍କୃତିର ପରିଚୟ। ହେଲେ ଆଜିର ଯୁବପିଢ଼ି ଏହି ବୃତ୍ତି ପ୍ରତି ସେତେଟା ଆଗ୍ରହ ଦେଖାଉ ନ ଥିବାରୁ ଆଗାମୀ ଦିନରେ ଏହି କଳା ବଞ୍ଚି ରହିବ କି ନାହିଁ, ତାହାକୁ ନେଇ ଆଶଙ୍କା ଦେଖାଦେଇଛି। ମାଟି ଦୀପର ଆଲୋକ କେବଳ ଘରକୁ ଆଲୋକିତ କରେ ନାହିଁ, ଏହା ଆମ ପରମ୍ପରା ଓ ସଂସ୍କୃତିକୁ ମଧ୍ୟ ଜୀବନ୍ତ ରଖେ। ତେଣୁ କୁମ୍ଭାର ପରିବାରକୁ ଆର୍ଥିକ ସହାୟତା ଯୋଗାଇ ଦିଆଗଲେ ଏହି ପାରମ୍ପରିକ ବୃତ୍ତି ବଞ୍ଚି ରହିପାରିବ ।

 


شارك:

اترك تعليقاً

لن يتم نشر عنوان بريدك الإلكتروني. الحقول المطلوبة مشار إليها بـ *

سيتم تحسين تجربتك على هذا الموقع من خلال السماح بملفات تعريف الارتباط سياسة ملفات تعريف الارتباط