LaraMag - Laravel Haber / Dergi Çok Dilli Sistemi

Header
collapse
...
Home / Crime / ଛୁରୀରେ ନାବଳକ ଙ୍କୁ ଆକ୍ରମଣ କରି ହତ୍ୟା

ଛୁରୀରେ ନାବଳକ ଙ୍କୁ ଆକ୍ରମଣ କରି ହତ୍ୟା

Ağu 26, 2026  News Plus Odia  78 görüntüleme
ଛୁରୀରେ ନାବଳକ ଙ୍କୁ ଆକ୍ରମଣ କରି ହତ୍ୟା

ବଲାଙ୍ଗୀର : ବଲାଙ୍ଗିର ଆଗଲପୁର ଥାନା ରୋତ୍‌ ଗାଁରେ ଅଭାବନୀୟ ଘଟଣା ଘଟିଛି । ଛୁରୀରେ ନାବଳକଙ୍କୁ ଆକ୍ରମଣ କରି ହତ୍ୟା କରିଥିବା ଅଭିଯୋଗ ହେଉଛି । ଏଘଟଣା ସମ୍ପର୍କରେ ପୋଲିସ ତଦନ୍ତ ଆରମ୍ଭ କରିଥିବା ଜଣାପଡ଼ିଛି । ମୃତ ନାବାଳକ ଜଣକ ହେଲେ ରୋତ୍‌ ଗାଁର ରମଶେ ପଟେଲଙ୍କ ପୁଅ ସାହିଦ୍‌ ପଟେଲ (୧୪) ବୋଲି ଜଣାପଡିଛି । ସୁଚନା ଅନୁସାରେ ସାହିଦ୍‌ ରୋତ୍‌ ଗ୍ରାମର ପ୍ରାଇମେରୀ ସ୍କୁଲ ପାଖରେ ଥିବା କ୍ଲବ ଠାରେ ଦିନ ବେଳା ସାଙ୍ଗସାଥୀଙ୍କ ସହ ଖେଳୁଥିଲେ । ଏତିକି ବେଳେ ତାଙ୍କ ସାଙ୍ଗ ସହ ଝଗଡ଼ା ହୋଇଥିଲା । ସେହି ସମୟରେ ସେ ଘରକୁ ଯାଇ ଏକ ଧାରୁଆ ଅସ୍ତ୍ର ଆଣି ସାହିଦ୍‌ଙ୍କ ଛାତି ବାମ ପଟରେ ଭୁସି ଦେଇଥିଲା । ସାହିଦ୍‌ଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ତୁରନ୍ତ ଆଗଲପୁର ସରକାରୀ ଚିକିତ୍ସାଳୟକୁ ଅଣାଯାଇଥିଲା । ଡାକ୍ତର ସେଠାରେ ସାହିଦ୍‌ ଙ୍କୁ ମୃତ ଘୋଷଣା କରିଥିଲେ । 


Paylaş:

Bir yorum bırakın

E-posta adresiniz yayınlanmayacaktır. Gerekli alanlar * ile işaretlenmiştir

Bu sitedeki deneyiminiz çerezlere izin verilerek iyileştirilecektir Çerez Politikası