LaraMag - Sistem Berita / Majalah Laravel Multibahasa

Header
collapse
...
Home / Crime / ମା’ ଦ୍ୱାରସେନୀ ମନ୍ଦିରରୁ ଚୋରି , ମା’ଙ୍କ ସୁନା ଓ ରୂପା ଅଳଙ୍କାର ସହ ହୁଣ୍ଡି ଟଙ୍କା ଚୋରି ହୋଇଥିବା ଅଭିଯୋଗ

ମା’ ଦ୍ୱାରସେନୀ ମନ୍ଦିରରୁ ଚୋରି , ମା’ଙ୍କ ସୁନା ଓ ରୂପା ଅଳଙ୍କାର ସହ ହୁଣ୍ଡି ଟଙ୍କା ଚୋରି ହୋଇଥିବା ଅଭିଯୋଗ

Agt 08, 2026   135 kali dilihat
ମା’ ଦ୍ୱାରସେନୀ ମନ୍ଦିରରୁ ଚୋରି  , ମା’ଙ୍କ ସୁନା ଓ ରୂପା ଅଳଙ୍କାର ସହ ହୁଣ୍ଡି ଟଙ୍କା ଚୋରି ହୋଇଥିବା ଅଭିଯୋଗ

ବଲାଙ୍ଗୀର : ବଲାଙ୍ଗୀର ଜିଲ୍ଲା ସିନ୍ଧେକେଲା ଥାନା ଅଞ୍ଚଳରେ ଥିବା ମା’ ଦ୍ୱାରସେନୀ ମନ୍ଦିରରୁ ଚୋରି  ହୋଇଛି। ମନ୍ଦିରରେ ଥିବା ମା’ଙ୍କ ସୁନା ଓ ରୂପା ଅଳଙ୍କାର ସହ ହୁଣ୍ଡିରେ ଥିବା ଟଙ୍କା ମଧ୍ୟ ଚୋରି ହୋଇଥିବା ଅଭିଯୋଗ ହୋଇଛି । ଚୋରମାନେ ମନ୍ଦିରର ଗ୍ରିଲ୍ ଗେଟ୍ ଭାଙ୍ଗି ଭିତରକୁ ପ୍ରବେଶ କରିଥିବା ଜଣାପଡ଼ିଛି । ଗତ ୩ ଦିନ ଧରି ମନ୍ଦିର ପୂଜକଙ୍କ ଜଣେ ସମ୍ପର୍କୀୟଙ୍କ ମୃତ୍ୟୁ ହୋଇଥିବାରୁ ପୂଜକ ମନ୍ଦିରକୁ ଯାଉନଥିଲେ । ମନ୍ଦିରର ଗେଟ୍ ଚାବି ଅନ୍ୟ ଜଣଙ୍କ ପାଖରେ ଥିବା ବେଳେ ଆଜି ସକାଳେ ମନ୍ଦିରରେ ଚୋରି ହୋଇଥିବା ଜଣାପଡ଼ିଥିଲା । ଖବର ପାଇ ମନ୍ଦିର କମିଟିର ସଦସ୍ୟ ଓ ଗ୍ରାମବାସୀ ମନ୍ଦିରରେ ପହଞ୍ଚିଥିଲେ । ପରେ ତୁରନ୍ତ ସିନ୍ଧେକେଲା ପୋଲିସକୁ ଖବର ଦେଇଥିଲେ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ଛାନଭିନ୍ ଆରମ୍ଭ କରିଛି ।  


Bagikan:

Tinggalkan komentar

Alamat email Anda tidak akan dipublikasikan. Kolom yang wajib diisi ditandai *

Pengalaman Anda di situs ini akan ditingkatkan dengan mengizinkan cookie Kebijakan Cookie