LaraMag - Sistem Berita / Majalah Laravel Multibahasa

Header
collapse
...
Home / Crime / ସମିତି ସଭ୍ୟଙ୍କୁ ଗୁଳି କରି ହତ୍ୟା , ଘଟଣା ସ୍ଥଳରେ ପୁଲିସର ତଦନ୍ତ ଆରମ୍ଭ

ସମିତି ସଭ୍ୟଙ୍କୁ ଗୁଳି କରି ହତ୍ୟା , ଘଟଣା ସ୍ଥଳରେ ପୁଲିସର ତଦନ୍ତ ଆରମ୍ଭ

Sep 11, 2026  News Plus Odia  39 kali dilihat
ସମିତି ସଭ୍ୟଙ୍କୁ ଗୁଳି କରି ହତ୍ୟା , ଘଟଣା ସ୍ଥଳରେ ପୁଲିସର ତଦନ୍ତ ଆରମ୍ଭ

ସୁବର୍ଣ୍ଣପୁର : ବରଗଡ଼ ଜିଲ୍ଲା ବରପାଲି ବ୍ଲକ ଆଗଲପୁରର ସମିତି ସଭ୍ୟ ଅଚ୍ୟୁତାନନ୍ଦ ନାୟକ ଙ୍କୁ ଗୁଳିମାରି ହତ୍ୟା କରାଯାଇଛି । ଚିନାଜୁରୀ କେବାଡ଼ କେନାଲ ରୋଡ଼ରେ ଗତକାଲି ରାତିରେ ଏହି ଗୁଳିକାଣ୍ଡ ଘଟିଥିବା ବେଳେ କାର ଭିତରେ ପଡ଼ିରହିଛି ରକ୍ତ ଜୁଡୁବୁଡୁ ମୃତଦେହ । ତାଙ୍କୁ କାର୍ ଭିତରେ ବସିଥିବା ଅବସ୍ଥାରେ ଗୁଳିମାଡ଼ ହୋଇଥିବା ଦେଖିବାକୁ ମିଳିଥିଲା ।  ଗୁଳିକାଣ୍ଡର କାରଣ ଅସ୍ପଷ୍ଟ ଥିବାବେଳେ ଟଙ୍କା ନେଣଦେଣ କାରବାରକୁ ନେଇ ଘଟଣା ଘଟିଥିବା ସନ୍ଦେହ କରାଯାଉଛି । ତାଙ୍କ ବାପାଙ୍କ କହିବା ଅନୁଯାୟୀ ତାଙ୍କ ପୁଅଙ୍କୁ କେହି ଜଣେ ବରଗଡ଼ ଅଞ୍ଚଳର ଫୋନ ଯୋଗେ ପଇସା ନେବାକୁ ଚିନାଜୁରୀ ଡାକିଥିଲେ ସେ ତାଙ୍କ ଘରକୁ ତାଙ୍କୁ ଡାକିବାରୁ ଚିନାଜୁରି ଆସିବାକୁ ଉକ୍ତ ଯୁବକ କହିଥିଲେ । ଅଚ୍ୟୁତା ତାଙ୍କ ବାପାଙ୍କୁ ଉକ୍ତ ଯୁବକ ଆଣିଦେଇଥିବା ୧୦ ହଜାର ଟଙ୍କା ନେଇ ଯାଉଥିବା କହିଥିଲେ । ପରେ ରାତି ତାଙ୍କ ଆସିବାରେ ବିଳମ୍ବ ହେବାରୁ ଫୋନ୍ କରାଯିବାରୁ ଫୋନ୍‌ ସୁଇଚ୍‌ ଅଫ୍ ହୋଇଥିଲା । ପୁଅ ଅପେରା ଦେଖି ଯାଇଥିବ ସମସ୍ତେ ଭାବିଥିଲେ । କିନ୍ତୁ ସକାଳୁ ଏହି ଖବର ବିଜୁଳି ବେଗରେ ଚାରିଆଡ଼େ ବ୍ୟାପି ଯାଇଥିଲା । ଡୁଙ୍ଗୁରିପାଲି ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ମୂଳ କରିଥିବା ବେଳେ ଏସ୍‌ପି ନାରାୟଣ ନାଏକ ମଧ୍ୟ ପହଞ୍ଚି ଅଧିକ ତଦନ୍ତ ଚଲାଇବା ସହ ପାରିପାର୍ଶ୍ୱିକ ସ୍ଥିତି ଅନୁଧ୍ୟାନ କରୁଛନ୍ତି ।


Bagikan:

Tinggalkan komentar

Alamat email Anda tidak akan dipublikasikan. Kolom yang wajib diisi ditandai *

Pengalaman Anda di situs ini akan ditingkatkan dengan mengizinkan cookie Kebijakan Cookie