LaraMag - Sistem Berita / Majalah Laravel Multibahasa

Header
collapse
...
Home / Education / ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟର ଶୁଭ ଭିତ୍ତିପ୍ରସ୍ତର ସ୍ଥାପନ

ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟର ଶୁଭ ଭିତ୍ତିପ୍ରସ୍ତର ସ୍ଥାପନ

Agt 30, 2026  News Plus Odia  86 kali dilihat
ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟର ଶୁଭ ଭିତ୍ତିପ୍ରସ୍ତର ସ୍ଥାପନ

ପାଟଣାଗଡ଼ : ବଲାଙ୍ଗିର ଜିଲ୍ଲା  ପାଟଣାଗଡ଼ ବ୍ଳକ ଅନ୍ତର୍ଗତ ତେଣ୍ଡାପଦର ଗ୍ରାମଠାରେ ରବିବାର ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ନିର୍ମାଣ ପାଇଁ ଶୁଭ ଭିତ୍ତିପ୍ରସ୍ତର ସ୍ଥାପନ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଉପମୁଖ୍ୟମନ୍ତ୍ରୀ ତଥା ପାଟଣାଗଡ ବିଧାୟକ କନକ ବର୍ଦ୍ଧନ ସିଂହଦେଓ ଯୋଗଦେଇ ଏହାର ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ । ତାଙ୍କ ସହିତ  ବଲାଙ୍ଗିର ସାଂସଦ ସଙ୍ଗୀତା କୁମାରୀ ସିଂଦେଓ ମଧ୍ୟ ଉପସ୍ଥିତ ଥିଲେ । FB_IMG_1788091461670
ଗ୍ରାମାଞ୍ଚଳର କୋମଳମତି ଶିଶୁମାନଙ୍କୁ ଗୁଣାତ୍ମକ, ଆଧୁନିକ ଓ ସମୃଦ୍ଧ ଶିକ୍ଷା ସହିତ ଯୋଡ଼ିବା ଆମର ପ୍ରାଥମିକ ସଂକଳ୍ପ । ଏହି ଶିକ୍ଷାନୁଷ୍ଠାନ ଆଗାମୀ ଦିନରେ ସ୍ଥାନୀୟ ଅଞ୍ଚଳର ଭବିଷ୍ୟତ ଗଢ଼ିବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିବ ବୋଲି ମୁଖ୍ୟ ଅତିଥି ଶ୍ରୀ ସିଦେଓ ତାଙ୍କର ପ୍ରତିକ୍ରିୟା ରଖିଥିଲେ  । ଏହି ଅବସରରେ ବଲାଙ୍ଗୀର ସ୍ବତନ୍ତ୍ର ଉନ୍ନୟନ ପରିଷଦର ଅଧ୍ୟକ୍ଷ ବଲ୍ଲଭ ଧରୁଆ, ଜିଲ୍ଲା ଶିକ୍ଷା ଅଧିକାର ଶୁଭ୍ରାଂଶୁ ଶେଖର ମିଶ୍ର , ଏନବିସିସି ଜେନେରାଲ ମ୍ୟାନେଜର, ପାଟଣାଗଡ଼ ବ୍ଳକ ଗୋଷ୍ଠୀ ଉନ୍ନୟନ ଅଧିକାରୀ ସୁମନ ମିଞ୍ଜ, ତହସିଲଦାର ରୁଦ୍ରମୋହନ ନାୟକ ଉପସ୍ଥିତ ଥିବା ବେଳେ ସ୍ଥାନୀୟ ଅଳର ଶତାଧିକ ମହିଳା ଓ ପୁରୁଷ ମାନେ ଏହି କାର୍ଯ୍ୟକ୍ରମରେ ଯୋଗଦେଇ ଉପସ୍ଥିତ ରହିଥିଲେ । 


Bagikan:

Tinggalkan komentar

Alamat email Anda tidak akan dipublikasikan. Kolom yang wajib diisi ditandai *

Pengalaman Anda di situs ini akan ditingkatkan dengan mengizinkan cookie Kebijakan Cookie