LaraMag - Hệ thống Tin tức / Tạp chí Laravel Đa ngôn ngữ

Header
collapse
...
Trang chủ / Odisha / ମାଁ ପାଟଣେଶ୍ୱରୀ ମନ୍ଦିରର ସ୍ଥିତି ଅନୁଧ୍ୟାନ ପାଇଁ ସାଂସଦ ଙ୍କ ଗସ୍ତ

ମାଁ ପାଟଣେଶ୍ୱରୀ ମନ୍ଦିରର ସ୍ଥିତି ଅନୁଧ୍ୟାନ ପାଇଁ ସାଂସଦ ଙ୍କ ଗସ୍ତ

Th08 29, 2026  News Plus Odia  123 lượt xem
ମାଁ ପାଟଣେଶ୍ୱରୀ ମନ୍ଦିରର ସ୍ଥିତି ଅନୁଧ୍ୟାନ ପାଇଁ ସାଂସଦ ଙ୍କ ଗସ୍ତ

ବଲାଙ୍ଗିର : ପ୍ରାକ୍ତନ ପାଟଣା ରାଜ୍ୟ ଅଧିଷ୍ଟାତ୍ରୀ ଦେବୀ ମାଁ ପାଟଣେଶ୍ୱରୀ ଦେବୀଙ୍କ ପୀଠର ଗମ୍ଭୀରା ଗୃହର ସ୍ଥିତି ପରଖିବା ପାଇଁ ଦେବାଳୟ ସୁରକ୍ଷା କମିଟିର ଅନୁରୋଧ କ୍ରମେ ସାଂସଦ ସଂଗୀତା କୁମାରୀ ସିଂଦେଓ ପହଂଚି ମା’ଙ୍କ ଦର୍ଶନ କରିବା ପରେ ଦେବାଳୟ ସୁରକ୍ଷା କମିଟି ଏବଂ ବୁଦ୍ଧିଜୀବୀଙ୍କ ସହ ଆଲୋଚନା କରିଛନ୍ତି । ଆଲୋଚନାରେ ମନ୍ଦିରର ଗମ୍ଭୀରା ତଥା ଅନ୍ୟାନ୍ୟ ଅସୁବିଧା ସବୁର ତୁରନ୍ତ ସମାଧାନ ନିମନ୍ତେ ପଦକ୍ଷେପ ନେବା ପାଇଁ ପ୍ରତିଶୃତି ଦେଇଥିଲେ । ଏହି ସମୟରେ ସଭାପତି ଜୟକୃଷ୍ଣ ମିଶ୍ର, ସଂପାଦକ ପ୍ରଶାନ୍ତ ମହାକୁର, କୋଷାଧ୍ୟକ୍ଷ ଭବାନୀ ଶଙ୍କର ଭୋଇ, ଉପଦେଷ୍ଟା ସୁରେନ୍ଦ୍ର ନେଗୀ, ରିଣ୍ଟୁ ସାହୁ, ସତ୍ୟବ୍ରତ ସାହୁ, ପୂଜକ ମଳୟ ଦିଶ୍ରୀ, ସାଂସଦ ପ୍ରତିନିଧି ଦିନେଶ ଶର୍ମା, ପୁରୁଷୋତ୍ତମ ସାହୁ, ବିଶ୍ୱଜିତ ନାଥ, ଅପ୍ରମିତ ପରିଚ୍ଛା, ବାବୁଲି ପ୍ରମୁଖ ଉପସ୍ଥିତ ଥିଲେ ।


Chia sẻ:

Để lại bình luận

Địa chỉ email của bạn sẽ không được công khai. Các trường bắt buộc được đánh dấu *

Trải nghiệm của bạn trên trang web này sẽ được cải thiện bằng cách cho phép cookie Chính sách Cookie