ବଲାଙ୍ଗିର : ପ୍ରାକ୍ତନ ପାଟଣା ରାଜ୍ୟ ଅଧିଷ୍ଟାତ୍ରୀ ଦେବୀ ମାଁ ପାଟଣେଶ୍ୱରୀ ଦେବୀଙ୍କ ପୀଠର ଗମ୍ଭୀରା ଗୃହର ସ୍ଥିତି ପରଖିବା ପାଇଁ ଦେବାଳୟ ସୁରକ୍ଷା କମିଟିର ଅନୁରୋଧ କ୍ରମେ ସାଂସଦ ସଂଗୀତା କୁମାରୀ ସିଂଦେଓ ପହଂଚି ମା’ଙ୍କ ଦର୍ଶନ କରିବା ପରେ ଦେବାଳୟ ସୁରକ୍ଷା କମିଟି ଏବଂ ବୁଦ୍ଧିଜୀବୀଙ୍କ ସହ ଆଲୋଚନା କରିଛନ୍ତି । ଆଲୋଚନାରେ ମନ୍ଦିରର ଗମ୍ଭୀରା ତଥା ଅନ୍ୟାନ୍ୟ ଅସୁବିଧା ସବୁର ତୁରନ୍ତ ସମାଧାନ ନିମନ୍ତେ ପଦକ୍ଷେପ ନେବା ପାଇଁ ପ୍ରତିଶୃତି ଦେଇଥିଲେ । ଏହି ସମୟରେ ସଭାପତି ଜୟକୃଷ୍ଣ ମିଶ୍ର, ସଂପାଦକ ପ୍ରଶାନ୍ତ ମହାକୁର, କୋଷାଧ୍ୟକ୍ଷ ଭବାନୀ ଶଙ୍କର ଭୋଇ, ଉପଦେଷ୍ଟା ସୁରେନ୍ଦ୍ର ନେଗୀ, ରିଣ୍ଟୁ ସାହୁ, ସତ୍ୟବ୍ରତ ସାହୁ, ପୂଜକ ମଳୟ ଦିଶ୍ରୀ, ସାଂସଦ ପ୍ରତିନିଧି ଦିନେଶ ଶର୍ମା, ପୁରୁଷୋତ୍ତମ ସାହୁ, ବିଶ୍ୱଜିତ ନାଥ, ଅପ୍ରମିତ ପରିଚ୍ଛା, ବାବୁଲି ପ୍ରମୁଖ ଉପସ୍ଥିତ ଥିଲେ ।
Tinggalkan komentar
Alamat email Anda tidak akan dipublikasikan. Kolom yang wajib diisi ditandai *