LaraMag - Hệ thống Tin tức / Tạp chí Laravel Đa ngôn ngữ

Header
collapse
...
Trang chủ / Politics / ୧୧୯ ପ୍ରକଳ୍ପ ଅନୁମୋଦନକୁ ନେଇ ବିବାଦ

୧୧୯ ପ୍ରକଳ୍ପ ଅନୁମୋଦନକୁ ନେଇ ବିବାଦ

Th11 05, 2026  Suprabhat Odisha  16 lượt xem
୧୧୯ ପ୍ରକଳ୍ପ ଅନୁମୋଦନକୁ ନେଇ ବିବାଦ

ଅଧ୍ୟକ୍ଷାଙ୍କ ସମେତ ୮ କାଉନସିଲରଙ୍କୁ ଅଣଦେଖା ଅଭିଯୋଗ

 ଅଭିଯୋଗକୁ ଖଣ୍ଡନ କଲେ କାର୍ଯ୍ୟ ନିର୍ବାହୀ ଅଧିକାରୀ

ପାଟଣାଗଡ଼,  (ସୂପ୍ରଭାତ ଓଡ଼ିଶା): ପାଟଣାଗଡ଼ ଏନ୍‌ଏସିରେ ପ୍ରକଳ୍ପ ଅନୁମୋଦନ ଓ କାର୍ଯ୍ୟ ବଣ୍ଟନକୁ ନେଇ ବିବାଦ ଦେଖାଦେଇଛି। ଅଧ୍ୟକ୍ଷାଙ୍କ ସମେତ ୮ ଜଣ କାଉନସିଲରଙ୍କୁ ଅଣଦେଖା କରି ୧୧୯ ଟି ପ୍ରକଳ୍ପ ଅନୁମୋଦନ କରାଯାଇଥିବା ଅଭିଯୋଗ ଆଣିଛନ୍ତି ଏନ୍‌ଏସି ଅଧ୍ୟକ୍ଷା ମାନସୀ ବିଶ୍ୱାଳ। ଏଥିସହ ବିନା ଟେଣ୍ଡରରେ ଶାସକ ଦଳର କର୍ମୀଙ୍କୁ କାମ ବଣ୍ଟନ କରାଯାଇଥିବା ସେ ଅଭିଯୋଗ କରିଛନ୍ତି। ଅନ୍ୟପକ୍ଷରେ ଏହି ଅଭିଯୋଗକୁ ସମ୍ପୂର୍ଣ୍ଣ ଭିତ୍ତିହୀନ ବୋଲି କହି ଖଣ୍ଡନ କରିଛନ୍ତି ଏନ୍‌ଏସି କାର୍ଯ୍ୟନିର୍ବାହୀ ଅଧିକାରୀ । ଗୁରୁବାର ପାଟଣାଗଡ଼ ବିଜେଡି କାର୍ଯ୍ୟାଳୟରେ ଅଧ୍ୟକ୍ଷା ମାନସୀ ବିଶ୍ୱାଳଙ୍କ ନେତୃତ୍ୱରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଏଭଳି ଅଭିଯୋଗ ଉଠିଥିଲା । ଅଧ୍ୟକ୍ଷାଙ୍କ କହିବାନୁଯାୟୀ, ସହରୀ ବିକାଶ ଯୋଜନାରେ ତାଙ୍କ ସମେତ ୮ ଜଣ କାଉନସିଲରଙ୍କ ଅଜାଣତରେ ୧୧୯ ଟି ପ୍ରକଳ୍ପକୁ ଅନୁମୋଦନ ଦିଆଯାଇଛି। ନିର୍ବାଚିତ ଜନପ୍ରତିନିଧିଙ୍କୁ ଅଣଦେଖା କରି ଏକପାଖିଆ ନିଷ୍ପତ୍ତି ନିଆଯିବା ଗ୍ରହଣୀୟ ନୁହେଁ ବୋଲି ସେ କହିଥିଲେ ।କାର୍ଯ୍ୟନିର୍ବାହୀ ଅଧିକାରୀ ନାରାୟଣ ଦଣ୍ଡସେନାଙ୍କ କାର୍ଯ୍ୟଶୈଳୀ ଉପରେ ପ୍ରଶ୍ନ ଉଠାଇ ଅଧ୍ୟକ୍ଷା କହିଥିଲେ, କେଉଁ ଆଧାରରେ ପ୍ରକଳ୍ପ ଅନୁମୋଦନ ଓ କାର୍ଯ୍ୟ ବଣ୍ଟନ କରାଯାଇଛି, ତାହାର ସ୍ପଷ୍ଟ ଜବାବ ଦେବା ଆବଶ୍ୟକ। ଏନ୍‌ଏସିର ନିର୍ବାଚିତ ପ୍ରତିନିଧିଙ୍କୁ ଅଣଦେଖା କରି କାଯ୍ୟାଲୟକୁ ନିଜସ୍ୱ ସମ୍ପତ୍ତି ଭଳି ପରିଚାଳନା କରାଯାଉଥିବା ସେ ଆକ୍ଷେପ କରିଥିଲେ । ଏହି ସମସ୍ୟାର ସମାଧାନ କରା ନଗଲେ ଆଗାମୀ ଦିନରେ ଏନ୍‌ଏସି କାର୍ଯ୍ୟାଳୟରେ ପୁଣି ଧାରଣା ଦିଆଯିବ ବୋଲି ଅଧ୍ୟକ୍ଷା ଚେତାବନୀ ଦେଇଛନ୍ତି । ଅନ୍ୟପକ୍ଷରେ ଏନ୍‌ଏସି କାର୍ଯ୍ୟନିର୍ବାହୀ ଅଧିକାରୀ ନାରାୟଣ ଦଣ୍ଡସେନାଙ୍କୁ ଏ ସମ୍ପର୍କରେ ପଚାରିବାରୁ ସେ ଅଭିଯୋଗକୁ ସମ୍ପୂର୍ଣ୍ଣ ଭିତ୍ତିହୀନ ବୋଲି କହିଥିଲେ । ସରକାରୀ ନିୟମ ଅନୁଯାୟୀ ସମସ୍ତ କାର୍ଯ୍ୟ ଠିକ୍‌ ଭାବେ ଚାଲିଛି ବୋଲି ସେ କହିଥିଲେ । ସାମ୍ବାଦିକ ସମ୍ମିଳନୀରେ ନଗର ସଭାପତି ପ୍ରମୋଦ ମେହେରଙ୍କ ସମେତ ସୁରଜିତ କୁମାର ମେହେର, ଉଷା ରାହା, ଭାରତୀ ଧୁବଳ, ରୁନା କୁମ୍ଭାର, ସୁରେନ୍ଦ୍ର ସା, କେଶରୀ ମେହେର ଓ ରାମା ମେହେର ପ୍ରମୁଖ ଉପସ୍ଥିତ ଥିଲେ।


Chia sẻ:

Để lại bình luận

Địa chỉ email của bạn sẽ không được công khai. Các trường bắt buộc được đánh dấu *

Trải nghiệm của bạn trên trang web này sẽ được cải thiện bằng cách cho phép cookie Chính sách Cookie