LaraMag - Sistem Berita / Majalah Laravel Multibahasa

Header
collapse
...
Home / Olahraga / ଦ୍ୱିତୀୟ T20ରେ ୪ ୱିକେଟରେ ଜିତିଲା ଟିମ୍ ଇଣ୍ଡିଆ , ସିରିଜରେ ୨-୦ରେ ଆଗୁଆ

ଦ୍ୱିତୀୟ T20ରେ ୪ ୱିକେଟରେ ଜିତିଲା ଟିମ୍ ଇଣ୍ଡିଆ , ସିରିଜରେ ୨-୦ରେ ଆଗୁଆ

Okt 24, 2026  Suprabhat Odisha  74 kali dilihat
ଦ୍ୱିତୀୟ T20ରେ ୪ ୱିକେଟରେ ଜିତିଲା ଟିମ୍ ଇଣ୍ଡିଆ , ସିରିଜରେ ୨-୦ରେ ଆଗୁଆ

ନୂଆଦିଲ୍ଲୀ: ନ୍ୟୁଜିଲାଣ୍ଡ ବିପକ୍ଷ ଦ୍ୱିତୀୟ ଟି-୨୦ ମ୍ୟାଚ୍‌ରେ ରୋମାଞ୍ଚକର ବିଜୟ ହାସଲ କରିଛି ଭାରତ। ତିଲକ ବର୍ମାଙ୍କ ବିସ୍ଫୋରକ ଅର୍ଦ୍ଧଶତକ ବଳରେ ଭାରତୀୟ ଦଳ ୪ ୱିକେଟ୍‌ରେ ନ୍ୟୁଜିଲାଣ୍ଡକୁ ପରାସ୍ତ କରିଛି। ଏହି ବିଜୟ ସହ ପାଞ୍ଚ ମ୍ୟାଚ୍‌ ବିଶିଷ୍ଟ ଟି-୨୦ ଶୃଙ୍ଖଳାରେ ଭାରତ ୨-୦ରେ ଆଗୁଆ ରହିଛି। ମଧ୍ୟକ୍ରମରେ ୱିକେଟ୍‌ ପତନ ଯୋଗୁଁ ମ୍ୟାଚ୍‌ ରୋମାଞ୍ଚକ ମୋଡ଼ ନେଇଥିଲେ ମଧ୍ୟ ତିଲକଙ୍କ ଆକ୍ରମଣାତ୍ମକ ବ୍ୟାଟିଂ ଭାରତକୁ ବିଜୟୀ କରାଇବାରେ ନିର୍ଣ୍ଣାୟକ ହୋଇଥିଲା। ଟସ୍‌ ଜିତି ଭାରତ ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା। ବ୍ୟାଟିଂ କରିବାକୁ ଓହ୍ଲାଇଥିବା ନ୍ୟୁଜିଲାଣ୍ଡ ନିର୍ଦ୍ଧାରିତ ୨୦ ଓଭର୍‌ରେ ୫ ୱିକେଟ୍‌ ହରାଇ ୧୮୦ ରନ୍‌ ସଂଗ୍ରହ କରିଥିଲା। ଫଳରେ ଭାରତ ସମ୍ମୁଖରେ ୧୮୧ ରନ୍‌ର ବିଜୟ ଲକ୍ଷ୍ୟ ରହିଥିଲା। ନ୍ୟୁଜିଲାଣ୍ଡ ବ୍ୟାଟର୍‌ମାନେ ଭାରତୀୟ ବୋଲରଙ୍କୁ ସାମ୍ନା କରି ଏକ ଲଢ଼ୁଆ ସ୍କୋର୍‌ ଛିଡ଼ା କରିଥିଲେ। ଜବାବରେ ଭାରତୀୟ ଦଳ ଆରମ୍ଭରୁ ଆକ୍ରମଣାତ୍ମକ ବ୍ୟାଟିଂ କରି ବିଜୟ ଲକ୍ଷ୍ୟ ଆଡ଼କୁ ଅଗ୍ରସର ହୋଇଥିଲା। କିନ୍ତୁ ମଧ୍ୟକ୍ରମରେ ନ୍ୟୁଜିଲାଣ୍ଡର ସ୍ପିନର୍‌ ମିଚେଲ୍‌ ସାଣ୍ଟନର୍‌ ଭାରତୀୟ ବ୍ୟାଟର୍‌ଙ୍କୁ ଅଡ଼ୁଆରେ ପକାଇଥିଲେ। ସେ ମାତ୍ର ୨୧ ରନ୍‌ ବ୍ୟୟ କରି ୪ଟି ୱିକେଟ୍‌ ନେଇ ମ୍ୟାଚ୍‌ରେ ନ୍ୟୁଜିଲାଣ୍ଡକୁ ପୁଣିଥରେ ପ୍ରତିଦ୍ୱନ୍ଦ୍ୱିତାକୁ ଫେରାଇ ଆଣିଥିଲେ। ଏହାଦ୍ୱାରା ଭାରତ ଉପରେ ଚାପ ବଢ଼ିଥିଲା।ଏଭଳି ସ୍ଥିତିରେ ଯୁବ ବ୍ୟାଟର୍‌ ତିଲକ ବର୍ମା ଦାୟିତ୍ୱପୂର୍ଣ୍ଣ ତଥା ଆକ୍ରମଣାତ୍ମକ ଇନିଂସ୍‌ ଖେଳି ମ୍ୟାଚ୍‌ର ଗତିପଥ ବଦଳାଇ ଦେଇଥିଲେ। ସେ ମାତ୍ର ୨୬ଟି ବଲ୍‌ରୁ ୫୧ ରନ୍‌ ସଂଗ୍ରହ କରି ଭାରତର ବିଜୟ ଆଶାକୁ ଦୃଢ଼ କରିଥିଲେ। ତାଙ୍କର ଏହି ଦ୍ରୁତ ଅର୍ଦ୍ଧଶତକ ଭାରତୀୟ ଦଳକୁ ଚାପରୁ ମୁକୁଳିବାରେ ସହାୟତା କରିଥିଲା। ଶେଷ ଭାଗରେ ଭାରତୀୟ ବ୍ୟାଟର୍‌ମାନେ ସଂଯମତାର ସହ ଖେଳି ବିଜୟ ଲକ୍ଷ୍ୟ ହାସଲ କରିଥିଲେ। ଏହି ବିଜୟ ସହ ଭାରତ ଶୃଙ୍ଖଳାରେ ନିଜର ସ୍ଥିତିକୁ ଆହୁରି ମଜଭୁତ କରିଛି। ତିଲକ ବର୍ମାଙ୍କ ଚମତ୍କାର ବ୍ୟାଟିଂ ଏବଂ ଚାପପୂର୍ଣ୍ଣ ପରିସ୍ଥିତିରେ ଦଳର ଲଢ଼ୁଆ ପ୍ରଦର୍ଶନ ଭାରତୀୟ ପ୍ରଶଂସକଙ୍କୁ ଉତ୍ସାହିତ କରିଛି। ଏବେ ତୃତୀୟ ମ୍ୟାଚ୍‌ରେ ବିଜୟ ହାସଲ କରି ଶୃଙ୍ଖଳା ଉପରେ କବ୍‌ଜା ମଜଭୁତ କରିବା ଲକ୍ଷ୍ୟରେ ରହିବ ଟିମ୍‌ ଇଣ୍ଡିଆ।


Bagikan:

Tinggalkan komentar

Alamat email Anda tidak akan dipublikasikan. Kolom yang wajib diisi ditandai *

Pengalaman Anda di situs ini akan ditingkatkan dengan mengizinkan cookie Kebijakan Cookie